ଆଚାର୍ଯ୍ୟ ଚାଣକ୍ୟ କହନ୍ତି ଯେ ଯଦି ମୁକ୍ତି ପାଇବାକୁ ଚାହୁଁଛ ତେବେ ସମସ୍ତ ବିଷୟ ବାସ୍ନାକୁ ବିଷ ସଦୃଶ ଛାଡିଦିଅ । ଅସହନଶିଳତା , ନମ୍ରତା , ଦୟା , ପବିତ୍ରତା ଏବଂ ସତ୍ୟତାକୁ ଅମୃତ ସଦୃଶ ପାନ କର । ଯେଉଁ ନିଚ୍ଚ ଲୋକ ମାନେ ଗୁପ୍ତ କଥାକୁ ଅନ୍ୟ ସାମ୍ନାରେ ବଖାଣି ଦିଅନ୍ତି ସେମାନେ ସହଜରେ ନଷ୍ଟ ହୋଇ ଯାଆନ୍ତି । ଆଶ୍ଚର୍ଯ୍ୟ ଚାଣକ୍ୟ କହିଛନ୍ତି ସବୁ ସୁଖ ମଧ୍ୟରେ ଭୋଜନ ଶ୍ରେଷ୍ଠ ହୋଇଥାଏ । ଏହାବ୍ୟତୀତ ସବୁ ଇନ୍ଦ୍ରିୟ ମଧ୍ୟରେ ଆଖି ଅନ୍ୟତମ ହୋଇଥାଏ ।
ସେହିଭଳି ପୁରା ଶରୀରରେ ମୁଣ୍ଡ ହିଁ ଶ୍ରେଷ୍ଠ ହୋଇଥାଏ । ଏହାବ୍ୟତୀତ ଖୁବ ମହତ୍ତ୍ୱପୂର୍ଣ୍ଣ କଥା ଆଚାର୍ଯ୍ୟ ଚାଣକ୍ୟ ବର୍ଣ୍ଣନା କରିଛନ୍ତି ଯେ ଆକାଶକୁ କେହିବି ଜାଇ ପାରିବେ ନାହିଁ । କିମ୍ଵ ପୁରାଣରେ ବର୍ଣ୍ଣିତ ହୋଇଥିବା ଦୂତ ମଧ୍ୟ ପ୍ରମାଣିତ ନୁହେଁ । ଏହି ବିଷୟରେ କେହିବି କେବେ ଆଲୋଚନା ସୁଦ୍ଧା କରନ୍ତି ନାହିଁ । ତଥାପି ପୁରୋହିତ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ ବିଷୟରେ ପୂର୍ବରୁ ହିଁ ଅବଗତ କରାଇ ଦିଅନ୍ତି । ତେବେ ସେ କିପରି ବିଦ୍ୱାନ ନୁହଁନ୍ତି ?
ଆଶ୍ଚର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ସାତ ଜଣ ବ୍ୟକ୍ତିଙ୍କୁ ଯଦି ଶୋଇ ଥିବାର ଦେଖୁଛନ୍ତି ତେବେ ଉଠାଇ ଦେବା ଉଚିତ । ଯଥା ବିଦ୍ୟାର୍ଥୀ , ଚାକର , ପୋଥିକ , ମୁଖରୁ ବ୍ୟାକୁଳ , ଭୟଭୀତ ଲୋକ , ଭଣ୍ଡାରୀ ଏବଂ ଦ୍ୱାରପାଳ । ସେହିଭଳି ସାତ ଜଣଙ୍କୁ ଶୋଇଥିବାର ଦେଖିଲେ ଉଠାଇବା ମଧ୍ୟ ଉଚିତ ନୁହେଁ । ଯଥା ସାପ , ରାଜା , ସିଂହ , ମହୁମାଛି , ଛୋଟ ପିଲା , ଅନ୍ୟର କୁକୁର , ମୂର୍ଖ ବ୍ୟକ୍ତି ଏମାନଙ୍କୁ ଶୋଇବା ସମୟରେ ଉଠାଇବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଧନ ନିମନ୍ତେ ବେଦ ପଡ଼ିଥାଏ ତଥା ଶୁଦ୍ରଙ୍କ ଅନ୍ନକୁ ଖାଇଥାଏ ସେପରି ବ୍ରାହ୍ମଣ ବିଷହୀନ ସାପ ସଦୃଶ୍ୟ ନିରର୍ଥକ ହୋଇଥାଏ ।
ବିଷହୀନ ସାପକୁ ନିଜର ଦୁର୍ବଳତା ନଦେଖାଇ ବିଷଧର ସାପ ସଦୃଶ ଫଣା ଉଠାଇବା ଉଚିତ । କାରଣ ଫୁତ୍କାର ମଧ୍ୟ ଭୟ ସୃଷ୍ଟି କରିପାରେ । ନିଜ ହାତରେ ଗୁନ୍ଥା ଯାଇଥିବା ମାଳା , ନିଜ ହାତରେ ଘୋରା ଯାଇଥିବା ଚନ୍ଦନ ଏବଂ ନିଜ ହାତରେ ଲେଖା ଯାଇଥିବା ସ୍ତୋତ୍ର ଏସବୁକୁ ନିଜ କାମରେ ହିଁ ଲଗାଇବା ଦ୍ୱାରା ଇନ୍ଦ୍ରର ଲକ୍ଷ୍ମୀ ନଷ୍ଟ ହୋଇଥାଏ । ଦରିଦ୍ରତା ଧିରତା ସହିତ ଶୋଭା ପାଇଥାଏ । ସେହିଭଳି ସ୍ୱଚ୍ଛତା ଦ୍ୱାରା ଖରାପ କପଡ଼ା ମଧ୍ୟ ସୁନ୍ଦର ନଜର ଆସିଥାଏ । ସେହିଭଳି ଗରମ ସମୟରେ ଖରାପ ଭୋଜନ ବି ଭଲ ଲାଗିଥାଏ । ଅସୁନ୍ଦର ବ୍ୟକ୍ତି ଭଲ ଗୁଣ ଦ୍ୱାରା ସମସ୍ତଙ୍କ ପ୍ରିୟ ହୋଇଥାଏ ।