ଶନିବାର ଦିନ ଶରୀରର ଏହି ଅଙ୍ଗରେ ଲଗାନ୍ତୁ ସୋରିଷ ତେଲ । ହୋଇଯିବେ ମାଲାମାଲ ।

ନକରାତ୍ମକ ଶକ୍ତି ଏବଂ ସକାରାତ୍ମକ ଶକ୍ତି ମନୁଷ୍ୟ ଜୀବନ ଉପରେ ଅନେକ ପ୍ରଭାବ ପକାଇ ଥାଏ । ନକରାତ୍ମକତା ଶକ୍ତି ଦ୍ୱାରା ମନୁଷ୍ୟର ଭଲ ସମୟ ଖରାପ ହୋଇ ଯାଉଥିବା ବେଳେ ସକାରାତ୍ମକ ଶକ୍ତି ଦ୍ୱାରା ଖରାପ ସମୟ ମଧ୍ୟ ଭଲ ହୋଇଯାଏ । କିନ୍ତୁ କିଛି ଉପାୟ ରହିଛି ଯାହାକୁ ଯଦି ମନୁଷ୍ୟ ନିଷ୍ଠାର ସହିତ କରେ ତେବେ ସବୁ ସମସ୍ୟା ଦୂର ହୋଇ ପାରିବ । କହୁରଖିବୁ ଯେ ଶନିବାର ଦିନଟି ଅତ୍ୟନ୍ତ ଖାସ ହୋଇଥାଏ । କିନ୍ତୁ ଶନି ଦେବଙ୍କ ପ୍ରଭାବରେ ଜୀବନରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ଶନିବାର ଦିନ ସକାଳୁ ଉଠି ଝାଡୁ ମାରିବା ପୂର୍ବରୁ ଗଙ୍ଗା ଜଳ କିମ୍ବା ରାତି ସାରା ତମ୍ବା ପାତ୍ର କିମ୍ବା ମାଟି ପାତ୍ରରେ ଜଳ ରଖି ତାହାକୁ ଘରର ମୁଖ୍ୟଦ୍ୱାର ରେ ସିଞ୍ଚି ଦିଅନ୍ତୁ । ଯାହାଦ୍ୱାରା ଅତୃପ୍ତ ଆତ୍ମା ଚାଲିଯାଏ ।

୨ . ଶନିବାର ଦିନ ଘରେ ପୋଛା ଲଗାଇବା ଜରୁରୀ ଅଟେ ଏବଂ ଏହି କାମ କରିବା ସମୟରେ ଜଳରେ ଫିଟିକିରି ମିଶାଇ ପୋଛା ଲଗାଇଲେ ସବୁ ନକରାତ୍ମକତା ଦୂର ହୋଇଥାଏ ।

୩ . କରଜ ସମସ୍ୟା ଥିଲେ ସାଧା ପାନରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ସହିତ ଅଳ୍ପ ମିଠା ବସ୍ତୁ ରଖି ଏକ ବିଡ଼ା ତିଆରି କରି ସନ୍ଧ୍ୟା ସମୟରେ ହନୁମାନ ମନ୍ଦିର ଯାଇ ଶ୍ରୀହନୁମାନଙ୍କ ଚରଣରେ ରଖି ଦିଅନ୍ତୁ ।

୪ . ଶନିବାର ଦିନ ଏକ ପାତ୍ରରେ ସୋରିଷ ତେଲ ନେଇ ନିଜ ଛାଇ ଦେଖି ସେଥିରେ ତିଳ ପକାଇ କୌଣସି ପଶୁକୁ ଖୁଆଇଲେ ଶନି ଦେବଙ୍କ ପ୍ରଭାବ କମ ହୋଇଥାଏ ।

୫ . ଘରେ ତିଆରି ହେଉଥିବା ଶେଷ ରୋଟିରେ ଦୁଇ ପାଖରେ ହାଲୁକା ସୋରିଷ ତେଲ ଲଗାଇ ଦୁଇ ଦାନା ତିଳ କିମ୍ବା ମିଠା ବସ୍ତୁ ଦେଇ ନିଜ ମୁଣ୍ଡ ଉପର ଦେଇ ତିନିଥର ବୁଲାଇ କୁକୁରକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଶନିଦେବଙ୍କ ପ୍ରଭାବ କମିଯିବ ।

୬ . ଶନିବାର ଦିନ କେଶରେ କୌଣସିବି ତେଲ ଲଗାଇବା ଦ୍ୱାରା ଏବଂ ନାଭିରେ ତେଲ ଲଗାଇବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ । ନାଭିରେ ସୋରିଷ ତେଲ ଲଗାଇଲେ ଓଠ ମଧ୍ୟ ଫାଟି ନଥାଏ ।

୭ . ଶନିବାର ଦିନ ଶନିଦେବଙ୍କ ପରେ ଶ୍ରୀହନୁମାନଙ୍କୁ ମଧ୍ୟ ଆରାଧନା କରନ୍ତୁ । ଶନିଦେବଙ୍କ ମୂର୍ତ୍ତିକୁ ପୂଜା ନକରି ଶିଳାକୁ ପୂଜା କରନ୍ତୁ ଏବଂ କେବେବି ଶନିଦେବଙ୍କ ଆଖିକୁ ଦେଖିବା ଉଚିତ ନୁହେଁ ।

୭ . ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଏକ ଲୋଟା ଜଳରେ ମିଠା ବସ୍ତୁ ଏବଂ ତିଳ ଦେଇ ଅର୍ପିତ କରିବା ସହିତ ସନ୍ଧ୍ୟା ସମୟରେ ଏକ ସୋରିଷ ତେଲ ଦୀପ ମଧ୍ୟ ଜଳାନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

୮ . ଏକାଧିକ ସମସ୍ୟା ଥିଲେ ଶନିବାର ଦିନ ଶ୍ରୀହନୁମାନଙ୍କୁ ଚୋଲା ଅର୍ପିତ କରନ୍ତୁ ଅର୍ଥାତ କେବଳ ପୁରୁଷମାନେ ଚମେଲି ତେଲରେ ସିନ୍ଦୁର ମିଶାଇ ଶ୍ରୀହନୁମାନଙ୍କୁ ଲେପନ କରି ପାରିବେ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *