ସ୍ୱପ୍ନରେ ମୃତ ବ୍ୟକ୍ତି ଦେଖାଗଲେ ମିଳିଥାଏ ସାତୋଟି ସଙ୍କେତ । କେବେବି କରନ୍ତୁ ନାହିଁ ଦୁର୍ଲକ୍ଷ ।

ଥରେ ଦେବର୍ଷି ନାରଦ ଯମଲୋକକୁ ଯାଇ ଯମରାଜଙ୍କୁ ନିଜ ମନରେ ଥିବା ଏକ ଦ୍ଵନ୍ଦ ବିଷୟରେ ପଚାରିଲେ । ଦେବର୍ଷି ନାରଦଙ୍କ ପ୍ରଶ୍ନ ଥିଲା ଯେ ଭୂପୃଷ୍ଠରେ ଅନେକ ନକରାତ୍ମକ ଶକ୍ତି ଏବଂ ଦୁଷ୍ଟ ଶକ୍ତି ଅଛନ୍ତି ଯେଉଁମାନେ ମଣିଷକୁ ଖୁବ ହଇରାଣ କରନ୍ତି । ଏମିତିକି ଅନେକ ସମୟରେ ମଣିଷ ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖିଥାଏ । ତାହାର ଅର୍ଥ କଣ ହୋଇଥାଏ ? ଏହି ପ୍ରଶ୍ନର ଉତ୍ତର ଦେଇ ଦେବର୍ଷିଙ୍କୁ ଯମରାଜ ଏକ କାହାଣୀ ଶୁଣାଇବାରେ ଲାଗିଛନ୍ତି । ଏହି କଥା ଅନୁଯାୟୀ ମଧ୍ୟଦେଶରେ ଏକ ସୁନ୍ଦର ନଗରୀ ଥିଲା ଯେଉଁଠି ଜଣେ ସେଠ ନିଜର ପାଞ୍ଚ ଭାଇଙ୍କ ସହିତ ରହୁଥିଲେ । ସମସ୍ତେ ବିବାହ ମଧ୍ୟ କରିଥିଲେ ଏବଂ ସାଥିରେ ବ୍ୟବସାୟ ଏବଂ ଚାଷ କରି ଅନେକ ଧନ ଅର୍ଜନ କରୁଥିଲେ । ଏହାର କାରଣ ସେମାନଙ୍କ ପିତୃ ପୁରୁଷ ଦାନ ଧର୍ମ ଏବଂ ମହତ କାମ କରିଥିଲେ ।

କିନ୍ତୁ ସେଠ ଏବଂ ତାର ଭାଇ ମାନେ ଧନ ଅର୍ଜନ କରୁଥିଲେ ସତ କିନ୍ତୁ ତାହାକୁ ସତ ମାର୍ଗରେ ଖର୍ଚ୍ଚ କରୁ ନଥିଲେ । ନିଜ ପୂର୍ବଜଙ୍କର କୌଣସି ଗୁଣ ତା ପାଖରେ ନଥିଲା । ଯେଉଁ କାରଣରୁ ପୂର୍ବଜ ଖୁବ ଦୁଃଖିତ ହୋଇ ପଡ଼ିଥିଲେ । ତେଣୁ ସେମାନେ ଯମରାଜଙ୍କୁ ନିଜ ବଂଶଜଙ୍କୁ ଦେଖା କରି ଉଚିତ ମାର୍ଗରେ ଯିବାକୁ କହିବେ ବୋଲି ଅନୁରୋଧ କଲେ । ଯେଉଁ କାରଣରୁ ଯମରାଜ ସେମାନଙ୍କୁ ସ୍ୱପ୍ନ ମାଧ୍ୟମରେ ସେସବୁ କହିବାକୁ ନିର୍ଦେଶ ଦେଲେ । ପଥମେ ସେଠ ଏବଂ ପରେ ପରେ ଅନ୍ୟ ପାଞ୍ଚ ଜଣଙ୍କ ସ୍ୱପ୍ନରେ ପୂର୍ବଜ ଉଚିତ ମାର୍ଗ ଦର୍ଶନ କରିବା ସତ୍ତ୍ୱେବି କିଛିବି ଲାଭ ହୋଇନଥିଲା ଏବଂ ସେମାନେ ସବୁ ସଙ୍କେତକୁ ବୁଝି ପାରିନଥିଲେ ଏବଂ ସକାଳୁ ସବୁ ସ୍ୱପ୍ନ ଭୁଲି ମଧ୍ୟ ଯାଇଥିଲେ । ତେବେ କିନ୍ତୁ ଆଗାମୀ କିଛିଦିନ ପରେ ବ୍ୟବସାୟରେ ବଡ଼ କ୍ଷତି କାରଣରୁ ସେମାନଙ୍କର ସବୁ ଧନ ସମ୍ପତ୍ତି ଚାଲିଗଲା ଏବଂ ସେମାନେ ଭାଇ ଭାଇ ମଧ୍ୟରେ ଝଗଡ଼ା କରି ଅଲଗା ହୋଇଗଲେ ।

ଏପରି ଦେଖି ପିତୃ ଗଣ ଦୁଃଖୀ ହୋଇ ଏହାର ସମାଧାନ ବିଷୟରେ ଯମରାଜଙ୍କୁ ପଚାରିବା ସହିତ କଣ କଲେ ସେମାନଙ୍କ ପୂର୍ବଜଙ୍କ ପିତୃଦୋଷ ଦୂର ହୋଇଯିବ ସେହି ବିଷୟରେ ମଧ୍ୟ ପଚାରନ୍ତି । ଏହା ଶୁଣି ଯମରାଜ ନିଜେ ଜଣେ ବ୍ରାହ୍ମଣ ଅବତାର ନେଇ ପ୍ରଥମେ ସେଠଙ୍କ ଘରକୁ ଯାଆନ୍ତି । ସେଠ ରୋଗାକ୍ରାନ୍ତ ହୋଇ ଘରେ ପଡ଼ିଥାଏ ଏବଂ ଯମରାଜ ବ୍ରାହ୍ମଣ ଅବତାରରେ ପହଞ୍ଚିବା କ୍ଷଣି ସେଠର ସ୍ତ୍ରୀ ଦାନ ଧର୍ମ କରିଥାଏ । ସେଠର ଏଭଳି ଅବସ୍ଥା ପିତୃଦୋଷ କାରଣରୁ ହୋଇଛି ବୋଲି ଯମରାଜ କହନ୍ତି । ସେଠଙ୍କୁ ମଧ୍ୟ ଯମରାଜ କହନ୍ତି ଯେ ଆପଣ ନିଜ ପିତୃ ପୂର୍ବଜଙ୍କର ସମସ୍ତ ପୁଣ୍ୟକୁ ନଷ୍ଟ କରିବା ସହିତ ସ୍ୱପ୍ନରେ ଦେଇଥିବା ସଙ୍କେତକୁ ମଧ୍ୟ ଦୁର୍ଲକ୍ଷ କରିଛନ୍ତି । ଯେଉଁ କାରଣରୁ ଆପଣଙ୍କ ଭାଇ ମାନେ ଅଲଗା ହେବା ସହିତ ପୁରା ପରିବାର ବର୍ବାଦ ହୋଇ ଯାଇଛି ।

ଏହାପରେ ସେଠଙ୍କର ସବୁ ମନେ ପଡ଼େ ଏବଂ ସେ ସ୍ୱପ୍ନରେ ପୂର୍ବଜଙ୍କ ଦ୍ଵାରା ମିଳୁଥିବା ସଙ୍କେତ ବିଷୟରେ ପଚାରନ୍ତି । ଉତ୍ତରରେ ଯମରାଜ କହନ୍ତି ଯେ ସ୍ୱପ୍ନରେ ହାତୀ ଘୋଡ଼ା କିମ୍ବା ବଳଦ ଦେଖାଗଲେ ଜାଣି ଯାଆନ୍ତୁ ଯେ ପିତୃ ଗଣ ନିଜ ପୁତ୍ରଙ୍କ ବ୍ୟବହାରରେ ଅତ୍ୟନ୍ତ ଦୁଃଖୀ ଅଛନ୍ତି । ଯେଉଁ ଲୋକ ପଶୁ ପକ୍ଷୀଙ୍କୁ ଅନ୍ନ ଦାନ କରି ନଥାଏ ସେମାନଙ୍କ ପୂର୍ବଜ ଖୁବ ଦୁଃଖୀ ହୋଇଥାନ୍ତି । ଏପରି କ୍ଷେତ୍ରରେ କୌଣସି ପଶୁ ପକ୍ଷୀ ମନୁଷ୍ୟର ସ୍ୱରରେ ସ୍ୱପ୍ନରେ କହିଲେ ବୁଝି ଯିବା ଉଚିତ । ସ୍ୱପ୍ନରେ ମୃତ ପରିଜନ କିଛି ମାଗୁଥିଲେ ତାହାକୁ ଦୁର୍ଲକ୍ଷ କରିବା ଉଚିତ ନୁହେଁ । ଏହାର ଅର୍ଥ ତାଙ୍କ ପୂର୍ବଜ ଅତୃପ୍ତ ଅଛନ୍ତି । ତେଣୁ ପୂର୍ବଜଙ୍କୁ ସନ୍ତୁଷ୍ଟ ନକଲେ ବ୍ୟକ୍ତି ଦାରିଦ୍ର୍ୟତାର ଶିକାର ହୋଇଥାଏ । ତେଣୁ ସେହି ବ୍ୟକ୍ତିକୁ ଅନ୍ନ ଦାନ କରି ନିଜ ପୂର୍ବଜଙ୍କୁ ସନ୍ତୁଷ୍ଟ କରିବା ଉଚିତ ।

Leave a Reply

Your email address will not be published. Required fields are marked *