ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ଏହି ପାଞ୍ଚଟି ଜିନିଷ । ନଚେତ ହୋଇଥାଏ ଦୁଃଖ ଦାରିଦ୍ର୍ୟତାର କାରଣ ।

ନବରାତ୍ରୀ ସମ୍ପୂର୍ଣ୍ଣ ବର୍ଷ ମଧ୍ୟରେ ଅତ୍ୟନ୍ତ ଖାସ ପର୍ବ ହୋଇଥାଏ । କିନ୍ତୁ ନବ ରାତ୍ରିର ଏହି ନଅ ଦିନରେ କିଛି ଜିନିଷ ରହିଛି ଯାହାକୁ ଘରୁ ତୁରନ୍ତ ହଟାଇ ଦେବା ଉଚିତ । ପ୍ରଥମତଃ ନବରାତ୍ରୀ ପୂର୍ବରୁ ଘରକୁ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ କରି , ମନ୍ଦିରରେ କୌଣସି ଭଙ୍ଗା ମୂର୍ତ୍ତି ଥିଲେ କିମ୍ବା ଅନ୍ୟାନ୍ୟ ଅଦରକାରୀ ଜିନିଷ ଥିଲେ ତୁରନ୍ତ ହଟାଇ ଦିଅନ୍ତୁ ।

ଘରର ମୁଖ୍ୟଦ୍ୱାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ତେଣୁ ମୁଖ୍ୟଦ୍ୱାର ସାମ୍ନାରେ କୌଣସି ଅପରିଷ୍କାର ଜଳ କିମ୍ବା ଆବର୍ଜନା ରଖାଯିବା ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ସହିତ ପରିବାର ସଦସ୍ୟ ଅସୁସ୍ଥ ମଧ୍ୟ ହୋଇଥାନ୍ତି । ଏହା ମାତା ଲକ୍ଷ୍ମୀ , ଶନିଦେବ କ୍ରୋଧିତ ହୁଅନ୍ତି ଏବଂ ରାହୁ ଦୋଷ ଉତ୍ପନ୍ନ ହୋଇଥାଏ ।

ଘର ସାମ୍ନାରେ କଣ୍ଟା ଜାତୀୟ ଗଛ ଲଗାଇବା ମଧ୍ୟ ବର୍ଜିତ ଅଟେ । ନଚେତ ଏହାଦ୍ବାରା ଘରେ ନକରାତ୍ମକତା ପ୍ରବେଶ କରିଥାଏ । ଏହାଦ୍ବାରା ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ ଏବଂ ବିବାଦ ମଧ୍ୟ ଉପୁଜିଥାଏ । ଏଭଳି ଗଛ ଘର ବାହାରେ ଥିଲେ ତୁରନ୍ତ ତାହାକୁ ହଟାଇ ଦିଅନ୍ତୁ ।

ଏହାବ୍ୟତୀତ ଯେଉଁ ଗଛରୁ ସର୍ବଦା କ୍ଷୀର ଭଳି ତରଳ ପଦାର୍ଥ ବାହାରି ଥାଏ , ତାହାକୁ ଘର ସାମ୍ନାରେ ଲଗାଇବା ଉଚିତ ନୁହେଁ । ଘର ସାମ୍ନାରେ କେବଳ ତୁଳସୀ ଗଛ , ସୁଗନ୍ଧିତ ଫୁଲ ଗଛ କିମ୍ବା ମନୀ ପ୍ଲାଣ୍ଟ ଲଗାଇ ପାରିବେ । ଘରର ମୁଖ୍ୟଦ୍ୱାର ସାମ୍ନାରେ ଝାଡୁ ପୋଛା , ବିଦ୍ୟୁତ ଖୁଣ୍ଟ ଏବଂ କୌଣସି ବଡ଼ ଗଛ ରହିବା ଉଚିତ ନୁହେଁ ।

କାରଣ ଏହାଦ୍ବାରା ପରିବାର ସଦସ୍ୟଙ୍କର ଉନ୍ନତି ହୁଏନାହିଁ ଏବଂ ଅସଫଳତା ମିଳିଥାଏ । ଏହାବ୍ୟତୀତ ଘର ମଧ୍ୟକୁ ସକାରତ୍ମକତା ପ୍ରବେଶ କରିପାରେ ନାହିଁ । ଘରର ମୁଖ୍ୟଦ୍ୱାରର ଚଉକାଠ ସର୍ବଦା ଘରର ଚଟାଣ ଠାରୁ ଉଚ୍ଚ ହେବା ଉଚିତ କାରଣ ଏହା ବାହାରର ନକରାତ୍ମକତା ପାଇଁ ବାଧା ସୃଷ୍ଟି କରି ଘର ଭିତରକୁ ଆସିବାକୁ ଦେଇ ନଥାଏ ।

ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର , ସିଡ଼ି , ଅନ୍ୟ ଦ୍ୱାର ରହିବା ଉଚିତ ନୁହେଁ । ଏହାଦ୍ବାରା ପିଲାଙ୍କ ପାଠ ପଢ଼ାରେ ବାଧା ଦେଖା ଦେଇଥାଏ । ଯାହାଦ୍ୱାରା ଧନର ନାଶ ହୋଇଥାଏ । ମୁଖ୍ୟଦ୍ୱାରରେ ଭୁଲରେବି ମାତା ଲକ୍ଷ୍ମୀଙ୍କ ଫୋଟ ଲଗାଇବା ଉଚିତ ନୁହେଁ । ଘରର ମୁଖ୍ୟଦ୍ୱାରରେ କଦଳୀ ପତ୍ର ବନ୍ଧନବାର ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *