ବୁଧବାର ଦିନ ଏହି ଗୋଟିଏ ଉପାୟ କଲେ ନିଶ୍ଚିତ ପୂରଣ ହେବ ଆପଣଙ୍କ ଇଚ୍ଛା । ଭଗବାନ ଗଣେଶ ହେବେ ପ୍ରସନ୍ନ ।

ଯେଉଁଭଳି ଭାବରେ ସପ୍ତାହର ପ୍ରତ୍ୟେକ ଦିନରେ ଭିନ୍ନ ଭିନ୍ନ ଦେବଦେବୀଙ୍କ ମହତ୍ତ୍ୱ ରହିଛି , ସେହିଭଳି ବୁଧବାର ଦିନରେ ଭଗବାନ ଗଣେଶଙ୍କ ପୂଜା ଆରାଧନାର ବିଧାନ ରହିଛି । ଭଗବାନ ଗଣେଶ ହେଉଛନ୍ତି ଜ୍ଞାନ ଏବଂ ବୁଦ୍ଧିର ଦେବତା । ଏମିତିରେବି କୌଣସି ଦେବଦେବୀଙ୍କୁ ପୂଜା କରିବା ପୂର୍ବରୁ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ପୂଜା କରାଯାଏ । ତେଣୁ ଭଗବାନ ଗଣେଶଙ୍କୁ ଆଦ୍ୟ ଦେବତା କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ଏହିଦିନ କେଉଁ ସବୁ କାମ କରିବା ବର୍ଜିତ ଅଟେ । ନଚେତ ଜୀବନରେ ସମସ୍ୟା ବଢ଼ିପାରେ ।

୧ . ଏହି ଦିନ ଐଶାନ୍ୟ , ଉତ୍ତର ଏବଂ ପଶ୍ଚିମ ଦିଗକୁ ଯାତ୍ରା କରିବା ଉଚିତ ନୁହେଁ । ଅତି ଜରୁରୀ ଥିଲେ କିଛି ଉପାୟ କରି ଘରୁ ଯାଆନ୍ତୁ ।

୨ . ଏହି ଦିନ କାହାକୁ ଧାର କରଜ ଦିଅନ୍ତୁ ନାହିଁ । କାରଣ ତାହା ଜଲଦି ଫେରି ପାଇବେ ନାହିଁ ।

୩ . ଯେଉଁ ମହିଳାଙ୍କର ଝିଅ ସନ୍ତାନ ଅଛି ସେମାନେ ବୁଧବାର ଦିନ କେଶ ଧୋଇବା ଉଚିତ ନୁହେଁ । ଏହାଦ୍ବାରା ଝିଅର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

୪ . ଯେଉଁ କାମରେ କ୍ଷୀର ଜଳି ଯିବାର ସମ୍ଭାବନା ଥିବ ସେହି କାମ କରନ୍ତୁ ନାହିଁ ।

୫ . ଝିଅ , ଭଉଣୀ , ସ୍ତ୍ରୀ , ପିଉସୀ , ମାଉସୀ ଏ ସମସ୍ତଙ୍କର ଅପମାନ କରନ୍ତୁ ନାହିଁ । ଏହାଦ୍ବାରା ଜ୍ୟୋତିଷ ଅନୁଯାୟୀ ବୁଧ ଗ୍ରହ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ ।

୬ . ବୁଧବାର ଦିନ ପାନ ଖାଆନ୍ତୁ ନାହିଁ ନଚେତ ଏହା ଜୀବନରେ ସମସ୍ୟା ସୃଷ୍ଟି କରିପାରେ ।

୭ . ବୁଧବାର କିନ୍ନର ମାନଙ୍କ ଦିନ ହୋଇଥାଏ ତେଣୁ ଏହିଦିନ କୌଣସି କିନ୍ନରଙ୍କ ଅପମାନ କରନ୍ତୁ ନାହିଁ । ଏହିଦିନ ସେମାନଙ୍କୁ କିଛି ନା କିଛି ଦାନ ନିଶ୍ଚୟ କରନ୍ତୁ ।

୮ . ଏହିଦିନ ଅପଶବ୍ଦ କୁହନ୍ତୁ ନାହିଁ ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହେବେ ଏବଂ ଘରେ ଧନ ସମ୍ବନ୍ଧୀୟ ସମସ୍ୟା ହେବ ।

୯ . ବୁଧବାର ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । କଳା ବିନ୍ଦି କିମ୍ବା ଚୁଡ଼ି ମଧ୍ୟ ଧାରଣ କରନ୍ତୁ ନାହିଁ । ନଚେତ ନିଜ ସିନ୍ଦୁର ଉପରେ ବିପଦ ଆସିଥାଏ । ଏହିଦିନ ବିଶେଷ କରି ନାଲି କିମ୍ବା ହଳଦିଆ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

୧୦ . ପ୍ରତ୍ୟେକ ଦିନ ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ । ଏହାପରେ ଭଗବାନ ଗଣେଶଙ୍କ ମନ୍ତ୍ର ଜପ କରି ସାରିବା ପରେ ଅନ୍ୟ ଦେବଦେବୀଙ୍କ ପୂଜା ଆରାଧନା କରନ୍ତୁ ।

୧୧ . ସକାଳୁ ଉଠିବା ମାତ୍ରେ ବିଛଣାରେ ବସି ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଆସୁଥିବା କୌଣସିବି ବାଧା ଦୂରେଇ ଯିବ ।

ଏକ ସହଜ ଏବଂ ବିଶେଷ ବିଧି ଅନୁଯାୟୀ ଲଗାତାର ସାତୋଟି ବୁଧବାର ସକାଳୁ ଉଠି ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ସ୍ମରଣ କରି ନିଜର ମନସ୍କାମନା କୁହନ୍ତୁ । ସ୍ନାନ କରି ପରିଷ୍କାର ସ୍ୱଚ୍ଛ ବସ୍ତ୍ର ଧାରଣ କରି ସମ୍ପୂର୍ଣ୍ଣ ପୂଜା ବିଧି କରନ୍ତୁ । ଗଣେଶଙ୍କ ବିଗ୍ରହ ଅଭିଷେକ କରି ସାରିବା ପରେ ଭଗବାନ ଗଣେଶଙ୍କୁ ହଳଦିଆ ବସ୍ତ୍ର ଅର୍ପିତ କରନ୍ତୁ । ଗଣେଶଙ୍କୁ ଅତର ଅର୍ପିତ କରନ୍ତୁ ।

ଏହାପରେ ଶୁଦ୍ଧ ଘିଅ ଦୀପ , ସୁଗନ୍ଧିତ ଧୂପ , ହଳଦିଆ ଫୁଲ ମାଳା , ଦୁବ ଘାସ , ହଳଦୀ ଏବଂ ସିନ୍ଦୁର ଦ୍ୱାରା ତିଳକ କରନ୍ତୁ । ଅକ୍ଷତରେ ମଧ୍ୟ ତିଳକ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର ସୁଖ ସମୃଦ୍ଧି ତୃପ୍ତି ଉନ୍ନତି ପ୍ରାପ୍ତ ହେବ ।ହଳଦିଆ ରଙ୍ଗର ମୋଦକ ମଧ୍ୟ ଭଗବାନ ଗଣେଶଙ୍କୁ ଅର୍ପିତ କରି ପାରିବେ । ଭଗବାନ ଗଣେଶଙ୍କୁ ଗୋଟା ମୁଗ , ଧଣିଆ ଚୁରମା ଅର୍ପିତ କଲେ ଭଗବାନ ଗଣେଶ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଆପଣ ମୁଗ ଡାଲି ଲଡୁ କିମ୍ବା ମୁଗ ଡାଲି ହାଲୁଆ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ଭଗବାନ ଗଣେଶ ବହୁତ ଜଲଦି ପ୍ରସନ୍ନ ହେବା ସହିତ ଆପଣଙ୍କର ସବୁ ପ୍ରକାରର ମନସ୍କାମନା ମଧ୍ୟ ପୂରଣ କରିବେ ।

Leave a Reply

Your email address will not be published. Required fields are marked *