ଘର ପାଖକୁ ଆସୁଛନ୍ତି କି ପାରା? ନା ଘର ପାଖରେ ବନେଇଛନ୍ତି କି ବସା? ତେବେ ହେଇଯାଆନ୍ତୁ ସାବଧାନ |

ସଫଳତା ଶୁଣିବାକୁ ଯେତିକି ସହଜ ଏବଂ ସୁନ୍ଦର ଲାଗୁଛି | ବାସ୍ତବରେ କିନ୍ତୁ ସଫଳତାକୁ ହାସଲ କରିବା ସେତିକି କଷ୍ଟ ହୋଇଥାଏ | କୁହାଯାଏ ଯେ କଠିନ ପରିଶ୍ରମ କରିବା ଦ୍ୱାରା ସଫଳତା ପ୍ରାପ୍ତ ହୋଇଥାଏ | କିନ୍ତୁ ଆମେ ଅନେକଥର ଏମିତି ଦେଖିଥାଉ କି ଅନେକ କଷ୍ଟ ଏବଂ ଚେଷ୍ଟା କରିବା ପରେ ମଧ୍ୟ ସଫଳତା ମିଳିନଥାଏ | ଏହା ପରେ ଆମେ ଆମ ନିଜ ଭାଗ୍ୟକୁ ହିଁ ଖରାପ ବୋଲି ଭାବିଦେଇଥାଉ |

କିନ୍ତୁ ଏହାର କାରଣ ଆହୁରି ବି ଅନେକ କିଛି ହୋଇପାରେ | କିଛି କାରଣ ତ ଆମ ଆଖ-ପାଖରେ ବି ଥାନ୍ତୁ ଯାହାକୁ ଆମେ ଜାଣିପାରୁନା କି ଦେଖି ବି ପାରୁନା | ବନ୍ଧୁଗଣ ଏମିତି କିଛି ଜିନିଷ ଅଛି ଯାହା ଯଦି ଆମ ଘରେ ଥାଏ କିମ୍ଭା ଘରର ଆଖପାଖରେ ଥାଏ ତେବେ ଘରେ ମାତା ଲଷ୍ମୀ କେବେ ବି ବାସ କରନ୍ତି ନାହିଁ | ଆମେ ଆଜି ଆପଣଙ୍କୁ ସେହି ସବୁ ଜିନିଷ ବିଷୟରେ କହିବୁ ଯାହା ରହିବା ଦ୍ୱାରା ଆପଣଙ୍କ ଘରକୁ ମାତା ଲଷ୍ମୀ ଆସିନଥାନ୍ତି |

ବନ୍ଧୁଗଣ ପଶୁ-ପକ୍ଷୀଙ୍କୁ ପାଳିବା ତାଙ୍କୁ ଖାଇବାକୁ ଦେବା ତାଙ୍କର ଯତ୍ନ ନେବା ବହୁତ ପୁଣ୍ୟର କାମ ବୋଲି କୁହାଯାଇଥାଏ | ଏହା କରିବା ଦ୍ୱାରା ମଧ୍ୟ ଅନେକ ସୁବିଧା ଆମକୁ ମିଳିଥାଏ | କିନ୍ତୁ ଏହାକୁ କରିବା ବେଳେ ଆମେ କେବେ କେବେ କିଛି ଭୁଲ କରିଦେଇଥାଉ ଯାହା ଆମ ଘରକୁ ଦୁର୍ଭାଗ୍ୟକୁ ଡାକି ଆଣିଥାଏ |

ବନ୍ଧୁଗଣ ପାରା ଘରକୁ ଆସିଲେ ଏହାକୁ ବହୁତ ଶୁଭ ବୋଲି କୁହାଯାଏ | ପାରାଙ୍କୁ ଖାଇବାକୁ ଦେବାରେ ମାତା ଲଷ୍ମୀ ଖୁସି ହୋଇଥାନ୍ତି | ପାରାଙ୍କୁ ଘରେ ରଖିବା ମଧ୍ୟ ଶୁଭ ହୋଇଥାଏ | କାରଣ ସେ ମାତା ଲଷ୍ମୀଙ୍କର ପ୍ରିୟ ଭକ୍ତ ଅଟନ୍ତି | କିନ୍ତୁ ଯଦି ଆପଣା ପାରାକୁ ନିଜ ଛାତ କିମ୍ଭା ବାଲକୁନି ରେ ଦାନ ପକାଉଛନ୍ତି ତେବେ ଏହି କିଛି କଥାର ବିଶେଷ ଧ୍ୟାନ ରଖନ୍ତୁ | ନଚେତ ଏହା ଆପଣଙ୍କ ଘରକୁ ଦୁର୍ଭାଗ୍ୟ ନେଇ ଆସିଥାଏ |

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପାରାକୁ ଦାନା ଦେବା ବୁଧର ଉପାୟ ହୋଇଥାଏ ଏବଂ ରାହୁଙ୍କର ସମ୍ଭନ୍ଦ ଛାତରେ ହୋଇଥାଏ | ଯେଉଁ ଲୋକମାନଙ୍କର ବୁଧଗ୍ରହ ଅନୁକୂଳ ନଥାନ୍ତି ସେହି ମାନଙ୍କୁ ପାରାଙ୍କୁ ଦାନା ଦେବାର ପରାମର୍ଶ ଦିଆଯାଇଥାଏ | ପାରା ଛାତକୁ ଆସି ଦାନା ଖାଇଲେ କିଛି ବି ଅସୁବିଧା ହୋଇନଥାଏ | କିନ୍ତୁ ସେମାନେ ଛାତକୁ ଅସନା କରିଦେଇଥାନ୍ତି | ଯାହାର ଅର୍ଥ ରାହୁଙ୍କୁ ଅସନା କରିଥାନ୍ତି | ଏବଂ ଯାହାର ପରିଣାମ ବହୁତ ଭୟନାକ ହୋଇଥାଏ |

ଆପଣଙ୍କୁ ବାସ ଏଇ କଥାର ଧ୍ୟାନ ଦେବାକୁ ହେବ କି ଯେତେବେଳେ ବି ପାରା ମାନେ ଆପଣଙ୍କ ଛାତରୁ ଦାନା ଖାଇ ଉଡିଯାଉଛନ୍ତି | ସେତେବେଳେ ହିଁ ଆପଣ ପାଣିରେ ପୁରା ଛାତକୁ ସଫା କରିଦିଅନ୍ତୁ | ନିଜ ଛାତ କିମ୍ଭା ବାଲକୁନିକୁ ଖରାପ ହେବାକୁ ଦିଅନ୍ତୁ ନାହିଁ | ବନ୍ଧୁଗଣ ଯେତେବେଳେ ପାରା ଆପଣଙ୍କ ଘରେ ବସା ତିଆରି କରୁଛନ୍ତି ତେବେ ଆପଣା ତାହା ସଙ୍ଗେ ସଙ୍ଗେ ନଷ୍ଟ କରିଦିଅନ୍ତୁ |

ଆପଣ ନିଜ ମନରେ ଦୟା ଆଣନ୍ତୁ ନାହିଁ ଯେ ସେ ଏବେ ନିଜ ଘର ତିଆରି କରୁଛନ୍ତି | ନଚେତ ସେ ତ ନିଜ ଘର ତିଆରି କରିଦେବେ ହେଲେ ଆପଣଙ୍କ ଘର ନଷ୍ଟ ହୋଇଯିବ | ତେଣୁ କେବେ ବି ନିଜ ଘରେ ପାରାକୁ ବଷା ବନେଇବାକୁ ଦିଅନ୍ତୁ ନାହିଁ | କିନ୍ତୁ ଏହା ମଧ୍ୟ କୁହାଯାଏ ଯେ ପାରାର ପର ଆପଣଙ୍କ ଘରକୁ ଧନ ସମୃଦ୍ଧି ଆଣିଦେଇଥାଏ | ଆପଣ ପାରାର ଗୋଟେ ପର ଆଣି ତାକୁ ଏକ ନାଲି କପଡାରେ ବନ୍ଦୀ ନିଜ ତିଯୋରୀରେ ରଖିଦିଅନ୍ତୁ | ଦେଖନ୍ତୁ ଆପଣଙ୍କ ଘରକୁ ଧନ ଏବଂ ସମ୍ପତ୍ତି ନିଶ୍ଚିତ ରୂପେ ଆସିବ |

Leave a Reply

Your email address will not be published. Required fields are marked *