ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଯଦି ଭଗବାନ ବିଷ୍ଣୁଙ୍କ ଠାରୁ କିଛି ବରଦାନ ପାଇବାର ଅଛି, ତାହେଲେ ବ୍ୟକ୍ତିକୁ କଠିନ ତପସ୍ୟା କରିବାକୁ ପଡ଼ିବ। କିନ୍ତୁ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ କଠିନ କାର୍ଯ୍ୟ ଅଟେ। କିନ୍ତୁ ଥରେ ଏଭଳି କେଉଁ ଘଟଣା ଘଟିଲା, ଯାହାଫଳରେ ଭଗବାନ ବିଷ୍ଣୁ ଜଣେ ଲୋଭୀ ବ୍ୟକ୍ତି ପାଖରୁ ହାରି ଗଲେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ପୌରାଣିକ କଥା ଅନୁସାରେ, ଗୋଟେ ରାଜ୍ୟରେ ଧନବାନ ଜମିଦାର ରହୁଥିଲେ। ସେ ନିଜର କୃପଣତା ଯୋଗୁଁ ଠାକୁରଙ୍କୁ ମଧ୍ୟ ପୂଜାର୍ଚ୍ଚନା କରୁ ନଥିଲା। ସେ ଲୋକଙ୍କ ସହିତ କଥାବାର୍ତ୍ତା ବିଶେଷ ରୂପରେ କମ୍ କରୁଥିଲା। ତାକୁ ଲାଗୁଥିଲା କି, ସେ ଲୋକଙ୍କ ସହିତ କଥାବାର୍ତ୍ତା କଲେ ହୁଏତ ଲୋକେ ତାକୁ ଅର୍ଥ ଋଣ ଆକାରରେ ମାଗି ପାରନ୍ତି। ଥରେ ଜମିଦାରର ପତ୍ନୀ ତାକୁ କହିଲା, ଆପଣ ଏହି ପବିତ୍ର ସ୍ଥଳରେ ରହି ଏତେ ପର୍ଯ୍ୟନ୍ତ ଗଙ୍ଗା ସ୍ନାନ କରି ନାହାନ୍ତି, ଆପଣ ଯାଇ ଗଙ୍ଗା ସ୍ନାନ କରନ୍ତୁ।
ଜମିଦାରଙ୍କ ପତ୍ନୀ ଅଧିକ ଜିଦ୍ କରିବାରୁ ଜମିଦାର କହିଲେ, ହଉ ମୁଁ କାଲି ଚାଲି ଯିବି। ପରଦିନ ସକାଳେ ଜମିଦାର ଗଙ୍ଗା ନଦୀର ଶ୍ମଶାନ ଘାଟରେ ସ୍ନାନ କରିବାକୁ ଗଲେ, ଯେପରି ତାଙ୍କ ଉପରେ ଅନ୍ୟମାନଙ୍କ ନଜର ଯିବ ନାହିଁ। ବୈକୁଣ୍ଠରେ ବସି ଭଗବାନ ବିଷ୍ଣୁ ଏହି ଦୃଶ୍ୟ ଦେଖୁଥିଲେ।
ତାପରେ ସେ ପୃଥିବୀ ପୃଷ୍ଠକୁ ଆଦି ଜଣେ ବ୍ରାହ୍ମଣ ବେଶ ଧରି ସେହି ଜମିଦାର ପାଖକୁ ଆସିଲେ ଓ କିଛି ଦକ୍ଷିଣା ଦାନ କରିବାକୁ କହିଲେ। କିନ୍ତୁ ଏହା ଶୁଣି ଜମିଦାର ଚିନ୍ତାରେ ପଡ଼ିଗଲେ ଏବଂ ବହୁତ ଭାରୀ ମନରେ ଭଗବାନ ବିଷ୍ଣୁଙ୍କୁ ଦାନ ଦେବା ପାଇଁ ରାଜି ହେଲେ।
ତାପରେ ଜମିଦାର ମୁଣ୍ଡରେ ଗୋଟେ ବୁଦ୍ଧି ପଶିଲା ଏବଂ ସେ ଭଗବାନ ବିଷ୍ଣୁଙ୍କୁ କହିଲେ କି, ଆପଣ ଆମ ଘରକୁ ଆସି ଦାନ ନେଇ ଯାଆନ୍ତୁ, କିନ୍ତୁ ମୁଁ ଏଠାରେ ଦାନ ଦେଇ ପାରିବି ନାହିଁ। ତାପରେ ବ୍ରାହ୍ମଣ ଜମିଦାର ଘରକୁ ଗଲେ। ଏହା ଦେଖି ଜମିଦାରଙ୍କ ପତ୍ନୀ ତାଙ୍କୁ ସୂଚନା ଦେଲେ କି ଆପଣ କୌଣସି ବ୍ରାହ୍ମଣଙ୍କୁ ଦାନ ଦେବା ପାଇଁ କହିଥିଲେ, ସେ ଦୁଆରରେ ଉପସ୍ଥିତ ଅଛନ୍ତି। ଏହା ଶୁଣି ଜମିଦାର ମୁଣ୍ଡରେ ହାତ ଦେଇ ବସିଲେ
ଜମିଦାର ତାଙ୍କ ପତ୍ନୀଙ୍କୁ କହିଲେ, ତୁମେ ଯାଇ ସେହି ବ୍ରାହ୍ମଣଙ୍କୁ କୁହ କି ମୋର ମୃତ୍ୟୁ ହୋଇ ଯାଇଛି। ତାପରେ ଜମିଦାର ପତ୍ନୀ ଏହିକଥା ବ୍ରାହ୍ମଣଙ୍କୁ କହିଲେ। ଭଗବାନ ବିଷ୍ଣୁ ଏହା ଶୁଣି ହସି ଦେଇ ଜମିଦାରଙ୍କ ପତ୍ନୀଙ୍କୁ କହିଲେ, ଦେବୀ ଆପଣ ଚିନ୍ତା କରନ୍ତୁ ନାହିଁ ମୁଁ ଜମିଦାରଙ୍କ ଅସ୍ଥି ଉଠାଇବା ପାଇଁ ଲୋକଙ୍କୁ ଏକଜୁଟ କରୁଛି। ତାପରେ ଲୋକେ ଜମିଦାରକୁ କାନ୍ଧରେ ଉଠାଇ ଶ୍ମଶାନକୁ ନେଇ ଗଲେ।
ତାପରେ ବ୍ରାହ୍ମଣ ଜମିଦାରଙ୍କ କାନରେ କହିଲେ, ମୁଁ ତୁମ ପାଖରୁ କିଛି ନେବାକୁ ଆସି ନାହିଁ। ତାପରେ ଜମିଦାର ଉଠି ପଡ଼ି ସମସ୍ତଙ୍କୁ ନିଜର ଜୀବିତ ଅବସ୍ଥା କଥା କହିଲେ। ଏହି କାହାଣୀରୁ ଶିକ୍ଷା ମିଳୁଛି କି, ଯେତେ ପର୍ଯ୍ୟନ୍ତ ଆଖିରେ ଲୋଭ ରହିଥିବ, ସେତେ ପର୍ଯ୍ୟନ୍ତ ପରମାତ୍ମା ଆମ ସାମ୍ନାକୁ ଆସିଲେ ମଧ୍ୟ ଜାଣି ପାରିବା ନାହିଁ।