ଆପଣ ଯେଉଁ ତକିଆରେ ମୁଣ୍ଡ ରଖି ଶୋଉଛନ୍ତି ସେହି ତକିଆ ମଧ୍ୟ ଆପଣଙ୍କୁ ମାଲାମାଲ କରିପାରେ । ପ୍ରାୟତଃ ସବୁ ଲୋକଙ୍କୁ ଶୋଇବା ସମୟରେ ତକିଆର ଆବଶ୍ୟକତା ରହିଥାଏ । ଏପରି କୁହାଯାଇଥାଏ ଯେ ଜଣେ ବ୍ୟକ୍ତି ଯେତେ ଧନୀ ହୋଇଥାଉ ନା କାହିଁକି ତାକୁ ଶୋଇବା ପାଇଁ ସୁନାର ତକିଆ ନୁହେଁ ବରଂ ସାଧରଣ ତକିଆର ଆବଶ୍ୟକତା ପଡ଼ିଥାଏ ।
ହୁଏତ ତକିଆ ଦେଖିବାକୁ ବେଶ ସାଧାରଣ ହୋଇପାରେ ମାତ୍ର ଆପଣ ତାହାକୁ ଉପଯୋଗ କରି ରାତାରାତି ନିଜ ଭାଗ୍ୟ ବଦଳାଇ ପାରିବେ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ଜିନିଷକୁ ଯଦି ଆପଣ ତକିଆ ତଳେ ରଖି ଦିଅନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବ । କାରଣ ଏହାଦ୍ବାରା ବ୍ୟକ୍ତିର ଜୀବନକୁ ସକରାତ୍ମକତା ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ।
୧ . ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ ମୟୂର ପର :-
ସଫଳ ହେବା ପାଇଁ ଆପଣ ନିଜ ତକିଆ ତଳେ ଏକ ମୟୁର ପର ନିଶ୍ଚୟ ରଖନ୍ତୁ । କାରଣ ଏହା ସକାରାତ୍ମକତାର ପ୍ରତୀକ ଅଟେ । ତକିଆ ତଳେ ମୟୂର ପର ରଖି ଶୋଇଲେ ବ୍ୟକ୍ତିର ଜାତକରେ ଲାଗିଥିବା ଦୋଷ ଧୀରେ ଧୀରେ ଠିକ ହୋଇଯାଏ । ଏହି କାରଣରୁ ବ୍ୟକ୍ତିର ଭାଗ୍ୟ ମଧ୍ୟ ସମ୍ପୂର୍ଣ୍ଣ ବଦଳିଯାଏ । ଏହି କାରଣରୁ ମନୁଷ୍ୟ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତିଯାଏ । ସକାଳୁ ଉଠି ସେହି ମୟୁର ପରର ଦର୍ଶନ ନିଶ୍ଚୟ କରନ୍ତୁ ।
୨ . ତୁଳସୀ ପତ୍ର :-
ତକିଆ ତଳେ ଚାରି ପାଞ୍ଚଟି ତୁଳସୀ ପତ୍ର ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ଜାତ ହୋଇଥାଏ । ମାତ୍ର ସକାଳୁ ଉଠି ସେହି ତୁଳସୀ ପତ୍ରକୁ ଖାଇ ଦିଅନ୍ତୁ । ଏହାଦ୍ବାରା ନକରାତ୍ମକ ଶକ୍ତିରୁ ମୁକ୍ତି ମିଳିଥାଏ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ମାତ୍ର ତୁଳସୀ ପତ୍ର ସନ୍ଧ୍ୟା ସମୟରେ ଛିଡାନ୍ତୁ ନାହିଁ ।
୩ . ମୁଦ୍ରା :-
ତକିଆ ତଳେ ଏକ ଟଙ୍କିଆ ମୁଦ୍ରା ରଖିଲେ ଏବଂ ସକାଳୁ ଉଠି ତାହାକୁ କୌଣସି ବ୍ୟକ୍ତିକୁ ଦାନ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ଏହାଦ୍ବାରା ଭାଗ୍ୟ ଚମକି ଥାଏ । ଏପରି କରିବା ଦ୍ୱାରା ବ୍ୟକ୍ତିର ଦୋଷ ଧୀରେ ଧୀରେ କମ ହୋଇଥାଏ ଏବଂ ବ୍ୟକ୍ତି ମଧ୍ୟରେ ପୋଜିଟିଭ ଶକ୍ତିର ସଞ୍ଚାର ହୋଇଥାଏ ।
୪ . ରୁପା ମୁଦ୍ରା :-
ଯଦି ଆପଣଙ୍କ ଜାତକରେ ଚନ୍ଦ୍ରମା ଠିକ ସ୍ଥିତିରେ ନାହାଁନ୍ତି ତେବେ ତକିଆ ତଳେ ରୁପା ମୁଦ୍ରା ରଖି ଦିଅନ୍ତୁ । ଏହାଦ୍ବାରା ଦୋଷ ଦୂର ହୋଇଯିବ । ମାତ୍ର ଯଦି ଆପଣଙ୍କ ଜାତକରେ ବୁଧ ଗ୍ରହ ଦୁର୍ବଳ ଥାଏ ତେବେ ରୁପା ତିଆରି ଆଭୂଷଣ ତକିଆ ତଳେ ନିଶ୍ଚୟ ରଖନ୍ତୁ । ଏହାଦ୍ବାରା ସବୁ ପ୍ରକାରର ଦୋଷରୁ ମୁକ୍ତି ମିଳିଥାଏ । ଏହାଦ୍ବାରା ବ୍ୟକ୍ତି ମାଲାମାଲ ହୋଇଯାଏ ।
୫ . ଧାର୍ମିକ ବସ୍ତୁ :-
ତକିଆ ତଳେ ଧାର୍ମିକ ବସ୍ତୁ ରଖିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଦୃଢ଼ ହୋଇଥାଏ ଏବଂ ତାକୁ କୌଣସି କୌଣସି ଭୟ ଲାଗି ନଥାଏ । ବ୍ୟକ୍ତିକୁ ସଫଳତା ନିଶ୍ଚୟ ପ୍ରାପ୍ତ ହୋଇଥାଏ ।