ଆମର ପ୍ରତ୍ୟେକ ଦିନର କାର୍ଯ୍ୟକଳାପ ର ପ୍ରଭାବ ଆମ ଘରର ବାସ୍ତୁ ଉପରେ ବି ଅବଶ୍ୟ ହିଁ ପଡିଥାଏ | ଆମର ରହଣି ସହଣୀ ଖାଦ୍ୟ ପେୟ, ଆମର ବିଚାର ଏବଂ ଆମର ଆଚରଣ ଯେପରି ହୋଇଥାଏ ସେହି ପରି ପ୍ରଭାବ ଆମ ଜୀବନ ରେ ବି ପଡିଥାଏ | ଏହା ସହ ଆମ ବ୍ୟବହାର ଏବଂ ଆମର ଅଭ୍ୟାସ ରେ ମଧ୍ୟ ଆମ ଜୀବନ ପ୍ରଭାବିତ ହୋଇଥାଏ |
ବାସ୍ତୁ ଶାସ୍ତ୍ର ର କିଛି କଥା କୁ ମାନିବା ଆମ ଦୈନିକ ଜୀବନ ରେ ନିତ୍ୟନ୍ତ ଜରୁରୀ ହୋଇଥାଏ | ଏବଂ ତାକୁ ଅଭ୍ୟାସ ରେ ପରିଣତ କରିବା ମଧ୍ୟ ଉତ୍ତମ ହୋଇଥାଏ | ଯେପରି ନିତ୍ୟ ସ୍ନାନ ସମୟ ରେ କରିବା, ଠିକ ସମୟ ରେ ପ୍ରତି ଦିନ ଖାଇବା ଅର୍ଥାତ ସମସ୍ତ କାର୍ଯ୍ୟ ସମୟ ରେ କରିବା | ଏହା ଆମର ଶୋଇବା ଉଠିବା ମଧ୍ୟ ଠିକ ସମୟ ରେ ହେବା ଅତ୍ୟନ୍ତ ଜରୁରୀ ହୋଇଥାଏ | ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହେବା ସହ ଆମ ଶାସ୍ତ୍ର ଏହାକୁ କରିବା ଅନିର୍ବାଯ୍ୟ କୁହାଯାଇଛି |
ଭଲ ନିଦ ଆମ ପାଇଁ ବହୁତ ଜରୁରୀ ହୋଇଥାଏ ଏହା ଦ୍ୱାରା ଆମ ମନ ମସ୍ତିକ ଠିକ ରହିବା ସହ ଆମକୁ ଉର୍ଜା ବି ମିଳିଥାଏ | ଆମ ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଆମ ଶୋଇବାର ଏବଂ ସ୍ବପ୍ନ ବିଷୟରେ ଅନେକ ପ୍ରକାରର ନିୟମ ବିଷୟରେ କୁହାଯାଇଛି | ଯେମିତିକି ଆମକୁ କେଉଁ ସମୟ ରେ ଶୋଇବା ଉଚିତ ଏବଂ କେଉଁ ସମୟ ରେ ନୁହେଁ | କିପରି ଶୋଇବା ଉଚିତ କେଉଁ ଦିଗ କୁ ମୁଣ୍ଡ ଏବଂ ଗୋଡ଼ ରଖି ଶୋଇବା ଉଚିତ ଇତ୍ୟାଦି |
ଏହା ସହିତ ଆମକୁ କେତେ ସମୟ ଶୋଇବା ଉଚିତ ଏହା ମଧ୍ୟ ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି | ଏବଂ ଏହାର ସିଧା ସମ୍ବନ୍ଧ ଆମର ଆର୍ଥିକ ଏବଂ ପାରିବାରିକ ସହ ଯୋଡ଼ି ହୋଇ ରହିଥାଏ | ଖାସ କରି ଘର ର ମହିଳାଙ୍କୁ ଏହି ନିୟମ ନିଶ୍ଚିନ୍ତ ମାନିବା ଉଚିତ | ବନ୍ଧୁଗଣ ଆଜି ଆମେ ଶୋଇବାର ଏହି ନିୟମ ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ରେ ଶୋଇବାକୁ ନେଇ କଣ କୁହାଯାଇଛି ;
1.ସର୍ବପ୍ରଥମେ ଜାଣି ରଖନ୍ତୁ ଘରର ମୁଖିଆ ଙ୍କ ଶୟନ କକ୍ଷ ଘରର ଦକ୍ଷିଣ ପଶ୍ଚିମ ଦିଗ ରେ ରହିବା ଉଚିତ | ଏହି ଦିଗ ରେ ଶୟନ କକ୍ଷ ରହିବା ଦ୍ୱାରା ଚାକିରୀ ଏବଂ ବିଜନେସ ରେ ଲାଭ ହୋଇଥାଏ ଘର ପରିବାର ସୁଖ ସମୃଦ୍ଧି ରେ ଭରିଯାଏ |
2. ଶୋଇବା ସମୟ ରେ ଆମ ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗ ରେ ରହିବା ଉଚିତ | ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ | ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଉଚିତ ନୁହେଁ | କାରଣ ଏହା ମୁତ୍ୟୁ ର ଦେବତା ଯମରାଜ ଙ୍କର ହୋଇଥାଏ | ସେହିପରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ | ସୂର୍ଯ୍ୟ ଆମର ପୂଜ୍ୟ ଦେବତା ହୋଇଥାନ୍ତି ତେଣୁ ପୂର୍ବ ଦିଗକୁ କେବେ ବି ଗୋଡ଼ କରି ଶୋଇବା ଉଚିତ ନୁହେଁ |
3.ମହିଳାଙ୍କୁ ଶୀଘ୍ର ସୋଇ ଶୀଘ୍ର ଉଠିଯିବା ଉଚିତ | ନିତ୍ୟକର୍ମ ସାରି ପୂଜା ପାଠ କରିବା ଉଚିତ | ଏହିପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ଘର ପରିବାର ମଧ୍ୟ ସୁଖୀ ଏବଂ ଚିନ୍ତା ମୁକ୍ତ ହୋଇଥାନ୍ତି | ତେବେ ଯେଉଁ ମହିଳା ଡେରି ରେ ସୋଇ ଡେରି ରେ ଉଠନ୍ତି ସେହି ଘରେ କାଙ୍ଗାଳି ବାସ କରିଯାଏ | ତେଣୁ ମହିଳାଙ୍କୁ ଶୀଘ୍ର ଉଠି ଘରର ଅନ୍ୟ ସଦସ୍ୟ ଙ୍କୁ ମଧ୍ୟ ଉଠେଇବା ଉଚିତ |
4.ମହିଳାଙ୍କୁ ଦିନ ରେ ଶୋଇବା ଉଚିତ ନୁହେଁ ଏହିପରି କରିବା ଦ୍ୱାରା ତନ ଏବଂ ମନ ରେ ଅଳସ ଭରିଯାଏ | ଏବଂ ଏହାର ଦୁଷପ୍ରଭାବ ଘର ସମସ୍ତ ସଦସ୍ୟ ଉପରେ ପଡିଥାଏ ଏବଂ ଆର୍ଥିକ ଅସୁବିଧା ମଧ୍ୟ ହୋଇଥାଏ | ମହିଳାଙ୍କୁ ସନ୍ଧ୍ୟା ରେ ମଧ୍ୟ ଶୋଇବା ଉଚିତ ନୁହେଁ ଏହା ଦ୍ୱାର ଘରୁ ଲକ୍ଷ୍ମୀ ଚାଲିଯାନ୍ତି |
5. ଘରର ମୁଖ୍ୟ ଏବଂ ବଡ ମହିଳାଙ୍କୁ ସର୍ବଦା ଦକ୍ଷିଣ ଦିଗ ରେ ଶୋଇବା ଉଚିତ କାରଣ ଦକ୍ଷିଣ ଦିଗ ର ପ୍ରଭାବ ସବୁଠୁ ଅଧିକ ହୋଇଥାଏ | ସେଥିପାଇଁ ଦକ୍ଷିଣ ଦିଗ ରେ ଶୋଇବା ଦ୍ୱାରା ସ୍ୱଭାବ ବ୍ୟବହାର ରେ ବୃଦ୍ଧି ହୋଇଥାଏ |
6. ପ୍ରାୟତଃ ଅଧିକାଂଶ ଶୟନ କକ୍ଷ ରେ ପତ୍ନୀ ପତି ଙ୍କର କଳି ଝଗଡା ହୋଇଥାଏ | କିନ୍ତୁ ବାସ୍ତୁ ଶାସ୍ତ୍ର ରେ ଶୟନ କକ୍ଷ ରେ କଳି ଝଗଡା କରିବା ଅଶୁଭ ହୋଇଥାଏ | ଏହି ଝଗଡା ରେ ରାହୁ କେତୁ ଙ୍କର ଖରାପ ପ୍ରଭାବ ପଡିଥାଏ | ତେଣୁ ଶୟନ କକ୍ଷ ରେ ପତି ପତ୍ନୀ ଝଗଡା କରିବା ଉଚିତ ନୁହେଁ | ଶାସ୍ତ୍ର ଅନୁସାରେ ପତ୍ନୀ ଙ୍କୁ ପତି ଙ୍କ ବାମ ପାଶ୍ୱ ରେ ଶୋଇବା ଉଚିତ |
7. ମହିଳାଙ୍କୁ କେବେ ବି ଫୁଲ, ତେଲ, ଗଜରା ଲଗେଇକି ଶୋଇବା ଉଚିତ ନୁହେଁ | ଏହା ଖରାପ ଶକ୍ତି କୁ ଆକର୍ଷିତ କରିଥାଏ, କେଶ କୁ ବି ବାନ୍ଧିକି ଶୋଇବା ଉଚିତ |
8. ଶୋଇବା ପୂର୍ବରୁ ନିଜ ପାଦ କୁ ଧୋଇକି ହିଁ ସୁଅନ୍ତୁ | ବେଡ଼ ଉପରେ ଖାନ୍ତୁ ନାହିଁ | ଅଇଁଠା ମୁହଁ ରେ ବେଡ଼ କୁ ଯିବା ଉଚିତ ନୁହେଁ | ଏହା ଦ୍ୱାର ନିଦ ଆସିନଥାଏ ଏବଂ ଦୁଃସ୍ୱପ୍ନ ମଧ୍ୟ ଆସିଥାଏ |