ହିନ୍ଦୁ ଧର୍ମରେ ଅନେକ ପରମ୍ପରା ପ୍ରଚଳିତ ହୋଇଥାଏ । ତାହା ମଧ୍ୟରୁ ନଖ ସମ୍ବନ୍ଧୀୟ ଏକ ପରମ୍ପରା ମଧ୍ୟ ରହିଛି । ସାଧରଣତଃ ସବୁ ହିନ୍ଦୁ ପରିବାରରେ ବୟସ୍କ ବ୍ୟକ୍ତି ମାନେ କହିଥାନ୍ତି ଯେ କେଉଁ ଦିନ ନଖ କାଟିବା ଉଚିତ ଏବଂ କେଉଁ ଦିନ ନୁହେଁ । ମାତ୍ର ଏହି ନଖ ସମ୍ବନ୍ଧୀୟ କିଛି ପ୍ରୟୋଗ ରହିଛି ଯାହା ଅତ୍ୟନ୍ତ ପ୍ରଭାବୀ ଅଟେ । ତେବେ ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର , ଗୁରୁବାର ଏବଂ ଶନିବାର ଦିନ ନଖ କାଟିବା ଉଚିତ ନୁହେଁ । ଏହାର କିଛି ପୌରାଣିକ କାରଣ ରହିବା ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏପରି କୁହାଯାଏ ଯେ ଆଙ୍ଗୁଠିର ଅଗ୍ର ଭାଗ ଖୁବ ସମ୍ବେଦନଶୀଳ ହୋଇଥାଏ । ଯାହାକୁ ନଖ ରକ୍ଷା କରିଥାଏ ।
ମଙ୍ଗଳବାର , ଗୁରୁବାର ଏବଂ ଶନିବାର ଦିନ ବାତାବରଣରେ ନକରାତ୍ମକତା ଅଧିକ ବଢ଼ିଯାଏ ଯାହା ଆଙ୍ଗୁଠି ଉପରେ ଖରାପ ପ୍ରଭାବ ପକାଇଥାଏ । ପୁଣି ମଙ୍ଗଳବାରର ସମ୍ପର୍କ ମଙ୍ଗଳ ଗ୍ରହ ସହିତ ରହିଛି ଯାହାକି ରକ୍ତ ସହିତ ଜଡ଼ିତ ଅଟେ , ଗୁରୁବାର ବୃହସ୍ପତି ସମ୍ବନ୍ଧିତ ଅଟେ ଯାହାକି ବୁଦ୍ଧି ସହିତ ଜଡ଼ିତ ଅଟେ ଏବଂ ଶନିବାର ଶନି ଗ୍ରହ ସମ୍ବନ୍ଧୀୟ ଅଟେ ଯାହାକି ଚର୍ମ ସହିତ ଜଡ଼ିତ ଅଟେ । ତେଣୁ ମଙ୍ଗଳବାର ଦିନ ନଖ କାଟିଲେ ରକ୍ତ ସମ୍ବନ୍ଧୀୟ ସମସ୍ୟା ଏବଂ ରକ୍ତ ସମ୍ପର୍କରେ ମଧ୍ୟ ସମସ୍ୟା ଆସିଥାଏ । ଗୁରୁବାର ଦିନ ନଖ କାଟିଲେ ଶିକ୍ଷା ଏବଂ ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଆସିଥାଏ । ସେହିପରି ଶନିବାର ଦିନ ନଖ କାଟିଲେ ଆୟୁଷ କମ ହେବା ସହିତ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
ଅନେକ ଲୋକ ଏହି ଭୁଲ କରିଥାନ୍ତି ଯେ ନଖ କାଟି ଏଣେତେଣେ ଫିଙ୍ଗି ଦିଅନ୍ତି । ଯାହାକି ଯିବାନ ପାଇଁ ବଡ଼ ସମସ୍ୟା ନେଇ ଆସିଥାଏ । ଏହାର ଭୁଲ ଉପାୟରେ ବ୍ୟବହାର ହୋଇପାରେ । କାରଣ ଲୋକେ ଶତ୍ରୁତା କାରଣରୁ ଲୋକଙ୍କ ବିଭିନ୍ନ ବ୍ୟବହାର କରୁଥିବା ବସ୍ତୁ ନେଇ କଳା ଯାଦୁ କିମ୍ବା ଯନ୍ତ୍ର ମନ୍ତ୍ର କରିଥାନ୍ତି । ଯାହାଦ୍ୱାରା ଅନେକ କ୍ଷତି ହୋଇଥାଏ । ତେଣୁ ଆପଣ ଏଣେତେଣେ ଫିଙ୍ଗୁଥିବା ନଖକୁ ନେଇ କେହିବି ତନ୍ତ୍ର ମନ୍ତ୍ର କରି ପାରନ୍ତି । ଯାହାର ପରିଣାମ ଖୁବ ଭୟଙ୍କର ହୋଇପାରେ ।ରାତି ସମୟରେ ମଧ୍ୟ ନଖ କାଟିବା ଉଚିତ ନୁହେଁ ।
କାରଣ ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । ପୁଣି ଘର ଭିତରେ ନଖ କାଟିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ପାରନ୍ତି । ବିଶେଷ କରି ଶୋଇବା କକ୍ଷରେ ବେଡ଼ ଉପରେ ବସି ନଖ କାଟିଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ବାଥରୁମରେ ମଧ୍ୟ ନଖ କାଟିବା ଉଚିତ ନୁହେଁ । ମାତ୍ର ଅନ୍ୟ ଦିନ ମାନଙ୍କରେ ନଖ କାଟିବା ଉଚିତ । କାରଣ ଏହାଦ୍ବାରା ସଂକ୍ରମଣ ଜନିତ ରୋଗରୁ ମୁକ୍ତି ମିଳିଥାଏ । ତେଣୁ ଯଦି ଆପଣ ନଖ କାଟୁଛନ୍ତି ତେବେ ଦୁବ ଘାସ ଥିବା ସ୍ଥାନରେ ମାଟିରେ ପୋତି ଦିଅନ୍ତୁ । ଏହାଦ୍ବାରା କେହି କୋୖଣସି ତନ୍ତ୍ର ମନ୍ତ୍ର କରି ପାରିବେ ନାହିଁ ଏବଂ କୌଣସି ଦୋଷ ମଧ୍ୟ ଲାଗି ନଥାଏ ।