କାଉର ଏହି ଚାରୋଟି ଜ୍ଞାନ ବର୍ଦ୍ଧକ କଥା । ଭୁଲରେବି ଏହି ଚାରି ପ୍ରକାରର ଲୋକଙ୍କ ଠାରୁ ମଗାନ୍ତୁ ନାହିଁ ସାହାଯ୍ୟ । ନଚେତ ହଇରାଣରେ ପଡ଼ିବେ ।

ବରଂ ଆପଣ ଭୋକିଲା ରହିଯିବେ , କିନ୍ତୁ ଭୁଲରେବି କିଛି ସ୍ୱଭାବର ଲୋକଙ୍କୁ ସାହାଯ୍ୟ ମାଗିବା ଉଚିତ ନୁହେଁ । କାରଣ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସାହାଯ୍ୟ ସାହାଯ୍ୟ କରିବା ଆଳରେ ଆପଣଙ୍କର କ୍ଷତି ହିଁ କରିବେ । ଆଜି ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ ଏହି ସମ୍ବନ୍ଧରେ ବୁଝାଇବୁ । ଗୋଟିଏ ଜଙ୍ଗଲରେ ଦୁଇଟି କାଉ ରହୁଥିଲେ । ସମୟ ଖରାପ ଥିଲା ଏବଂ ସେଠାକାର ଜଙ୍ଗଲ ନଷ୍ଟ ହୋଇଯିବାରୁ କାଉ ଏବଂ ତାର ସ୍ତ୍ରୀକୁ ଅଧିକାଂଶ ସମୟରେ ଭୋକରେ ରହିବାକୁ ପଡୁଥିଲା । ସେମାନେ ସବୁବେଳେ ଖାଦ୍ୟ ଅନ୍ୱେଷଣରେ ରହିଥିଲେ । କିନ୍ତୁ ଦିନେ ଦୁହେଁ ଏକ ଶୁଖିଲା ଗଛ ଉପରେ ବସିଥିବା ସମୟରେ ଏକ ଶିକାରୀ କୁକୁର ମୁହଁରେ ମାଂସ ଖଣ୍ଡ ଧରି ସେହି ଗଛ ତଳକୁ ଆସେ ।

ଆଉ କାଉ ଦୁଇଟି ଖାଇବାକୁ ସେହି କୁକୁରକୁ ଖାଦ୍ୟ ମାଗନ୍ତି । ଶିକାରୀ କୁକୁରଟି ଅନେକ ସମୟ ଭାବିବା ପରେ କାଉ ଦୁଇଟିକୁ ଖାଦ୍ୟ ଦେବ ବୋଲି କହିଲା ମାତ୍ର ସେଥିପାଇଁ ସେ କାଉ ଦୁଇଟିକୁ ତଳକୁ ଆସିବାକୁ କହିଲା । ଏହା ଶୁଣି କାଉର ସ୍ତ୍ରୀ ତଳକୁ ଯିବା ସମୟରେ କାଉ ଅଟକାଇ ଦେଲା ଏବଂ ମନୁଷ୍ୟର ସ୍ଵଭାବ ବୁଝାଇବାରେ ଲାଗିଲା ଯେ , କିଛି ମନୁଷ୍ୟ ଏପରି ଅଛନ୍ତି ଯେଉଁମାନେ କେବେବି ଭଲ ଉଦ୍ଦେଶ୍ୟ ରଖି କାହାକୁ ସାହାଯ୍ୟ କରନ୍ତି ନାହିଁ । ଏଇ ଯେମିତି କୁକୁରଟି ଏତେ ମିଠା ମିଠା କଥା କହି ତଳକୁ ଡାକିବାର ଅର୍ଥ ସେ କାଉକୁ ମଧ୍ୟ ମାରିଦେବ । କଥାରେ ଅଛି ତଳକୁ ମୁହଁ କରି ମିଠା ବାଣୀ କହୁଥିବା ବ୍ୟକ୍ତି ବେଇମାନ ହୋଇଥାଏ ।

ଏହା କହି କାଉ ନିଜ ସ୍ତ୍ରୀକୁ ଏକ କାହାଣୀ ଶୁଣାଇବାକୁ ଲାଗେ । ଗୋଟିଏ ଜଙ୍ଗଲରେ ଦୁଇଟି ମଇନା ବେଶ ଖୁସିରେ ରହୁଥିଲେ । ମାତ୍ର ସେମାନେ ବସା ବାନ୍ଧିଥିବା ଗଛ ତଳେ ଏକ କଳା ନାଗ ରହୁଥିଲା ଯିଏକି ମଇନାର ସବୁ ଅଣ୍ଡାକୁ ଖାଇ ଦେବାରୁ ମଇନାର ବଂଶ ବୃଦ୍ଧି ହେଉ ନଥିଲା । ମଇନା ଗଛରେ ବସି କାନ୍ଦୁଥିବା ସମୟରେ ଏକ ଶୁଆ ଆସି ମଇନାକୁ କାନ୍ଦୁଥିବାର କାରଣ ପଚାରିଲା । ଶୁଆ କହିଲା ଯେ ଯଦି ସାପର ବିର୍ତ୍ତାପକୁ ମୁକାବିଲା ନକରାଯାଏ ତେବେ ଆଗାମୀ ସମୟରେ ସେ ଆହୁରି ଜୀବଜନ୍ତୁଙ୍କୁ ମାରି ଖାଇବ । ଶୁଆ ଏକ ଉପାୟ ପାଞ୍ଚିଲା ଏବଂ ମଇନା ସହିତ ଯାଇ ସାପକୁ ମାରିବା ପାଇଁ କିଛି ମାଛ ଆଣିଲା ।

ଦୁହେଁ ଏକାଧିକ ବନ୍ଦୋବସ୍ତ ମାଛ ଆଣି ସାପର ଗାତ ସାମ୍ନାରେ ଥିବା ଏକ ନେଉଳର ଗାତ ପାଖରେ ଗୋଟିଏ ମାଛ ରଖିଦେଲା ଏବଂ ଆଉ କିଛି ଦୂରରେ ଆଉ ଏକ ମାଛ ଏମିତି ସାପର ଗାତ ପର୍ଯ୍ୟନ୍ତ ମାଛ ରଖିଦେଲେ । ନେଉଳ ଯେତେବେଳେ ଗାତରୁ ବାହାରି ମାଛ ଦେଖିଲା ସେତେବେଳେ ସେ ତାହାକୁ ଖାଇ ଦେଲା ।

ଏମିତି ଭାବି ସାପ ଗାତ ଭିତରେ କିଛି ଖାଦ୍ୟ ଥିବା ଅନୁମାନ କରି ନେଉଳ ଗାତ ଭିତରେ ପଶିଗଲା । ସାପକୁ ଦେଖି ନେଉଳ ଏବଂ ସାପ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲା । ନେଉଳ ସାପକୁ ଆକ୍ରମଣ କରି ତାକୁ ମାରିଦେଲା । ନେଉଳ ଗାତରୁ ବାହାରି ଆସିବା ପରେ ମଇନା ଏବଂ ଶୁଆ ତାକୁ ଧନ୍ୟବାଦ ଦେଲେ । ଯାହାର କାରଣ ନେଉଳ ପଚାରିବାରୁ ଦୁହେଁ ପୁରା ଘଟଣା କହିଲେ ।

ଏହି ଗପ କହି କାଉ କହେ ଯେ

୧ . ଯିଏ ଦୁଷ୍ଟ ତା ସହିତ ଦୁଷ୍ଟତା ହିଁ କରିବା ଶ୍ରେୟସ୍କର ଅଟେ । ଏହିଭଳି ଚାରି ପ୍ରକାରର ଲୋକ ଅଛନ୍ତି ଯାହାଙ୍କ ଠାରୁ ସାହାଯ୍ୟ ମାଗିବା ଉଚିତ ନୁହେଁ ।

୨ . ପ୍ରଥମ ହେଉଛି ଶତ୍ରୁ । କାରଣ ଶତ୍ରୁକୁ ସାହାଯ୍ୟ ମାଗିଲେ ସେ ସାହାଯ୍ୟ କରିବା ବଦଳରେ କ୍ଷତି କରିବାକୁ ହିଁ ଚିନ୍ତା କରିବ ।

୩ . ଦ୍ଵିତୀୟ ଯେଉଁ ବ୍ୟକ୍ତି ନିଜ ପାଇଁ ଅନ୍ୟକୁ ସାହାଯ୍ୟ ମାଗୁଛି ତାହାକୁ କେବେ ସାହାଯ୍ୟ ମାଗିବା ଉଚିତ ନୁହେଁ । ତୃତୀୟରେ ଅନ୍ଧକାରରେ ଘେରି ରହିଥିବା ବ୍ୟକ୍ତିକୁ ସାହାଯ୍ୟ ମାଗିବା ଉଚିତ ନୁହେଁ ।

୪ . ଯେଉଁ ବ୍ୟକ୍ତି ନିଶାରେ ବୁଡ଼ି ରହିଥିବ ସେହି ବ୍ୟକ୍ତିକୁ ମଧ୍ୟ କେବେ ସାହାଯ୍ୟ ମାଗିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *