ହିନ୍ଦୁ ଧର୍ମରେ ଅନେକ ଗଛ ରହିଛି ଯାହାକୁ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଥାଏ ଏବଂ ପୂଜା ମଧ୍ୟ କରାଯାଇ ଥାଏ । କିଛି ବୃକ୍ଷଲତା ଜୀବନରେ ଚାଲୁଥିବା ସମସ୍ୟାକୁ ଦୂର କରିଥାନ୍ତି । କିଛି ବୃକ୍ଷ ଔଷଧ ଆକାରରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ଖାସ ଗଛର ଚେର ବିଷୟରେ କହିବୁ ଯାହାକୁ ଯଦି ଆପଣ ନୂଆବର୍ଷ ୨୦୨୪ ରେ ତାବିଜରେ ପୁରାଇ ଧାରଣ କରନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବ ଏବଂ ଆପଣ କୋଟିପତି ହୋଇଯିବେ । ଏହା ଆପଣ ମାନେ ମଧ୍ୟ ଜାଣିଛନ୍ତି ଯେ ବୃକ୍ଷଲତା ମଧ୍ୟରେ ଅନେକ ଅଲୌକିକ ଶକ୍ତି ରହିଥାଏ । ଅନେକ ବୃକ୍ଷଲତା ଦ୍ୱାରା ଖୁବ ସାଂଘାତିକ ରୋଗ ମଧ୍ୟ ଦୂର ହୋଇଥାଏ । ତେବେ ଚାଲନ୍ତୁ ସେହିସବୁ ଗଛ ବିଷୟରେ ଜାଣିନେବା । ଏହାବ୍ୟତୀତ ଆପଣ ରୁପାର ତାବିଜ ଆଣିବାକୁ ସକ୍ଷମ ନଥିଲେ ତମ୍ବାର ତାବିଜ ମଧ୍ୟ ବ୍ୟବହାର କରି ପାରିବେ ।
ଚମେଲି ଗଛର ଚେର:-
ଏହି ଗଛର ଚେରରେ ଦୈବୀ ଶକ୍ତିର ବାସ ହୋଇଥାଏ । ତେଣୁ ଏହାକୁ ଶ୍ରୀହନୁମାନଙ୍କ ପୂଜାରେ ବ୍ୟବହାର କରାଯାଇଥାଏ । ଏଥିରେ ଶ୍ରୀହନୁମାନଙ୍କର ଦୈବୀ ଶକ୍ତି ରହିଥାଏ । ତେଣୁ ଆପଣ ନୂଆବର୍ଷ ଦିନ ଘରକୁ ଏହି ଗଛର ଚେରକୁ ଆଣି ପୂଜା କରି ସାରିବା ପରେ ରୁପା କିମ୍ବା ତମ୍ବାର ତାବିଜରେ ପୁରାଇ ସେହି ନୂଆ ବର୍ଷ ଦିନ ଧାରଣ କରନ୍ତୁ । ଏହାଦ୍ବାରା ଦୈବୀ ଶକ୍ତିର ପ୍ରାପ୍ତି ହୋଇଥାଏ ଏବଂ ଶ୍ରୀହନୁମାନଙ୍କ କୃପା ବର୍ଷା ହୋଇଥାଏ ।
୨ . ଅପାମାର୍ଗ ଗଛ:-
ଅପାମାର୍ଗ ଗଛର ନାମ ଏଥିପାଇଁ ରହିଛି ଯେ ଏହାର ବିଜ ଓଲଟା ରହିଥାଏ । ଏହାର ପ୍ରୟୋଗ ସନ୍ଥ ମହାତ୍ମା ମାନେ ଅଧିକ କରିଥାନ୍ତି । ଏହାର ମଞ୍ଜିକୁ ଖିରି ବନାଇ ଖାଇଲେ ୩୦ ଦିନ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ନୂଆବର୍ଷ ଦିନ ଏହି ଗଛର ଚେରକୁ ଯଦି ଧାରଣ କରନ୍ତି ତେବେ ଏହା ଶତ୍ରୁଙ୍କୁ ନାଶ କରିବ । ଏହାଦ୍ୱାରା ଲୋକ ଆପଣଙ୍କ ଦ୍ୱାରା ବଶୀଭୂତ ମଧ୍ୟ ହେବେ । ଏହାକୁ ବ୍ୟବହାର କରିବା ପରେ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ । ଏହାକୁ ଧାରଣ କରିବା ଦ୍ୱାରା ନବଗ୍ରହ ପୀଡ଼ା ଦୂର ହୋଇଯାଏ ।
୩ . ବର ଗଛ ଜଟା:-
ହିନ୍ଦୁ ଧର୍ମରେ ବର ଗଛ ଅତ୍ୟନ୍ତ ପବିତ୍ର ଅଟେ ଏବଂ ଏହାର ଜଟା ଅର୍ଥାତ ଓହଳ ମଧ୍ୟ ଅତ୍ୟନ୍ତ ପବିତ୍ର ଅଟେ । ବରଗଛରେ ସବୁ ଦେବଦେବୀଙ୍କ ଶକ୍ତି ନ୍ୟସ୍ତ ଥାଏ । ବରଗଛରେ ପିତୃ ପୁରୁଷଙ୍କର ମଧ୍ୟ ବାସ ହୋଇଥାଏ । ଯଦି ଆପଣ ନୂଆବର୍ଷ ଦିନ ଏହି ଚେର ଆଣି ପୂଜା କରି ଧାରଣ କରନ୍ତି ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ ।
୪ . ଧଳା ଅରଖ ଗଛର ଚେର:-।
ଧଳା ଅରଖ ଗଛର ଚେର ଭଗବାନ ଗଣେଶଙ୍କ ସ୍ୱରୂପ ହୋଇଥାଏ କାରଣ ଏହାର ଚେର ଭଗବାନ ଗଣେଶଙ୍କ ଶୁଣ୍ଢ ଆକୃତିର ହୋଇଥାଏ । ଏହାକୁ ଯଦି ଆପଣ ନୂଆବର୍ଷରେ ଘରକୁ ଆଣି ପୂଜା କରି ତାବିଜରେ ଧାରଣ କରନ୍ତି ତେବେ ଆପଣଙ୍କୁ ଅନେକ ଲାଭ ହେବ । ଏହାଦ୍ବାରା ନବଗ୍ରହ ପୀଡ଼ା ଦୂର ହୋଇଥାଏ ।
୪ . ଅପରାଜିତା ଗଛର ଚେର:-
ଅପରାଜିତା ଗଛର ଚେର ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହି ଗଛର ଚେରକୁ ଧାରଣ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଭାଗ୍ୟ ଖୋଲିବା ସହିତ ଚାକିରୀ ମଧ୍ୟ ମିଳିଥାଏ ।