ଉଭୟ ସ୍ତ୍ରୀ ଏବଂ ପୁରୁଷ ପ୍ରତ୍ୟେକ ଦିନ ଖାଆନ୍ତୁ ଏହି ପରିବା । କେବେବି ହେବନି ଥକାପଣ ଏବଂ ମୋଟାପଣ ।

ସ୍ୱାସ୍ଥ୍ୟ ପାଇଁ ପନିପରିବା ସେବନ କରିବା ଅତ୍ୟନ୍ତ ଜରୁରୀ ଅଟେ । ସେଥିମଧ୍ୟରୁ କୁନ୍ଦୁରି ଅନ୍ୟତମ ଅଟେ । ଏହି ପରିବାକୁ ନେଇ ଅନେକ ପ୍ରକାରର ଧାରଣା ରହିଛି । ଏହା ଏକ ଏପରି ପରିବା ଅଟେ ଯାହାକୁ ଯଦି ଆପଣ ତିରିଶ ଦିନ ପର୍ଯ୍ୟନ୍ତ ସେବନ କରନ୍ତି ତେବେ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଯିବ । ଆୟୁର୍ବେଦରେ ଏହାର ଏକ ହୋମ ରେମିଡ଼ି ବିଷୟରେ ଆଗରୁ ଉଲ୍ଲେଖ ରହିଛି ।

୧ . କହିରଖିବୁ ଯେ କୁନ୍ଦୁରିରେ ଭାରି ମାତ୍ରାରେ କ୍ୟାଲସିୟମ ରହିଥାଏ । ତେଣୁ ଏହାର ସେବନ ଦ୍ୱାରା କ୍ୟାଲସିୟମର ଅଭାବ ସମ୍ବନ୍ଧୀୟ କୌଣସି ସମସ୍ୟା ଦୂର ହୋଇଯିବ ।

୨ . କୁନ୍ଦୁରି ମଧ୍ୟରେ କଲେଷ୍ଟ୍ରଲ ମାତ୍ର ଶୂନ୍ୟ ଅଟେ । ଯାହାକି ଶରୀର ପାଇଁ ଭଲ ହୋଇଥାଏ । ଏହାଦ୍ବାରା ମଧୁମେହ ସମସ୍ୟାର ଭୟ ରହେ ନାହିଁ ।

୩ . ରକ୍ତ ହୀନତା ସମସ୍ୟାରେ ପୀଡ଼ିତ ବ୍ୟକ୍ତି ମାନେ କୁନ୍ଦୁରି ଖାଇବା ଉପଯୋଗୀ ହୋଇଥାଏ । କାରଣ ଏଥିରେ ଆଇରନ ଅଧିକ ପାରିମାଣରେ ଥାଏ । କୁନ୍ଦୁରି ସେବନ କଲେ ହେମୋଗ୍ଲୋବିନ ବଢ଼ିବା ସହିତ କେଶ ଝଡ଼ିବା କମିଯାଏ ।

୪ . କୁନ୍ଦୁରିରେ ଲାଇକୋପିନ ଥିବା କାରଣରୁ ଏହା ଶରୀର ମଧ୍ୟରେ ବ୍ଲୋକେଜ ହେବାକୁ ଦିଏ ନାହିଁ । ସାଧରଣତଃ ବୟସ ବଢ଼ିବା ସହିତ ବ୍ଲୋକେଜ ସମସ୍ୟା ଅଧିକ ଦେଖା ଦେଇଥାଏ । ଯାହାକି ଶୀଘ୍ର ବାର୍ଦ୍ଧକ୍ୟର ଅନ୍ୟତମ କାରଣ ଅଟେ । ତେଣୁ କୁନ୍ଦୁରି ପ୍ରତ୍ୟେକ ଦିନ ସେବନ କଲେ ଏହି ସମସ୍ୟା ଦୂର ହେବ ।

୫ . ଏଥିରେ ଥିବା ଭିଟାମିନ B , B 12 ଏବଂ K ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ହୃଦୟର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ ।

୬ . ଥକାପଣ ଶୀଘ୍ର ହେଉଥିବା ବ୍ୟକ୍ତି କୁନ୍ଦୁରି ପ୍ରତ୍ୟେକ ଦିନ ଖାଇବା ଜରୁରୀ ଅଟେ । ଏହାଦ୍ବାରା ଶରୀର ଫୁର୍ତ୍ତି ରହିଥାଏ ଏବଂ ଅଧିକ କାର୍ଯ୍ୟ କରିବାକୁ କ୍ଷମତା ପ୍ରାପ୍ତ ହୋଇଥାଏ । କହିରଖିବୁ ଯେ କୁନ୍ଦୁରି ଶରୀରର ପାଚନ କ୍ଷମତାକୁ ତ୍ୱରାନ୍ୱିତ କରିଥାଏ ଯାହାକି ମୋଟାପଣ ଭୟରୁ ମୁକ୍ତି ଦେଇଥାଏ ।

୭ . କୁନ୍ଦୁରି ବ୍ଲଡ଼ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ଭଲ କାମ କରିଥାଏ । ଉଭୟ ମଧୁମେହ ଏବଂ କଲେଷ୍ଟ୍ରଲ ପାଇଁ କୁନ୍ଦୁରି ଖାଇବା ନିତାନ୍ତ ଉପଯୋଗୀ ଅଟେ ।

୮ . କୁନ୍ଦୁରି ଫ୍ରି ରେଡିକାଲ ଇଞ୍ଜୁରୀ ଠାରୁ ରକ୍ଷା କରିଥାଏ ଏବଂ ପାଚନ କ୍ଷମତାକୁ ବଢ଼ାଇଥାଏ ।

୯ . ଆଲର୍ଜି ସମସ୍ୟା ଥିବା ବ୍ୟକ୍ତି ପାଇଁ ଏହା କୌଣସି ରାମବାଣ ଠାରୁ କମ ନୁହେଁ । ଏଥିପାଇଁ ସପ୍ତାହରେ ଦୁଇଟି ତିନି ଥର କୁନ୍ଦୁରି ଖାଇ ପାରିବେ ।

୧୦ . କୁନ୍ଦୁରି କିଡନି ସ୍ଟୋନ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ । କାରଣ ଏଥିରେ ଅକ୍ସୀଲେଟ ତତ୍ତ୍ୱ ରହିଛି । ଏହା ସମଗ୍ର ଶରୀରକୁ ଡିଟୋକ୍ସ ମଧ୍ୟ କରିପାରେ ।

Leave a Reply

Your email address will not be published. Required fields are marked *