ଯଦି ଆପଣ ଜୀବନରେ ଅନେକ ସମସ୍ୟା , କଳହ , ଶତ୍ରୁତାର ସାମ୍ନା କରୁଛନ୍ତି , ଧନ ହାନୀର ସାମ୍ନା କରୁଛନ୍ତି ତେବେ ତାହାର ଏକମାତ୍ର କାରଣ ହେଉଛି ଆପଣଙ୍କ ସ୍ନାନ କରିବାର ଅଭ୍ୟାସ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସ୍ନାନ କରିବା ପରେ କେଉଁ କାମ ଭୁଲରେବି କରିବା ଉଚିତ ନୁହେଁ । ନଚେତ ଘରେ ଦାରିଦ୍ର୍ୟତା ଦେଖାଦେବ । ସ୍ନାନ କରିବା ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ ସ୍ନାନ କରିଥାଏ ସେ ପୁଣ୍ୟ ଭୋଗି ହୋଇଥାଏ । ତେବେ ଘରର1ମହିଳା ମାନେ ସ୍ନାନ କରିବା ସମୟରେ କିଛି ବିଶେଷ କଥା ପ୍ରତି ଦୃଷ୍ଟି ଦେବା ଉଚିତ ।
୧ . ଯଦି ରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଏବଂ ପାରିବାରିକ କଳହ ଲାଗି ରହୁଛି ତେବେ ଏହାକୁ ସହଜରେ ନନେଇ ନିଜ ସ୍ନାନରେ ଏକ ଉପାୟ ପାଳନ କରନ୍ତୁ । ସ୍ନାନ ସମୟରେ ମହିଳା ମାନେ ସେହି ପାଣିରେ କିଛି ଲୁଣ ମିଶାଇ ସ୍ନାନ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ଏହାବ୍ୟତୀତ ଦାମ୍ପତ୍ୟ କଳହରୁ ମଧ୍ୟ ମୁକ୍ତି ମିଳିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଦିନ ସାରା କାମ କରିବାକୁ ଫୁର୍ତ୍ତି ରହିଥାଏ । ଚର୍ମ ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
୨ .ସ୍ନାନ କରି ସାରିବା ପରେ ପାଦ ଧୋଇବା ଉଚିତ ନୁହେଁ । ସ୍ନାନ ପରେ ଭଗବାନଙ୍କ ପୂଜା କରିବା ଉଚିତ । ଯଦି ଆପଣ ସ୍ନାନ କରି ସାରିବା ପରେ ପୁନର୍ବାର ପାଦ ଧୁଅନ୍ତି ତେବେ ପୁଣିଥରେ ଅପବିତ୍ର ହୋଇ ଯାଆନ୍ତି । ହିନ୍ଦୁ ଧର୍ମରେ ଏହାକୁ ବର୍ଜିତ ମାନା ଯାଇଛି । ହିନ୍ଦୁ ଧର୍ମରେ ପାଦରୁ ମୁଣ୍ଡ ଦିଗରେ ସ୍ନାନ କରିବାର ନିୟମ ରହିଛି ।
୩ . ମନୁଷ୍ୟକୁ ବ୍ରହ୍ମ ମୁହୁର୍ତ୍ତରେ ହିଁ ଅର୍ଥାତ ସୂର୍ଯ୍ୟ ଉଦୟ ହେବାର ଦେଢ଼ ଘଣ୍ଟା ପୂର୍ବରୁ ହିଁ ବିଛଣା ଛାଡ଼ିବା ଉଚିତ । ଏହି ସମୟରେ ବିଛଣା ଛାଡ଼ିବା ଉପଯୁକ୍ତ ହୋଇଥାଏ । ସୂର୍ଯ୍ୟ ଉଦୟ ପରେ ଶୋଇବା ବର୍ଜିତ ହୋଇଥାଏ । ଏହାବ୍ୟତୀତ ସକାଳୁ ଉଠି ହାତର ଦୁଇ ପାପୁଲିକୁ ଦେଖି ଏକ ମନ୍ତ୍ର ଜପ କରିବା ଉଚିତ ।
ଯାହା ଏହିପରି :-
କରାଗ୍ରେ ବସତେ ଲକ୍ଷ୍ମୀ ।
କର ମଧ୍ୟେ ସରସ୍ୱତୀ । କରମୂଳେତୁ ଗୋବିନ୍ଦ । ପ୍ରଭାତେ କର ଦର୍ଶନ ।।
ପ୍ରତ୍ୟେକ ଦିନ ଏହି ତିନି ଦେବଦେବୀଙ୍କୁ ପ୍ରାର୍ଥନା କରିବା ଦ୍ୱାରା ମାତା ଲକ୍ଷ୍ମୀ , ସରସ୍ୱତୀ ଏବଂ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ପୁରା ଦିନର ଦିନ ଚର୍ଯା ଭଲ ହୋଇଥାଏ ଏବଂ ଶରୀରରେ ସକାରାତ୍ମକତା ମଧ୍ୟ ବଜାୟ ରହିଥାଏ ।
୪ . ସକାଳୁ ଉଠି କିଛି ସକାରାତ୍ମକ ବସ୍ତୁ ଯେମିତିକି ମୟୁର ପର ଦର୍ଶନ କରିବା ଉଚିତ । ଏଥିପାଇଁ ଶୋଇବା କକ୍ଷରେ ମୟୁର ପର କିମ୍ବା ରାଧା କୃଷ୍ଣଙ୍କ ମୂର୍ତ୍ତି ରଖିବା ଉଚିତ । ଏହାଦ୍ବାରା ଦିନର ପ୍ରାରମ୍ଭ ଭଲ ହୋଇଥାଏ । ଭଗବାନ ମଧ୍ୟ ସନ୍ତୁଷ୍ଟ ରହନ୍ତି ଏବଂ କମକ କରିବାକୁ ଆଗ୍ରହ ଆସିଥାଏ ।
୫ . ସକାଳୁ ଉଠିବା ମାତ୍ରେ କୌଣସି ନକରାତ୍ମକ ଫୋଟ ଯେମିତିକି ହିଂସ୍ର ଜନ୍ତୁ ଫୋଟ ଦେଖିବା ଉଚିତ ନୁହେଁ । ଏହାଦ୍ବାରା ମନରେ ନକରାତ୍ମକ ଭାବ ଜାଗ୍ରତ ହୋଇଥାଏ ଯାହା ଦିନସାରା ରହିଥାଏ । ଏହାବ୍ୟତୀତ ସକାଳୁ ଉଠିବା ମାତ୍ରେ ମନରେ କାହାରି ପ୍ରତି ନକରାତ୍ମକ ଚିନ୍ତାଧାରା ନଆଣି ସମସ୍ତେ ଭଲରେ ରହନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରି ନିଜ କାମରେ ଲାଗି ପଡ଼ିବା ଉଚିତ ।
୬ . ମହିଳା ମାନେ ନଗ୍ନ ହୋଇ ସ୍ନାନ କରିବା ଆଦୋୖ ଉଚିତ ନୁହେଁ । ପୁଣି ଗରୁଡ଼ ପୁରାଣ ଅନୁସାରେ ସ୍ନାନ ସମୟରେ ଆପଣଙ୍କ ପୂର୍ବଜ ରାକ୍ଷସ ରୂପରେ ଆପଣଙ୍କ ଆଖପାଖରେ ଉପସ୍ଥିତ ରହି ପଡୁଥିବା ଜଳକୁ ଗ୍ରହଣ କରନ୍ତି । ତେଣୁ ନିର୍ବସ୍ତ୍ର ସ୍ନାନ କଲେ ପିତୃ ମଧ୍ୟ କ୍ରୋଧିତ ହୁଅନ୍ତି । ଯାହାଦ୍ୱାରା ବ୍ୟକ୍ତିର ତେଜ , ବଳ , ଧନ ଏବଂ ସୁଖ ନଷ୍ଟ ହୋଇଯାଏ ଏବଂ ପିତୃ ଦୋଷ ମଧ୍ୟ ଲାଗିଥାଏ । ଯାହାଦ୍ୱାରା ସନ୍ତାନ ମଧ୍ୟ ରାକ୍ଷସ ହୋଇ ଜନ୍ମ ହୋଇଥାଏ । ଏହାବ୍ୟତୀତ ଆପରିଷ୍କାର ସ୍ଥାନରେ କିମ୍ବା ବାଥରୁମରେ ମଧ୍ୟ ସ୍ନାନ କରିବା ଉଚିତ ନୁହେଁ । ଏହାଦ୍ବାରା ରାହୁ କେତୁ କ୍ରୋଧିତ ହୁଅନ୍ତି ଘରକୁ ଦାରିଦ୍ର୍ୟତା ଆସିଥାଏ । ରାହୁ କେତୁଙ୍କ ଦ୍ଵାରା କାଳସର୍ପ ଦୋଷ ଲାଗିଥାଏ ଏବଂ ଶନି ମଧ୍ୟ ଏହି କାରଣରୁ କ୍ରୋଧିତ ହୋଇଯାଆନ୍ତି ।