ନଭେମ୍ବର ୨୭ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ହେବ ଧନ ପ୍ରାପ୍ତି ।

ନଭେମ୍ବର ୨୭ ଶନିବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା , ରାସ ପୂର୍ଣ୍ଣିମା ଏବଂ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ହିନ୍ଦୁ ଧର୍ମରେ କାର୍ତ୍ତିକ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଏହିଦିନକୁ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଶ୍ରେଷ୍ଠ ଦିନ ବୋଲି ବିଶ୍ୱାସ କରାଯାଏ । କାରଣ ଏହିଦିନ ମାନଙ୍କରେ ମାତା ଲକ୍ଷ୍ମୀ ଧରା ପୃଷ୍ଠରେ ବାସ କରଥାନ୍ତି । ଏହିଦିନ ଯଦି ଆପଣ ଗୋଟିଏ ଜିନିଷ ତୁଳସୀ ଗଛରେ ବାନ୍ଧି ଦିଅନ୍ତି ତେବେ ଏହା ଆପଣଙ୍କ ଜୀବନରେ ଖୁବ ପ୍ରଭାବୀ ହୋଇଥାଏ । ଘରେ ତୁଳସୀ ଗଛ ଥିଲେ ତାହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସେହି ଗଛରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି କୁହାଯାଏ ।

ବେଦ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ପୂଜା କରିବା ସହିତ ଏକ ଖାସ ଜିନିଷ ଏହି ଗଛରେ ବାନ୍ଧି ଦେଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଅନେକ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ । ଖାଲି ଯେ ଭାରତରେ ଏହି ଗଛର ଅଧିକ ମହତ୍ତ୍ୱ ରହିଛି ତାହା ନୁହେଁ । ଦେଶ ବିଦେଶରେ ମଧ୍ୟ ଏହାର ଅନେକ ମହତ୍ତ୍ୱ ରହି ଆସିଛି । ତୁଳସୀକୁ ଅମୃତ ତୁଲ୍ୟ ମାନା ଯାଏ ଏବଂ ଏହି ଗଛରେ ସ୍ୱୟଂ ଭଗବାନ ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ବର ବାସ କରିଥାନ୍ତି । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ତୁଳସୀ ଗଛକୁ ପୂଜା କରିବା ସହିତ ଚୁନି ଚଢ଼ାଇବା ଜରୁରୀ ଅଟେ । ଲୋକେ ସାଧରଣତଃ ଏହି ଭୁଲ କରି ଦିଅନ୍ତି । ଖାଲି ସେତିକି ନୁହେଁ ତୁଳସୀ ଏବଂ ଶାଳୀଗ୍ରାମ ବିବାହ କରାଇଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଘରର ସଦସ୍ୟଙ୍କ ପାପ ମଧ୍ୟ ନଷ୍ଟ ହୋଇଥାଏ ।

ଯଦି ଆପଣ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ଜଳରେ କିଛି ବୁନ୍ଦା କ୍ଷୀର ମିଶାଇ ତୁଳସୀ ଗଛରେ ଅର୍ପିତ କରନ୍ତି ତେବେ ମାତା ଲକ୍ଷ୍ମୀ ଖୁସି ହେବେ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ । ତୁଳସୀଙ୍କୁ ବିଷ୍ଣୁ ପ୍ରିୟା ମଧ୍ୟ କୁହାଯାଏ । ତେଣୁ କ୍ଷୀର ଅର୍ପିତ କଲେ ତାହା ଭଗବାନ ବିଷ୍ଣୁଙ୍କୁ ପ୍ରାପ୍ତ ହୋଇଥାଏ । ଏହି ଉପାୟ ଗୁରୁବାର ଦିନ କଲେ ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ । ଆଉ ଏକ ଉପାୟ ଅନୁଯାୟୀ ଏକ ନାଲି ସୂତା ତୁଳସୀ ଗଛରେ ବାନ୍ଧିବା ପରେ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଏକ ମାଟି ହାଣ୍ଡି ନେଇ ଆସନ୍ତୁ । ସେଥିରେ ଚାଉଳ ଭର୍ତ୍ତି କରି କୋଏନ ଏବଂ ତିନୋଟି ତୁଳସୀ ପତ୍ର ପକାଇ ଏକ ଚୁନି ଘୋଡ଼ାଇ ଦିଅନ୍ତୁ । ଏହାପରେ ତାହାକୁ ମାତା ଲକ୍ଷ୍ମୀଙ୍କ ପାଖକୁ ନେଇ ଜୀବନରେ ଅର୍ଥର ଅଭାବକୁ ଦୂର କରିବାକୁ ପ୍ରାର୍ଥନା କରନ୍ତୁ ।

ତାହାକୁ ନେଇ ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଆପଣଙ୍କ ଜୀବନରେ କେବେବି ଅର୍ଥର ଅଭାବ ରହିବ ନାହିଁ । ଘରେ ଏକାଧିକ ତୁଳସୀ ଗଛ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଯାହାକି ମାତା ଲକ୍ଷ୍ମୀଙ୍କ ଆଗମନକୁ ସୂଚାଇ ଥାଏ ଏବଂ ଆପଣ ସେହି ଗଛକୁ କାହାକୁ ଦାନ ଆକାରରେ ଦେଇ ପାରିବେ । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରହିବା ଶୁଭ ହୋଇଥାଏ । ତୁଳସୀ ଗଛ ପାଖରେ ଭୁଲରେବି ଶିବ ଲିଙ୍ଗ ଏବଂ ଗଣେଶଙ୍କ ପ୍ରତିମା ରଖନ୍ତୁ ନାହିଁ । ଏହା ବିନାଶର କାରଣ ହୋଇଥାଏ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।

Leave a Reply

Your email address will not be published. Required fields are marked *