ଆଜିକା ଦୁନିଆରେ ମଣିଷ ଖୁସିରେ ରହିବା ପାଇଁ ଅର୍ଥ ଆବଶ୍ୟକ । କାରଣ କିଛିବି ଜିନିଷ କିଣିବା ପାଇଁ ଅର୍ଥ ଆବଶ୍ୟକ ହୋଇଥାଏ । ତେବେ ଆଜିକା ଯୁଗରେ କିନ୍ତୁ ସବୁ ମନୁଷ୍ୟ ବିଳାସରେ ଜୀବନ କାଟି ପାରନ୍ତି ନାହିଁ । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଅଧିକ ରୋଜଗାର ସତ୍ତ୍ୱେବି ଖର୍ଚ୍ଚ ଏତେ ବଢ଼ିଯାଏଯେ ଅର୍ଥ କ୍ଷେତ୍ରରେ ସମସ୍ୟାର ସାମ୍ନା କରନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବୁ । ସେହି ଉପାୟ ଅନୁଯାୟୀ ରାତିରେ ଦୁଇଟି ଜିନିଷ ଜଳାଇ ଦେଲେ ଦୂରେଇ ଯାଏ ସବୁ ଆର୍ଥିକ ସମସ୍ୟା ।
ପ୍ରଥମେ ଲବଙ୍ଗ ଏବଂ କର୍ପୂର ଆଣି ତାହାକୁ ଜଳାନ୍ତୁ ଏବଂ ନିଜର ଦୁର୍ଭାଗ୍ୟକୁ ଦୂର କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂରେଇ ଯିବ ଏବଂ କରଜରୁ ମୁକ୍ତି ମିଳିବ । ଏହାଦ୍ବାରା ଅଟକି ରହିଥିବା କାମ ପୁଣିଥରେ ଆରମ୍ଭ ହେବ ଏବଂ ସବୁ ପ୍ରକାରର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । କେବଳ ଏହି ଉପାୟକୁ ଭଲ ଭାବରେ କରିବାର ଆବଶ୍ୟକତା ରହିଛି । ଏହି ଉପାୟକୁ କରିବା ପାଇଁ ରାତିରେ ଏକ ମାଟି ଦୀପରେ କିଛି କର୍ପୂର ଏବଂ ଲବଙ୍ଗ ରଖି ନିଆଁ ଲଗାଇ ଦିଅନ୍ତୁ । ତାହା ଜଳିବାକୁ ଲାଗିବ । ତାହା ଜଳିବା ସମୟରେ ତାହାକୁ ନେଇ ମୁଖ୍ୟ ଦ୍ୱାରର ବାମ ପଟେ ରଖି ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ନକରାତ୍ମକ ଶକ୍ତି ଦୂରେଇ ଯାଏ । ଏହାଦ୍ବାରା ଧନ ଆସିବାର ସବୁ ରାସ୍ତା ଖୋଲିଯାଏ । ଯାହାଦ୍ୱାରା ଧନର ଆଗମନ ହୋଇଥାଏ ଏବଂ ଘରେ ଆର୍ଥିକ ଉନ୍ନତି ହୋଇଥାଏ
ମାନ ସମ୍ମାନ ମଧ୍ୟ ବୃଦ୍ଧି ହୋଇଥାଏ । କାରଣ ସେହିଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ଭାବରେ ବାସ ହୋଇଥାଏ । ଯାହାଦ୍ୱାରା ସେହି ଘରର ଲୋକେ ଭୋଗ ବିଳାସରେ ଜୀବନ ବିତାଇ ଥାଆନ୍ତି । ଦ୍ୱିତୀୟ ଉପାୟ ଲୁଣର ଉପଯୋଗ ଦ୍ୱାରା କରାଯାଇ ପାରିବ । ମନୁଷ୍ୟ ଜୀବନରେ ଲୁଣର ଅନେକ ମହତ୍ତ୍ୱ ରହିଥାଏ । ଲୁଣକୁ ମୁଖ୍ୟ କାର୍ଯ୍ୟ ଅର୍ଥାତ ଭୋଜନ ପ୍ରସ୍ତୁତିରେ ବ୍ୟବହାର କରାଯାଏ । ଏହାକୁ ପ୍ରୟୋଗ କରି ଧନ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂରେଇ ଦେଇ ହେବ । ଏହାଦ୍ବାରା ନକରାତ୍ମକତା ମଧ୍ୟ ଦୂରେଇ ଯାଏ ।ଏହି ଉପାୟକୁ କରିବା ପାଇଁ ପ୍ରଥମେ କିଛି ଲୁଣ ଆଣି ତାହାକୁ ଏକ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ ।
ଏହାପରେ ତାହାକୁ ଘରର ମୁଖ୍ୟ କବାଟରେ ଟାଙ୍ଗି ଦିଅନ୍ତୁ । ଏହାଦ୍ବାରା ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ । ଏହାଦ୍ବାରା କାହାରି ଖରାପ ନଜର ମଧ୍ୟ ପଡ଼ି ନଥାଏ । ସେହି ନାଲି କପଡ଼ାକୁ ଯଦି ଆପଣ ଘରେ ଧନ ରଖାଯାଉଥିବା ସ୍ଥାନ କିମ୍ବା ସିନ୍ଧୁକରେ ରଖି ଦିଅନ୍ତି ତେବେ ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବା ସହିତ ଧନ ଅବିବୃଦ୍ଧି ମଧ୍ୟ ହୋଇଥାଏ । ବ୍ୟବସାୟରେ ଉନ୍ନତି ଦେଖାଦିଏ । ଘରେ ଲୁଣ ରଖିଲେ ସର୍ବଦା କାଚ ଜାର କିମ୍ବା ବୋତଲରେ ରଖନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ ।