ଏହା ସମସ୍ତଙ୍କୁ ଜଣା ଯେ , ଯେଉଁ ଘରେ ସବୁବେଳେ କଳହ କ୍ଳେଶ ଏବଂ ଝଗଡ଼ା ହୋଇଥାଏ ସେହିଘରେ ସମୃଦ୍ଧି ରହେନାହିଁ । ଯେଉଁଘରେ ଲୋକେ ଶାନ୍ତିରେ ରହନ୍ତି ସେହି ଘରକୁ ସମ୍ପନ୍ନତା ଏବଂ ସମୃଦ୍ଧି ଆସିଥାଏ । ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ସର୍ବଦା ରହିଥାଏ । ଆଜି ଆମେ ଆପଣଙ୍କୁ ଏକ କାହାଣୀ କହିବୁ , ଯାହାଦ୍ୱାରା ଆପଣ ଏହା ଜାଣି ପାରିବେ ଯେ ଘରେ କଳହ କ୍ଳେଶ ହେଲେ କଣ ହୋଇଥାଏ ଏବଂ କଳହ କ୍ଳେଶ ହେଲେ ତାହାକୁ କିଭଳି ଅଟକାଇ ହେବ । ଏକ ଜଙ୍ଗଲରେ ଗୋଟିଏ ମୟୁର ଏବଂ ମୟୁର ରହୁଥିଲେ । ମୟୁର ନିଜ ସ୍ତ୍ରୀ ମୟୂରୀକୁ ବେଶ ଭଲ ପାଉଥିଲା ।
ଦିନେ ମୟୂରୀ ମୟୁରକୁ କହିଲା ଯେ ପରିବାର ସହିତ ଅନ୍ୟତ୍ର ଅର୍ଥାତ ଯେଉଁଠି କେବଳ ନିଜ ଜାତିର ପକ୍ଷୀ ଥିବେ ସେଠାରେ ବାସ କରିବ । ମାତ୍ର ଯେଉଁ ସ୍ଥାନରେ ସେମାନେ ରହିଥିଲେ ସେହି ସ୍ଥାନ ମଧ୍ୟ ବେଶ ଭଲ ଥିଲା । ମୟୁର କହିଲା ଯେ ସେହି ସ୍ଥାନରେ ସେମାନେ ଖୁସିରେ ରହି ପାରିବେ ଯେଉଁଠି ଶାନ୍ତି ଥିବ ଏବଂ କଳହ କ୍ଳେଶ ନଥିବ । ମାତ୍ର ମୟୂରୀ ଜିଦ ଧରି ବସିଲା । ତେଣୁ ମୟୁର ବାଧ୍ୟ ହୋଇ ସ୍ତ୍ରୋର ମନ ରଖିବାକୁ ଅନ୍ୟତ୍ର ଗଲା । ତେବେ ସେହି ରାଜ୍ୟର ରାଜା ପଶୁ ପକ୍ଷୀଙ୍କ ଭାଷାକୁ ବେଶ ଭଲ ଭାବରେ ବୁଝି ପାରୁଥିଲା । ରାଜା ନିଜ ରାଣୀକୁ ମଧ୍ୟ ବହୁତ ଭଲ ପାଉଥିଲା । ଦିନ ରାଜାକୁ ଭୋକ ହେବାକୁ ରାଣୀକୁ ଖାଦ୍ୟ ପରଶିବାକୁ କହିଲେ ।
ରାଣୀ ୩୬ ପ୍ରକାରର ଭୋଜନ ଏବଂ ପାଣି ଲୋଟା ନେଇ ରାଜାଙ୍କ ସମ୍ମୁଖରେ ରଖିଦେଲେ । ଖାଇବା ସମୟରେ ରାଜାଙ୍କ ଥାଳିରୁ ଏକ ଭାତ ତଳେ ପଡ଼ିଗଲା । ତାହାକୁ ଏକ ପିମ୍ପୁଡ଼ି ଆସି ବୋହିବାରେ ଆରମ୍ଭ କଲା । ଅଧା ବାଟରେ ପିମ୍ପୁଡ଼ିର ସ୍ତ୍ରୀ ଆସି ପିମ୍ପୁଡ଼ିକୁ ତାହାକୁ ଦେଇ ରାଜାଙ୍କ ଥାଳିରୁ ଆଉ ଏକ ଭାତ ଦାନା ଉଠାଇ ଆଣିବାକୁ କହିଲା । ମାତ୍ର ପିମ୍ପୁଡ଼ି ମନା କରୁଥିଲା । କାରଣ ରାଜା ସବୁ ଜୀବଜନ୍ତୁଙ୍କ ଭାଷା ବୁଝି ପାରନ୍ତି ବୋଲି ତାକୁ ଜଣା ଥିଲା । ମାତ୍ର ପିମ୍ପୁଡିର ସ୍ତ୍ରୀ ଜିଦ କରି ବସିଲା । ଯେତେବେଳେ ଦୁହେଁ ରାଜାଙ୍କ ମୁହଁକୁ ଦେଖଲେ ସେତେବେଳେ ଜାଣି ପାରିଲେ ଯେ ରାଜା ସେମାନଙ୍କର ସବୁ କଥା ଧ୍ୟାନ ଦେଇ ଶୁଣୁଛନ୍ତି । ଏହାପରେ ପିମ୍ପୁଡ଼ିର ସ୍ତ୍ରୀ ପିମ୍ପୁଡ଼ିକୁ କହିଲା ଭାତ ଦାନା ଉଠାଇ ଆଣିବାକୁ ଏବଂ ଯଦି ରାଜା ଏ ବିଷୟରେ କାହାକୁ କହନ୍ତି ତେବେ ସେ ପଥର ହୋଇଯିବେ ।
ମାତ୍ର ରାଜାଙ୍କ ହସିବାର ଶବ୍ଦ ଶୁଣି ରାଣୀ ବାହାରକୁ ଆସି ରାଜାଙ୍କୁ ବାରମ୍ବାର ହସିବାର କାରଣ ପଚାରିଲେ । ରାଜା ପ୍ରଥମେତଃ କହିଲେ ତାହା କୌଣସି ଖାସ କଥା ନୁହେଁ । ମାତ୍ର ରାଣୀ ବାରମ୍ବାର ପଚାରିବାରୁ ରାଜା କହିଲେ ଯେ ଯଦି ସେ ରାଣୀକୁ ଏ ବିଷୟରେ କହନ୍ତି ତେବେ ସେ ପଥର ପାଲଟି ଯିବେ । ମାତ୍ର ରାଣୀ ଜିଦ ଧରି ବସିଲେ । ଏହାପରେ ରାଜା ରାଣୀଙ୍କୁ ଏକ ଜଙ୍ଗଲ ମଧ୍ୟକୁ ନେଇ ଗଲେ ଏବଂ ଯେତେ ପିମ୍ପୁଡ଼ିର କଥା ଶେଷ ହୋଇ ଆସିଲା ରାଜା ଗୋଡ଼ ପାଖକୁ ମୁଣ୍ଡ ଆଡକୁ ସେତେ ପଥର ହୋଇ ଯାଉଥିଲେ । ରାଣୀ ମାତ୍ର ରାଜାଙ୍କୁ ପୁରା କଥା କହିବାକୁ କହିଲେ ।
ଯାହାଦ୍ୱାରା ରାଜା ଶେଷରେ ପୁରାପୁରି ପଥର ହୋଇଗଲେ । ତେଣୁ ଏହି କଥାରୁ ଏହି ଶିକ୍ଷା ମିଳୁଛି ଯେ ସ୍ତ୍ରୀ ବିନା ଅର୍ଥ ଜିଦ କେବେଇ ମାନିବା ଉଚିତ ନୁହେଁ । ନଚେତ ସ୍ୱାମୀ ସମସ୍ୟାରେ ପଡିଥାଏ । ଏମିତିକି ବର୍ବାଦି ଆସିଥାଏ । ରାମୟଣ ଯୁଗରେ ମଧ୍ୟ ଯଦି ମାତା ସୀତା ରାମଚନ୍ଦ୍ରଙ୍କୁ ସ୍ୱର୍ଣ୍ଣ ହରିଣ ଆଣିବାକୁ ଜିଦ କରି ନଥାନ୍ତେ ତେବେ ରାମାୟଣ ଭଳି ଯୁଦ୍ଧ ହୋଇ ନଥାନ୍ତା । ମହାଭାରତରେ ଯଦି ଦ୍ରୌପଦୀ ନିଜ ଜିଦ ଏବଂ ଅହଙ୍କାର ଛାଡ଼ି ଦେଇଥାନ୍ତେ ତେବେ ମହାଭାରତ ଭଳି ସମର ହୋଇ ନଥାନ୍ତା । ବିଶ୍ୱରେ ଏପରି ଅନେକ ଘଟଣା ଘଟିଛି ଯାହା ଏହି କଥାର ପ୍ରମାଣ ଅଟେ ।