ସ୍ୱପ୍ନରେ ସାପ ଦେଖିଲେ ମିଳିଥାଏ ଏହିସବୁ ସଙ୍କେତ , ଏହି ପାଞ୍ଚଟି ସ୍ୱପ୍ନ ଦେଖିଲେ ଭୁଲରେ ବି କାହା ସାମ୍ନାରେ କୁହନ୍ତୁ ନାହିଁ । ନଚେତ ହୋଇଯିବ ଅନର୍ଥ:-

ଆଜି ଆମେ ଆପଣଙ୍କୁ ସେହି ପାଞ୍ଚଟି ସ୍ୱପ୍ନ ବିଷୟରେ କହିବୁ ଯାହାକୁ ଆପଣ କେବେ ନା କେବେ ନିଶ୍ଚୟ ଦେଖିଥିବେ । ଏହାବ୍ୟତୀତ ଆପଣ ସେହି ସ୍ୱପ୍ନ ଦେଖିବା ପରେ କାହା ସାମ୍ନାରେ କରିବାର ଭୁଲ ମଧ୍ୟ ନିଶ୍ଚିତ ଭାବରେ କରିଥିବେ । କିନ୍ତୁ ସେହି କିଛି ସ୍ୱପ୍ନ ନିଜ ପରିବାର ଲୋକ ସମେତ ବାହାର ଲୋକ କାହା ସାମ୍ନାରେବି କହିବା ଉଚିତ ନୁହେଁ । ଏହାଦ୍ବାରା ଆପଣ ସମସ୍ୟାରେ ପଡ଼ି ପାରନ୍ତି । ତେବେ ଚାଲନ୍ତୁ ଜାଣିବା ଯେ ଏହିସବୁ ସ୍ୱପ୍ନ ବିଷୟରେ ଅନ୍ୟ ଲୋକ ଜାଣିଲେ କଣ ହୋଇଥାଏ ।

ନିଦରେ ସ୍ୱପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ ଯାହା ପ୍ରାୟ ସମସ୍ତଙ୍କ ସହିତ ହୋଇଥାଏ । କିଛି ସ୍ୱପ୍ନ ଆଖି ଖୋଲିବା ପରେ ମନେ ରହେନାହିଁ ମାତ୍ର ଆଉ କିଛି ସ୍ୱପ୍ନ ବେଶ ଭଲ ଭାବରେ ମନେ ରହିଯାଏ । ମାତ୍ର କିଛି ସ୍ୱପ୍ନକୁ ଅନ୍ୟ କାହା ସାମ୍ନାରେ କେବେ ବର୍ଣ୍ଣନା କରିବା ଉଚିତ ନୁହେଁ । ଏହା କରିବା ଭଲ ହୋଇଥାଏ ଏବଂ ଏହାଦ୍ବାରା ସ୍ବପ୍ନରୁ ମିଳିବାକୁ ଯାଉଥିବା ଫଳ ବ୍ୟର୍ଥ ହୋଇଥାଏ ।

୧ . ତେବେ ଏସବୁ ମଧ୍ୟରେ ପ୍ରଥମ ସ୍ୱପ୍ନ ହେଉଛି ପ୍ରକୃତି ସମ୍ବନ୍ଧୀୟ ସ୍ୱପ୍ନ । ଯଦି ଆପଣ ସ୍ୱପ୍ନରେ ପାହାଡ଼ , ପର୍ବତ , ନଦୀ , ଝରଣା , ଜଙ୍ଗଲ ଏହିଭଳି ପ୍ରକୃତି ସମ୍ବନ୍ଧୀୟ ଜିନିଷ ଦେଖୁଛନ୍ତି ତେବେ ଏହାର ଅର୍ଥ ବହୁତ ଜଲଦି ଆପଣଙ୍କ ଜୀବନରେ ଖୁସି ଖବର ଆସିବାକୁ ଯାଉଛି । ଯେଉଁଭଳି ପ୍ରକୃତି ନିକଟକୁ ଯାଇ ଆମ ମନ ପ୍ରସନ୍ନ ହୋଇଥାଏ । ସେହିଭଳି ଏପରି ସ୍ୱପ୍ନ ଦେଖିବାର ଅର୍ଥ ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ଏପରି ସ୍ୱପ୍ନ ଦେଖିବା ପରେ ଯଦି ଆପଣ ତାହାକୁ କାହା ସାମ୍ନାରେ କହନ୍ତି ତେବେ ସ୍ବପ୍ନରୁ ମିଳିବାକୁ ଯାଉଥିବା ଶୁଭ ଫଳ ଆଉ ପ୍ରାପ୍ତ ହୁଏ ନାହିଁ ।

୨ . ଅନେକ ସମୟରେ ଏପରି ହୋଇଥାଏ ଯେତେବେଳେ ବ୍ୟକ୍ତି ନିଜ ସ୍ୱପ୍ନରେ ନିଜର କିମ୍ବା ଅନ୍ୟର ମୃତ୍ୟୁ ଦେଖିଥାଏ । ଏଭଳି ସ୍ୱପ୍ନ ଦେଖିବା ପରେ ଅନେକ ସମୟରେ ମନୁଷ୍ୟ ଅତ୍ୟନ୍ତ ଭୟଭୀତ ହୋଇଯାଏ କିମ୍ବା ମନୁଷ୍ୟ ଅତ୍ୟନ୍ତ ବିଚଳିତ ହୋଇଯାଏ । ମାତ୍ର ଏପରି ସ୍ୱପ୍ନ ଆସିଲେ ଆଦୋୖ ଭୟଭୀତ ହେବା ଉଚିତ ନୁହେଁ । କାରଣ ଏପରି ସ୍ୱପ୍ନ ଆସିବାର ଅର୍ଥ ବହୁତ ଜଲଦି ଆପଣଙ୍କ ସମସ୍ୟାର ସମାଧାନ ଆସିବାକୁ ଯାଉଛି । କିନ୍ତୁ ଯଦି ଆପଣ ଏହି ସ୍ୱପ୍ନ ବିଷୟରେ କାହା ସମ୍ମୁଖରେ କହନ୍ତି ତେବେ ଏହି ସ୍ବପ୍ନର ଶୁଭ ଫଳ ଆଉ ମିଳିବ ନାହିଁ ।

୩ . ପ୍ରାୟତଃ ଅନେକ ସମୟରେ ମନୁଷ୍ୟକୁ ସାପ ଦେଖା ଯାଇଥାଏ ଯାହାଦ୍ୱାରା ମନୁଷ୍ୟ ଭୟଭୀତ ହୋଇଯାଏ । କିନ୍ତୁ ଯଦି ଏପରି ସ୍ୱପ୍ନ ଆସେ ତେବେ ଆଦୋୖ ଭୟଭୀତ ହେବାର ଆବଶ୍ୟକତା ନାହିଁ । କାରଣ ସ୍ୱପ୍ନରେ ସାପ ଦେଖିବା ଆଗାମୀ ସମୟରେ ଆପଣଙ୍କ ବ୍ୟବସାୟରେ ଉନ୍ନତି ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି ଦିଗରେ ଇସାରା କରିଥାଏ । ସ୍ୱପ୍ନରେ ସାପ ଦେଖିଲେ ଧନ ଲାଭର ସମ୍ଭାବନା ରହିଥାଏ । ତେଣୁ ଏହି ସ୍ୱପ୍ନ ବିଷୟରେ ମଧ୍ୟ କାହା ସାମ୍ନାରେ କହିବା ଉଚିତ ନୁହେଁ । କାରଣ ଶାସ୍ତ୍ର ଅନୁଯାୟୀ ଏହି ବିଷୟରେ କାହାକୁ କହିବା ଦ୍ୱାରା ଏହାର ଫଳ ଆଉ ମିଳି ନଥାଏ ।

୪ . ଯଦି ଆପଣ ସ୍ୱପ୍ନରେ କୌଣସିବି ଦେବତାର ଦର୍ଶନ କରୁଛନ୍ତି ତେବେ ଏହାର ଅର୍ଥ ବହୁତ ଜଲଦି ଆପଣଙ୍କ ଜୀବନକୁ ଖୁସି ଆସିବାକୁ ଯାଉଛି । ଏହି ସଙ୍କେତ ସଫଳତା ଦିଗରେ ଇଙ୍ଗିତ କରିଥାଏ । ତେଣୁ ଏହି ସ୍ୱପ୍ନ ବିଷୟରେ ମଧ୍ୟ କାହାକୁ କହିବା ଉଚିତ ନୁହେଁ । ନଚେତ ଆପଣଙ୍କ କାମ ବିଗିଡ଼ି ପାରେ ।

୫ . ଯଦି ଆପଣ ସ୍ୱପ୍ନରେ କୌଣସି ପ୍ରକାରର ମାଛକୁ ପହଁରୁ ଥିବାର ଦେଖୁଛନ୍ତି , କିମ୍ବା ଅନ୍ୟ କାହାକୁ କିମ୍ବା ନିଜକୁ ମାଛ ଧରୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ସ୍ୱପ୍ନରେ ମାଛ ଦେଖିବା ଅର୍ଥ ହଠାତ ବଡ଼ ଧନ ଲାଭ ହୋଇଥାଏ । ଏହି ସ୍ବପ୍ନର ଫଳ ଆପଣଙ୍କୁ ଆଗାମୀ ଏକ ମାସ ମଧ୍ୟରେ ମିଳିଯିବ । ତେଣୁ ଏହି ସ୍ୱପ୍ନ ବିଷୟରେ ମଧ୍ୟ କୌଣସି ବ୍ୟକ୍ତି ସାମ୍ନାରେ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *