ଜାନୁଆରୀ ୭ , ବର୍ଷର ପ୍ରଥମ ସଫଳ ଏକାଦଶୀ । ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ।

ଏକାଦଶୀକୁ ଗଙ୍ଗା ପରି ପବିତ୍ର ମାନା ଯାଏ । ଚଳିତ ନୂଆବର୍ଷର ପ୍ରଥମ ଏକାଦଶୀ ଜାନୁଆରୀ ୭ ରେ ପଡ଼ୁଛି । ତେଣୁ ଏହିଦିନ ଯଦି ଆପଣ ତୁଳସୀ ଗଛରେ ଏକ ଖାସ ଜିନିଷ ବାନ୍ଧି ଦିଅନ୍ତି ତେବେ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଏହି ଏକାଦଶୀ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମଧ୍ୟ ଉପଯୁକ୍ତ ଦିନ ବୋଲି କୁହାଯାଏ ।

ତୁଳସୀ ଗଛରେ ଏକ ଖାସ ଜିନିଷ ବାନ୍ଧିବା ବିଷୟରେ ଖୁବ କମ ଲୋକ ଜାଣିଛନ୍ତି । ତାସହିତ ମାତା ଲକ୍ଷ୍ମୀ ମଧ୍ୟ ଖୁବ ପ୍ରସନ୍ନ ହୁଅନ୍ତି । ନିୟମିତ ତୁଳସୀ ପୂଜା କଲେ ଅନେକ ଅନେକ ଲାଭ ହୋଇଥାଏ । ତୁଳସୀ ଗଛ ତଳେ ଏକ ଖାସ ଜିନିଷ ରଖିଲେ ଅନେକ ଫାଇଦା ମିଳିଥାଏ । ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ହେବାର ଗୌରବ ମିଳିଛି । ତୁଳସୀଙ୍କୁ ଅମୃତର ପ୍ରତିରୂପ ମଧ୍ୟ ମିଳିଥାଏ ।

ତୁଳସୀ ଗଛରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ବରଙ୍କର ବାସ ହୋଇଥାଏ । ଏମିତିକି ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ତୁଳସୀ ପତ୍ର ରହିବା ନିଶ୍ଚିତ ହୋଇଥାଏ । ନଚେତ ତୁଳସୀ ପତ୍ର ବିନା ପୂଜା ଅସମ୍ପୂର୍ଣ୍ଣ ହୋଇଥାଏ । ଅନେକ ମହିଳା ତୁଳସୀଙ୍କୁ ପାଣି ଦେବା ସମୟରେ ଓଢ଼ଣୀ ଦେଇ ନଥାନ୍ତି । ତୁଳସୀର ବିବାହ କରାଉଥିବା ବ୍ୟକ୍ତି କେବେ କଷ୍ଟ ଭୋଗି ନଥାନ୍ତି ।

ଶାଳିଗ୍ରାମ ଏବଂ ତୁଳସୀ ବିବାହ କରାଇଲେ ଦୁଃଖ କଷ୍ଟ ଏବଂ ରୋଗ ସମସ୍ୟା ଦୂର ହୋଇଥାଏ । ଯଦି ଏହିଦିନ ଆପଣ ଜଳରେ ଅଳ୍ପ କ୍ଷୀର ମିଶାଇ ଅର୍ପଣ କରିବେ ତେବେ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହେବ । କୌଣସି ପୂର୍ଣ୍ଣିମା , ଏକାଦଶୀ କିମ୍ବା ଗୁରୁବାର ଦିନ ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ତୁଳସୀ ଗଛ ମୂଳରେ ଏକ ନାଲି ରଙ୍ଗର ସୂତା ବାନ୍ଧି ଦିଅନ୍ତୁ ।

ଏହାପରେ ଏକ ମାଟି ହାଣ୍ଡିରେ ଚାଉଳ ଭରି ଦିଅନ୍ତୁ । ଚାଉଳ ଉପରେ ସିନ୍ଦୁର , ଏକ ଟଙ୍କିଆ କୋଏନ ଏବଂ ତିନୋଟି ତୁଳସୀ ପତ୍ର ପକାଇ ଦିଅନ୍ତୁ । ତାହାକୁ ଘୋଡ଼ାଇ ନେଇ ମାତା ଲକ୍ଷ୍ମୀଙ୍କ ନିକଟକୁ ଯାଆନ୍ତୁ । ଏହାପରେ ମାତା ଲକ୍ଷ୍ମୀଙ୍କୁ ଧନର ଅଭାବ ଦୂର କରିବାକୁ ପ୍ରାର୍ଥନା କରନ୍ତୁ । ଏହାପରେ ସେହି ମାଟି ହାଣ୍ଡିକୁ କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହି ଉପାୟ କଲେ ଧନ ଅର୍ଜନ କରିବରୀ କୌଣସି ଅଭାବ ରହିବ ନାହିଁ । ଘରେ ଏକାଧିକ ତୁଳସୀ ଗଛ ଥିଲେ ତାହାକୁ ଆପଣ ନିଜ ପଡ଼ୋଶୀଙ୍କୁ ଦେଇ ପାରିବେ । ଘରେ ଏକାଧିକ ତୁଳସୀ ଗଛ ଥିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ ।

Leave a Reply

Your email address will not be published. Required fields are marked *