ଅଳ୍ପ ସମୟ ମଧ୍ୟରେ ଧନୀ ହେବାକୁ ଚାହୁଁଛନ୍ତି କି ? ତେବେ ମହିଳାଙ୍କ ହାତରୁ ନିଅନ୍ତୁ ଏହି ଗୋଟିଏ ଜିନିଷ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ମଧ୍ୟ ଏହା ବର୍ଣ୍ଣିତ ଅଛି ଯେ ମହିଳାଙ୍କ ହାତରେ ମଧ୍ୟ ଉନ୍ନତିର ରାସ୍ତା ରହିଥାଏ । ସେମାନେ ଉନ୍ନତିର ଦିଗଦର୍ଶକ ମଧ୍ୟ ହୋଇ ପାରନ୍ତି । ତେଣୁ ଏମିତିରେ ତାଙ୍କ ହାତରୁ ଗୋଟିଏ ଜିନିଷ ନେଇ ବାହାରକୁ ଯିବା ସମୟରେ ଖାଇବା ଦ୍ୱାରା ବିଜୟ ପ୍ରାପ୍ତ ହୋଇଥାଏ । ଏହା ମଧ୍ୟ ଆପଣ ମାନେ ଶୁଣିବାକୁ ପାଇଥିବେ ଯେ କୌଣସି ପୁରୁଷର ସଫଳତା ଦିଗରେ ଜଣେ ନାରୀର ହାତ ନିଶ୍ଚୟ ଥାଏ । ଏମିତିରେ ବି ହିନ୍ଦୁ ଧର୍ମ ଅନୁଯାୟୀ ମହିଳାଙ୍କୁ ଲକ୍ଷ୍ମୀଙ୍କ ରୂପ ମାନା ଯାଏ । ତେଣୁ ଯଦି କେହି ବ୍ୟକ୍ତି ମହିଳାଙ୍କ ହାତ ତିଆରି ଏହି ଗୋଟିଏ ଜିନିଷ ଖାଇ ବାହାରକୁ ଯାଆନ୍ତି ତେବେ ତୁରନ୍ତ ସଫଳତା ପ୍ରାପ୍ତ ହୋଇଥାଏ ।

ପୁରୁଣା କାଳରେ ରାଜା ମହାରାଜା ମଧ୍ୟ ବିଜୟ ପ୍ରାପ୍ତ ନିମନ୍ତେ ତାହା ଖାଉଥିଲେ । ସେହିସବୁ ଉପାୟ ଦ୍ୱାରା ଅତି ବଡ଼ ବଡ଼ ଦୁର୍ଘଟଣା ମଧ୍ୟ ଟଳିଯାଏ । ତେଣୁ ପ୍ରତ୍ୟେକ ପୁରୁଷ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମରେ ବାହାରକୁ ଯାଉଥିବା ସମୟରେ ନିଶ୍ଚୟ ଏହି ଉପାୟ କରିବା ଉଚିତ । ତେବେ ସେହି ସବୁ ଜିନିଷ ଗୁଡ଼ିକ ହେଉଛି ମିଠା ଗୁଡ଼ , ମିଠା କ୍ଷୀରି , ଦହି ଚିନି , ମିଠା ରୋଟି ଏବଂ ମିଠା ସରବତ । ଏହିସବୁ ଜିନିଷ ଖାଇ ବାହାରକୁ ଗଲେ ବ୍ୟକ୍ତି କାମରେ ସଫଳ ହୋଇଥାଏ । ଏହି ପରମ୍ପରା ଅନେକ ପୁରୁଣା କାଳରୁ ମଧ୍ୟ ଚାଲି ଆସୁଛି ।

ତେବେ ଆପଣ ଏହି ସବୁ ଜିନିଷ ନିଜ ମା’ , ଭଉଣୀ , ସ୍ତ୍ରୀ , ଜେଜେମା କିମ୍ବା ଘରର କେହି ମହିଳାଙ୍କ ହାତରୁ ଖାଇ ଯାଇ ପାରିବେ । କାରଣ ଏହାଦ୍ବାରା ସଫଳତା ତ ନିଶ୍ଚୟ ମିଳିଥାଏ , ତାହା ବ୍ୟତୀତ ଦୁର୍ଘଟଣା ମଧ୍ୟ ଟଳିଯାଏ । ଏସବୁ ବ୍ୟତୀତ ଯଦି ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି ତେବେ ସେହି ପ୍ରଭାବ ମଧ୍ୟ ନଷ୍ଟ ହୋଇଯିବ । ପୁରା କାଳରେ ବଡ଼ ବଡ଼ ରାଜା ମହାରାଜା ନିଜ ରାଣୀ ହାତରୁ ଏହିସବୁ ଜିନିଷ ସେବନ କରି ଯୁଦ୍ଧ କିମ୍ବା କୌଣସି ବଡ଼ କାମରେ ଯାଉଥିଲେ ଏବଂ ସଫଳ ମଧ୍ୟ ହେଉଥିଲେ ବୋଲି ମାନ୍ୟତା ରହିଛି ।

କିନ୍ତୁ ଖାଲିଯେ ମିଠା ବସ୍ତୁ ସେବନ କରି କାର୍ଯ୍ୟ ନିମିତ୍ତ ବାହାରକୁ ଯିବେ ତାହା ନୁହେଁ ବରଂ ଘରକୁ ଫେରିବା ବେଳେ ମିଠା ଜିନିଷ ନେଇ ଘରକୁ ଆସନ୍ତୁ । ଏହା ମଧ୍ୟ ଆମର ପରମ୍ପରା ରହିଛି ଯେ ଘରକୁ ଯିଏବି ଆସନ୍ତି କୌଣସି ମିଠା ଜିନିଷ ନେଇ ଘରକୁ ଆସନ୍ତି । ତେବେ ଏହାର ମଧ୍ୟ କିଛି ଖାସ ମାନ୍ୟତା ରହିଥାଏ ଯାହାକି ପୁରୁଣା କାଳରୁ ଚାଲି ଆସୁଛି । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମଧ୍ୟ ସଫଳତାର ରାସ୍ତା ଅଟେ । ତେଣୁ ବାହାରକୁ ଯିବା ସମୟରେ କିମ୍ବା ବାହାରୁ ଘରକୁ ଆସିବା ସମୟରେ ମିଠା ଜିନିଷ ନେଇ ଆସିବା ଆପଣଙ୍କୁ ସଫଳ କରି ପାରିବ ।

Leave a Reply

Your email address will not be published. Required fields are marked *