କାର୍ତ୍ତିକ ମାସ ସମସ୍ତ ବାରଟି ମାସ ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ । ଯାହାକୁ ଧର୍ମର ମାସ ବୋଲି ମଧ୍ୟ କୁହାଯାଏ । ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ରହନ୍ତି । କାରଣ ଯେତେବେଳେ ଶଙ୍ଖଚୁର ନାମକ ଏକ ରାକ୍ଷସ ବ୍ରହ୍ମାଙ୍କ ଠାରୁ ବେଦ ଛଡ଼ାଇ ପଳାଇ ଯାଉଥିଲା ସେତେବେଳେ ବେଦ ହାତରୁ ଖସି ସମୁଦ୍ରରେ ପଡ଼ି ଯାଇଥିଲା । ଯେତେବେଳେ ସମସ୍ତେ ଭଗବାନ ବିଷ୍ଣୁଙ୍କୁ ବେଦ ଉଦ୍ଧାର ପାଇଁ ପ୍ରାର୍ଥନା କଲେ ସେତେବେଳେ ଭଗବାନ ବିଷ୍ଣୁ ମତ୍ସ୍ୟ ରୂପ ଧରି ସମୁଦ୍ରକୁ ଓହ୍ଲାଇ ଥିଲେ ଏବଂ ଏକ ମାସ ପର୍ଯ୍ୟନ୍ତ ପାଣି ଭିତରେ ରହିଥିଲେ । ଯାହାକୁ ଏହି କାର୍ତ୍ତିକ ମାସ କୁହାଯାଏ ।
କାର୍ତ୍ତିକ ମାସରେ ସ୍ନାନ ଏବଂ ଦାନର ବିଶେଷ ମହତ୍ତ୍ୱ ରହିଛି । ଯଦି ଆପଣ କାର୍ତ୍ତିକ ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରନ୍ତି ତେବେ ଏହାର ଫାଇଦା ଆପଣଙ୍କୁ ନିଶ୍ଚୟ ମିଳିବ । କାର୍ତ୍ତିକ ମାସରେ ପବିତ୍ର ନଦୀ ଏବଂ ସରୋବରରେ ସ୍ନାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି ।
ସର୍ବପ୍ରଥମେ ସ୍ନାନ କରିବା ପୂର୍ବରୁ ପାଣିରେ ହାତରେ ଓଁ ଲେଖନ୍ତୁ ଏବଂ ଏହାପରେ ବୁଡ଼ ପକାନ୍ତୁ । ଏହାଦ୍ବାରା ନଦୀ ଏବଂ ସରୋବରରେ ସ୍ନାନ କରିବାର ପୂର୍ଣ୍ଣ ଫଳ ଆପଣଙ୍କୁ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଆଖପାଖରେ ନକରାତ୍ମକତା ମଧ୍ୟ ଦୂର ହୋଇଥାଏ । ଏହାଦ୍ବାରା ଜୀବନର ସବୁ ବାଧା ସହିତ ଆପଣଙ୍କ ଉପରେ କାହାରି ଖରାପ ନଜର ଥିଲେ ତାହା ମଧ୍ୟ ଦୂର ହୋଇଯାଏ ।
ଯଦି ଆପଣ ଘରେ ସ୍ନାନ କରୁଛନ୍ତି ତେବେ ସ୍ନାନ କରୁଥିବା ପାଣି ବାଲ୍ଟିରେ ଓଁ ଲେଖି ସ୍ନାନ କରନ୍ତୁ । ଯଦି ଆପଣ ସ୍ନାନ ପାଣିରେ ଦୁଇ ଚାରି ବୁନ୍ଦା କ୍ଷୀର ମିଶାଇ ସ୍ନାନ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହେ , ଆୟୁଷ ବୃଦ୍ଧି ହୋଇଥାଏ ଏବଂ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । ଯଦି ଆପଣ ପାଣିରେ ତେଲ ମିଶାଇ ସ୍ନାନ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହିଥାଏ ଏବଂ ଘରେ ଅଭାବ ହୁଏନାହିଁ । ଯଦି ଆପଣ ସ୍ନାନ ପାଣିରେ ଅଳ୍ପ ଘିଅ ମିଶାଇ ସ୍ନାନ କରନ୍ତି ତେବେ ଚର୍ମ ଉଜ୍ଜ୍ୱଳ ହୋଇଥାଏ । ଯଦି ସ୍ନାନ ପାଣିରେ ଅଳେଇଚ ଦାନା ମିଶାଇ ସ୍ନାନ କରନ୍ତି ତେବେ ସୁଖ ସମୃଦ୍ଧି ପାପ୍ତ ହୋଇଥାଏ ।