ଆଚାର୍ଯ୍ୟ ଚାଣକ୍ୟ ନିଜ ବର୍ଣ୍ଣିତ ନୀତିର ନବମ ଅଧ୍ୟାୟରେ ଅନେକ ମହତ୍ତ୍ୱପୂର୍ଣ୍ଣ କଥା ବର୍ଣ୍ଣନା କରିଛନ୍ତି ଯାହାକୁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଶିକ୍ଷା କରିବା ଉଚିତ । ଆଶ୍ଚର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମନୁଷ୍ୟ ଯଦି ବାସ୍ତବରେ ମୁକ୍ତି ଚାହୁଁଛି ତେବେ ସମସ୍ତ ବିଷୟ ବାସନାକୁ ବିଷ ସଦୃଶ ତ୍ୟାଗ କରିବା ଉଚିତ । ସହନଶୀଳତା , ନମ୍ରତା , ଦୟା , ପବିତ୍ରତା ଏବଂ ସତ୍ୟତାକୁ ଅମୃତ ଭାବି ପାନ କରିବା ଉଚିତ । ଯାହା ହେଉଛି ମନୁଷ୍ୟର ପ୍ରକୃତ ମୁକ୍ତି । ସାଧରଣତଃ ମନୁଷ୍ୟ ଯେତେବେଳେ ନିଜର ଗୁପ୍ତ ରହସ୍ୟ ଅନ୍ୟ ସାମ୍ନାରେ ବ୍ୟକ୍ତ କରିଥାଏ ତେବେ ତାହା ଆଉ ରହସ୍ୟ ହୋଇ ରହେ ନାହିଁ । ତେଣୁ ମନୁଷ୍ୟ ନିଜର ଗୁପ୍ତ ରହସ୍ୟ ଅନ୍ୟ ସାମ୍ନାରେ ଭୁଲରେବି କହିବା ଉଚିତ ନୁହେଁ ।
କାରଣ ଅନ୍ୟ ମାନେ ଜାଣିବା କାରଣରୁ ମନୁଷ୍ୟର ପତନ ଆରମ୍ଭ ହୋଇଯାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ସମସ୍ତ ଔଷଧି ମଧ୍ୟରେ ଗୋଲାପ ଶ୍ରେଷ୍ଠ ଅଟେ , ସମସ୍ତ ସୁଖ ମଧ୍ୟରେ ଭୋଜନ ଶ୍ରେଷ୍ଠ ଅଟେ ,ସବୁ ଇନ୍ଦ୍ରିୟ ମଧ୍ୟରେ ଆଖି ଶ୍ରେଷ୍ଠ ଅଟେ । ସେହିଭଳି ପୁରା ଶରୀରରେ ମୁଣ୍ଡ ହିଁ ଶ୍ରେଷ୍ଠ ହୋଇଥାଏ । ଆକାଶକୁ ନା କେହି ଦୂତ ଯାଇ ପାରିବେ , ନା କେହି ଭ୍ରମଣ କରୁଛନ୍ତି , ନା କେହି ଏ ବିଷୟରେ ଆଗରୁ କହିଛନ୍ତି । କିନ୍ତୁ ତଥାପି ପୁରୋହିତ ମାନେ ଆକାଶରେ ଗୋଚର କରୁଥିବା ସୂର୍ଯ୍ୟ ଚଦ୍ର ପରାଗ ବିଷୟରେ ପୂର୍ବରୁ ହିଁ ଜାଣି ନିଅନ୍ତି । କାରଣ ସେ ପ୍ରକୃତରେ ବିଦ୍ୱାନ ଅଟନ୍ତି ।
ସାତ ଜଣ ଜୀବକୁ ଶୋଇଥିବାର ଦେଖିଲେ ତତ୍କ୍ଷଣାତ ଜାଗ୍ରତ କରିଦେବା ଉଚିତ । ସେମାନେ ହେଲେ ବିଦ୍ୟାର୍ଥୀ , ଚାକର , କୁକୁର , ପୋଥିକ , ଭୋକରେ ବ୍ୟାକୁଳ , ଭୟଭୀତ , ଭଣ୍ଡାରୀ , ଦ୍ୱାରପାଳ ଏମାନଙ୍କୁ ଜାଗ୍ରତ କରିବା ଉଚିତ । ଏହାବ୍ୟତୀତ ସାତ ଜଣ ଜୀବଙ୍କୁ ଶୋଇଥିବାର ଦେଖିଲେ ଜାଗ୍ରତ କରିବା ଉଚିତ ନୁହେଁ । ସେମାନେ ହେଲେ ଛୋଟ ପିଲା , ସାପ , ସିଂହ , ରାଜା , ମହୁମାଛି , ଅନ୍ୟର କୁକୁର , ମୂର୍ଖ ବ୍ୟକ୍ତି । ଯେ ଧନ ପାଇଁ ବେଦ ପଢ଼ିଛି ତେବେ ନିର୍ବୋଧ ଅଟେ ଏବଂ ସେହି ବେଦ ନିରର୍ଥକ ଅଟେ । ଯିଏ ବିରକ୍ତ ହେବାର କୌଣସି ମୂଲ୍ୟ ନାହିଁ କିମ୍ବା ସେ ବିରକ୍ତ ହେଲେ କିଛି କରି ପାରିବ ନାହିଁ , ତେବେ ସେ କଣ କରି ପାରିବ । ବିଷହୀନ ସାପ ବିନା ବିଷରେ ବି ନିଜର ଫୁତ୍କାର ଛାଡ଼ିବା ଉଚିତ ନୁହେଁ ।
ଅର୍ଥାତ ନିଜର ଦୁର୍ବଳତା କାହା ସାମ୍ନାରେ ଦେଖାଇବା ଉଚିତ ନୁହେଁ । ନିଜ ହାତରେ ଗୁନ୍ଥା ଯାଇଥିବା ମାଳା , ନିଜ ହାତରେ ଘୋରା ଯାଇଥିବା ଚନ୍ଦନ , ନିଜ ହାତରେ ଲେଖା ଯାଇଥିବା ସ୍ତୋତ୍ର ଯଦି ମନୁଷ୍ୟ ନିଜ କାମରେ ଲଗାଏ ତେବେ ତାହାର ମୂଲ୍ୟ ନଷ୍ଟ ହୋଇଯାଏ । ଦରିଦ୍ରତା ଧିରତା ସହିତ ଶୋଭିତ ହୋଇଥାଏ । ସ୍ୱଚ୍ଛତା ଦ୍ୱାରା ଖରାପ ପୋଷାକ ମଧ୍ୟ ସୁନ୍ଦର ଦେଖା ଯାଇଥାଏ । ସେହିଭଳି ଖରାପ ଭୋଜନ ଗରମ ଥିଲେ ଭଲ ଲାଗିଥାଏ ଏବଂ କୁରୂପ ବ୍ୟକ୍ତି ସୁଶୀଳତା ଦ୍ୱାରା ଭଲ ଲାଗିଥାଏ ।