ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ମନୁଷ୍ୟର ଜୀବନକୁ ସରଳ ଓ ସହଜ କରିବା ପାଇଁ ଅନେକ ଉପଦେଶ ଦେଇଛନ୍ତି। ତେବେ ମନୁଷ୍ୟ ଏହି ନୀତି ଗୁଡିକ ନିଜ ଜୀବନରେ ପ୍ରୟୋଗ କଲେ ଅନେକ ସୁଫଳ ପାଇ ପାରିବ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥର ଦିତୀୟ ଅଧ୍ୟାୟରେ ସେ କହିଛନ୍ତି ଅସତ୍ୟ, କୌଣସି କାର୍ଯ୍ୟକୁ ସିଘ୍ରତାରେ କରିବା, ଦାୟିତ୍ବବାନ, ପବିତ୍ରତା, ଲୋଭ କରିବା ଏହିସବୁ ଗୁଣ ସ୍ତ୍ରୀ ମାନଙ୍କ ମଧ୍ୟରେ ଦେଖା ଦେଇଥାଏ। ଏହାସହିତ ପର ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖିବା, ଦାୟିତ୍ବହୀନ, ନିଶା ସେବନ କରି ନିଜ ସ୍ତ୍ରୀଙ୍କୁ ଅସମ୍ମାନ କରିବା, ନିଜକୁ ସର୍ବଦା ଜ୍ଞାନୀ ଓ ଠିକ୍ ସାବ୍ୟସ୍ତ କରିବା ଏହିସବୁ ଗୁଣ ସ୍ଵାଭାବିକ ରୂପରେ ପୁରୁଷ ଲୋକଙ୍କ ମଧ୍ୟରେ ରହିଥାଏ।
ଭୋଜନ କରିବାର ଯୋଗ୍ୟ ପଦାର୍ଥ ଏବଂ ଭୋଜନ କରିବା ପାଇଁ ଶକ୍ତି ରହିବା ଆବଶ୍ୟକ। ସୁନ୍ଦର ସ୍ତ୍ରୀ, ଐଶ୍ୱର୍ଯ୍ୟ, ଦାନ ଶକ୍ତି, ଏହିସବୁ ସୁଖ ତପ କରିବା ପରେ ମଧ୍ୟ ମିଳେ ନାହିଁ। ଏହାର ଅର୍ଥ ଏଗୁଡ଼ିକ ତପସ୍ୟାର ଫଳ ସ୍ୱରୂପ ଅଟେ। ଯେଉଁ ବ୍ୟକ୍ତିର ପୁତ୍ର ନିଜ ବଶରେ ରହିଥାଏ ଏବଂ ତାର ସ୍ତ୍ରୀ ସବୁ କଥା ମାନି ଥାଏ, ତାଙ୍କ ପାଖରେ ଅଳ୍ପ ଧନ ରହିଲେ ମଧ୍ୟ ସେ ସନ୍ତୁଷ୍ଟ ହୋଇଥାନ୍ତି ଅର୍ଥାତ୍ ଘର ସ୍ବର୍ଗ ପରି ଲାଗିଥାଏ।
ତାକୁ ହିଁ ପୁତ୍ର କୁହାଯାଏ, ଯିଏ ପିତାଭକ୍ତ ହୋଇଥାଏ। ତାଙ୍କୁ ହିଁ ପିତା କୁହାଯାଏ, ଯିଏ ନିଜ ସନ୍ତାନଙ୍କ ଲାଳନ ପାଳନ କରିଥାନ୍ତି। ଯାହା ଉପରେ ସଂପୂର୍ଣ୍ଣ ରୂପରେ ବିଶ୍ୱାସ ରହିଥାଏ, ତାକୁ ହିଁ ବନ୍ଧୁ କୁହାଯାଏ। ଯିଏ ସଙ୍କଟ ସମୟରେ ବନ୍ଧୁ ଓ ଘରେ ମାଆ ପରି ଉପଦେଶ ଦେଇଥାଏ, ତାକୁ ହିଁ ସହଧର୍ମିଣୀ ଅର୍ଥାତ୍ ସ୍ତ୍ରୀ କୁହାଯାଏ।
ଯେଉଁ ମିତ୍ର ପ୍ରତ୍ୟକ୍ଷ ରୂପରେ ମଧୁର ବଚନ ବୋଲିଥାଏ ଏବଂ ଆପଣଙ୍କ ପଛରେ ସବୁ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିଥାଏ, ଏଭଳି ମିତ୍ରର ମିତ୍ରତା ବିଷ ସହିତ ସମାନ ହୋଇଥାଏ। ନିଜ ମନରେ କରିଥିବା କୌଣସି ବିଚାରକୁ ଅନ୍ୟମାନଙ୍କ ସାମ୍ନାରେ ବ୍ୟକ୍ତ କରିବା ଉଚିତ ନୁହେଁ। ସେହି ବିଚାରକୁ ମନ୍ତ୍ର ସ୍ୱରୂପ ରଖି କାର୍ଯ୍ୟରେ ରୂପାନ୍ତରିତ କରନ୍ତୁ। ଯିଏ ଅନ୍ୟକୁ ଦୁଃଖ ଦେଇଥାଏ, ସେ ସବୁଠାରୁ ମୁର୍ଖ ହୋଇଥାଏ। ସବୁଠାରୁ ବଡ଼ କଷ୍ଟ ହେଉଛି, ଅନ୍ୟର ଘରେ ବାସ କରିବା ଅର୍ଥାତ୍ ଅନ୍ୟର ସଂରକ୍ଷଣରେ ରହିବା ବହୁତ ଦୁଃଖଦାୟୀ ହୋଇଥାଏ।
ସେହି ପିତାମାତା ଶତ୍ରୁ ସମାନ ହୋଇଥାନ୍ତି, ଯେଉଁମାନେ ନିଜ ସନ୍ତାନଙ୍କୁ ଶିକ୍ଷା ଗ୍ରହଣ କରିବାକୁ ଦେଇ ନଥାନ୍ତି। ଅପାଠୁଆ ବ୍ୟକ୍ତି ଅନ୍ୟମାନଙ୍କ ସାମ୍ନାରେ ସର୍ବଦା ଅପମାନ ହୋଇଥାଏ। ସନ୍ତାନଙ୍କୁ ଅଧିକ ସ୍ନେହ ଓ ଭଲପାଇବା ଦେବା ଦ୍ଵାରା ସେ ଗୁଣ ହୀନ ହୋଇ ଯାଇଥାନ୍ତି। ପୁତ୍ର ଓ ଶିଷ୍ୟଙ୍କୁ ଯଦି ଅନ୍ୟ ନାରୀକୁ ଖରାପ ନଜରରେ ଦେଖିବାକୁ ଭୟ କରିବେ, ତାହେଲେ ସେ କେବେବି ଭୁଲ ମାର୍ଗରେ ଯିବେ ନାହିଁ।
ନଦୀକୂଳରେ ଥିବା ବୃକ୍ଷ, ପର ଘରକୁ ଯାଇଥିବା ସ୍ତ୍ରୀ, ମନ୍ତ୍ରୀଙ୍କ ବିନା ରାଜା କେବେବି ତିଷ୍ଠି ରହି ପାରନ୍ତି ନାହିଁ। ବ୍ରାହ୍ମଣ ମାନଙ୍କର ବଳ ହେଉଛି ବିଦ୍ୟା। ରାଜାଙ୍କର ବଳ ହେଉଛି ତାଙ୍କ ସେନା। ବେଶ୍ୟାର ବଳ ହେଉଛି ଧନ। ଖରାପ ଆଚରଣ କରୁଥିବା ବା ପାପ ଦୃଷ୍ଟି ରଖୁଥିବା ଲୋକଙ୍କ ସହିତ ରହିବା ଦ୍ୱାରା ପାପ ଲାଗିଥାଏ।