ଅକ୍ଟୋବର ୧୪ ସର୍ବପିତୃ ଅମାବାସ୍ୟା । ଏକ ମୁଠା ଲୁଣକୁ ନେଇ କରି ଦିଅନ୍ତୁ ଏହି ଉପାୟ । ଏକ ମାସ ମଧ୍ୟରେ ହୋଇଯିବେ କୋଟିପତି ।

ଶାସ୍ତ୍ରରେ ପୂର୍ଣ୍ଣିମା ଏବଂ ଅମବାସ୍ୟାର ଅନେକ ମହତ୍ତ୍ୱ ରହିଛି । ତେଣୁ ଏହି ଦିନ ମାନଙ୍କରେ କିଛି ଖାସ ସହଜ ଉପାୟ କରିବା ଦ୍ୱାରା ଜୀବନରେ ସକାରାତ୍ମକତା ବଢ଼ିଥାଏ । ଆଶ୍ୱିନ ମାସର ଅମାବାସ୍ୟାକୁ ସର୍ବପିତୃ ଅମାବାସ୍ୟା କୁହାଯାଏ । ତେଣୁ ଚଳିତ ବର୍ଷ ଏହା ଅକ୍ଟୋବର ୧୪ ଶନିବାର ଦିନ ପଡ଼ୁଛି । ଯାହାକୁ ଶନିଶ୍ଚର ଅମାବାସ୍ୟା କୁହାଯାଏ । ଏହିଦିନ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ଏବଂ ସର୍ବପିତୃ ଅମାବାସ୍ୟା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ତେଣୁ ଭାରତରେ ଏହାର ସୂତକ କାଳ ମାନ୍ୟ ହେବ ନାହିଁ । ତେବେ ଏହା ଅକ୍ଟୋବର ୧୩ ଶୁକ୍ରବାର , ରାତି ୯.୫୦ ରେ ହେବ ଏବଂ ଅକ୍ଟୋବର ୧୪ ଶନିବାର ରାତି ୧୧.୨୪ ରେ ଶେଷ ହେବ ।

ତେଣୁ ଏହିଦିନ ପିତୃଙ୍କ ନିମନ୍ତେ ଶ୍ରାଦ୍ଧ ଦାନ ତର୍ପଣ କରି ପାରିବେ । ଏହାବ୍ୟତୀତ ଲୁଣ ସମ୍ବନ୍ଧୀୟ କିଛି ନିୟମର ପାଳନ ମଧ୍ୟ କରି ପାରିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଲୁଣର ପ୍ରୟୋଗ ଦ୍ୱାରା ଘରେ ରାହୁ କେତୁ ସମସ୍ୟା ଦୂର ହୋଇଥାଏ । ସର୍ବପିତୃ ଅମାବାସ୍ୟା ଦିନ ଲୁଣ ସହିତ ଜଡ଼ିତ କରାଯାଉଥିବା କିଛି ଖାସ ଉପାୟ ଗୁଡ଼ିକ ହେଉଛି । ଲୁଣ ବିଭିନ୍ନ ପ୍ରକାରର ଅଛି । କିନ୍ତୁ ଘରେ ଥିବା ନଜର ଦୋଷ ପାଇଁ କଳା ଲୁଣକୁ ବ୍ୟବହାର କରାଯାଏ । ଆପଣଙ୍କୁ କେବେବି ଆପଣଙ୍କ ଶତ୍ରୁର ଘରର ଲୁଣ ଖାଇବା ଉଚିତ ନୁହେଁ । ଆପଣ ମିଠା ଖାଇ ପାରିବେ । କୌଣସି ପାପୀ ବ୍ୟକ୍ତିର ଘରର ଲୁଣ ମଧ୍ୟ ଖାଇବା ଉଚିତ ନୁହେଁ । ନଚେତ ଆପଣଙ୍କ ଜୀବନ ମଧ୍ୟ ସେହିଭଳି ହୋଇଯିବ ।

ଧାର୍ମିକ ଏବଂ ସଂସ୍କାରି ଲୋକ ଥିବା ଘରୁ ଆପଣ ଲୁଣ ଖାଇ ପାରିବେ । ସିଧା ହାତରେ କାହାକୁ କେବେ ଲୁଣ ଦେବା ଉଚିତ ନୁହେଁ । ସପ୍ତାହରେ ଥରେ ଘରକୁ ଲୁଣ ମିଶା ପାଣିରେ ପୋଛା ମାରିବା ଉଚିତ । ଏହାଦ୍ବାରା ଘରେ ମାତା ଲକ୍ଷ୍ମୀ ସ୍ଥାୟୀ ବାସ କରନ୍ତି ଏବଂ ଘରେ ଧନର ଉପସ୍ଥିତି ବଜାୟ ରହେ । ଘରର ଛୋଟ ପିଲା ଉପରେ ନଜର ଦୋଷ ଥିଲେ ହାତରେ ଏକ ମୁଠା ଲୁଣ ନେଇ ନିଜ ଉପର ଦେଇ ଓଲଟା ତିନି ଥର ବୁଲାଇ ବେସିନରେ ଫ୍ଲସ କରି ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଯିବ । ଏହି ଉପାୟକୁ ତିନି ଦିନ ପର୍ଯ୍ୟନ୍ତ କରନ୍ତୁ । ସପ୍ତାହରେ ଥରେ , ଖାସକରି ସୋମବାର ଦିନ ସ୍ନାନ କରୁଥିବା ପାଣିରେ ଲୁଣ ମିଶାଇ ସ୍ନାନ କରନ୍ତୁ ।

ଯଦି ଆପଣ ମାନସିକ ଚିନ୍ତାରେ ପୀଡ଼ିତ ତେବେ ରାତିରେ ଶୋଇବା ପୂର୍ବରୁ ଏକ ପାତ୍ରରେ ପାଣିରେ ଏକ ଚିମୁଟା ଲୁଣ ମିଶାଇ ହାତ ମୁଁହ ଧୋଇ ଶୋଇ ଯାଆନ୍ତୁ । ତରକାରୀରେ ଲୁଣ କମ ଥିଲେ ସିଧାସଳଖ ଲୁଣ ନପକାଇ କଳା ଲୁଣ ପକାଇ ପାରିବେ । ଜାତକରେ ଚନ୍ଦ୍ର ଦୁର୍ବଳ ଥିଲେ ସମୁଦ୍ରି ଲୁଣର ବ୍ୟବହାର କରନ୍ତୁ ନାହିଁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ବିବାଦ ହେଉଥିଲେ ବେଡ଼ ରୁମରେ ଏକ କାଚ ପାତ୍ରରେ ସାଧାରଣ ଲୁଣ ଭରି ରଖି ଦିଅନ୍ତୁ । ଏହାଦ୍ବାରା ଆଉ କଳହ ଝଗଡ଼ା ବିବାଦ ହେବ ନାହିଁ ।

Leave a Reply

Your email address will not be published. Required fields are marked *