ପିତୃ ପକ୍ଷରେ ଏହି ସାତୋଟି ସଙ୍କେତ ପାଇଲେ ହୋଇ ଯାଆନ୍ତୁ ନିଶ୍ଚିତ । ବଦଳିଯିବ ଆପଣଙ୍କ ଭାଗ୍ୟ ।

ପିତୃ ପକ୍ଷରେ ସାଧରଣତଃ ପିତୃଙ୍କୁ ଶ୍ରାଦ୍ଧ ଏବଂ ପିଣ୍ଡ ଦାନ କରି ସେମାନଙ୍କୁ ପ୍ରସନ୍ନ କରିବାକୁ ପ୍ରୟାସ କରାଯାଏ । ଏହାବ୍ୟତୀତ ପିତୃ ପୂର୍ବଜ ମଧ୍ୟ ସ୍ୱପ୍ନରେ ଆସି ମନୁଷ୍ୟକୁ ଅନେକ ସଙ୍କେତ ଦେବା ସହିତ ସମୟ ସମୟରେ ଚେତାବନୀ ମଧ୍ୟ ଦେଇଥାନ୍ତି । କହିରଖିବୁ ଯେ ପିତୃ ପ୍ରସନ୍ନ ହେଲେ ସମାଜରେ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ । ଯଦି ପିତୃ ଅପ୍ରସନ୍ନ ହୁଅନ୍ତି ତେବେ ଘରେ ବିବାଦ ଏବଂ ବିନା କାରଣରେ କଳି ଝଗଡ଼ା ସୃଷ୍ଟି ହୋଇଥାଏ । ଭାଦ୍ରବ ମାସ ଅମାବାସ୍ୟା ଠାରୁ ୧୬ ଦିନ ପର୍ଯ୍ୟନ୍ତ ପିତୃ ପକ୍ଷ ହୋଇଥାଏ ଏବଂ ଏହି ସମୟରେ ପିତୃଙ୍କ ମୁକ୍ତି ହେତୁ ଶ୍ରାଦ୍ଧ , ଦାନ , ଧର୍ମ ଏବଂ ପିଣ୍ଡ ଦାନ କରାଯାଏ । ତେବେ ଆପଣଙ୍କ ପିତୃ ପ୍ରସନ୍ନ ହୋଇଛନ୍ତି କି ନାହିଁ ତାହାର ସଙ୍କେତ ଆପଣ ଏହି ୧୫ ଦିନରେ ନିଜର ସ୍ୱପ୍ନ ଉପରେ ଭଲ ଭାବରେ ନଜର ରଖି ଜାଣି ପାରିବେ ।

ଯଦି ପିତୃ ପକ୍ଷ ଆସିବା ମାତ୍ରେ ଆପଣଙ୍କ ମନ ଏବଂ ଶରୀର ବିଚଳିତ ହେବା ସହିତ ଶାରୀରିକ ସମସ୍ୟା ଦେଖାଦିଏ ତେବେ ଆପଣ ବୁଝିଯିବା ଉଚିତ ଯେ ଆପଣଙ୍କ ଉପରେ ପିତୃଦୋଷ ରହିଛି । ତେଣୁ ଏପରି ପରିସ୍ଥିତିରେ ପିତୃଙ୍କୁ ଶ୍ରାଦ୍ଧ ସହିତ ଭୋଜନ ଏବଂ ମନ୍ତ୍ର ଜପ କରିବା ଉଚିତ । ପିତୃ ପୁରୁଷ ଅନେକ ସମୟରେ ସ୍ୱପ୍ନରେ ଆସି ମନୁଷ୍ୟକୁ କୌଣସି ଦୁର୍ଘଟଣା କିମ୍ବା ଭବିଷ୍ୟତ ବିଷୟରେ ସୂଚନା ମଧ୍ୟ ଦେଇଥାନ୍ତି ।

୧ . ପିତୃ ପକ୍ଷରେ ଯଦି ପୂର୍ବଜ ଆପଣଙ୍କ ଶୋଇବା ସମୟରେ ଆପଣଙ୍କ ପାଖରେ ଛିଡ଼ା ହୋଇଥିବାର ଦେଖନ୍ତି ତେବେ ଏହାର ଅର୍ଥ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି ।

୨ . ଯଦି ପୂର୍ବଜ ଆପଣଙ୍କ ସାଥିରେ ଚାଲୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ପୂର୍ବଜ ଆପଣଙ୍କୁ ସମର୍ଥନ କରୁଛନ୍ତି ।

୩ .ଯଦି ପିତୃ ଆପଣଙ୍କ ମୁଣ୍ଡ ଆଉଁସିବାର ଦେଖନ୍ତି ତେବେ ଏହାର ଅର୍ଥ ପିତୃ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

୪ . ଘରେ କେହି ବ୍ୟକ୍ତି ରୋଗରେ ଦୀର୍ଘ ଦିନ ପୀଡ଼ିତ ହେବା ସମୟରେ ସ୍ୱପ୍ନରେ ଯଦି ଆପଣ ପୂର୍ବଜଙ୍କୁ ପାଖରେ ପ୍ରସନ୍ନ ଭାବରେ ବସି ଥିବାର ଦେଖନ୍ତି ତେବେ ରୋଗ ଭଲ ହେବ ଏବଂ ଯଦି ଆପଣ ଦୁଃଖିତ ଥିବାର ଦେଖନ୍ତି ତେବେ ରୋଗ ବଢ଼ିଥାଏ । ଯଦି ସ୍ୱପ୍ନରେ ପିତୃ ଆସି ହଠାତ ଗାଏବ ହୋଇ ଯାଆନ୍ତି ତେବେ ଏହା ଆଗାମୀ ସମୟରେ ଆସୁଥିବା କୌଣସି ବିପଦ ବିଷୟରେ ସୂଚାଇଥାଏ ।

୪ . ଯଦି ଆପଣ ସ୍ୱପ୍ନରେ ପୂର୍ବଜଙ୍କୁ ଅଧା ରୋଗାକ୍ରାନ୍ତ ଏବଂ ଅଧା ସୁସ୍ଥ ଥିବାର ଦେଖନ୍ତି ତେବେ ତୁରନ୍ତ ପୂଜା ଘରକୁ ଯାଇ ଦୀପ ଜାଳି ” ଓଁ ସର୍ବେଭ୍ୟ ପିତୃଭ୍ୟ ନମଃ ” ମନ୍ତ୍ରର ଜପ କରନ୍ତୁ ।

୫ .ଯଦି ପୂର୍ବଜ ଆପଣଙ୍କୁ ପୁଣିଥରେ ଜୀବିତ ଥିବାର ନଜର ଆସନ୍ତି ତେବେ ଏହା ଆଗାମୀ ସମୟରେ କୌଣସି ପୁରୁଣା ବିବାଦ ପୁଣିଥରେ ଆସିବାର ସଙ୍କେତ ଦେଇଥାଏ ।

୬ .ସ୍ୱପ୍ନରେ ପିତୃ ପୁରୁଷଙ୍କ ସହିତ ଝଗଡ଼ା କରୁଥିଲେ ପରିବାର ଲୋକଙ୍କ ସହିତ ଆପଣଙ୍କର ବିବାଦ ହୋଇପାରେ । ଏହାବ୍ୟତୀତ କୌଣସି ମଙ୍ଗଳ କାର୍ଯ୍ୟରେ ବାଧା କିମ୍ବା ପୈତୃକ ସମ୍ପତ୍ତି ବିବାଦ ସୃଷ୍ଟି ହୋଇପାରେ ।

୭ . ଯଦି ଘରର ଆଖପାଖରେ ପୂର୍ବଜଙ୍କୁ ଦେଖନ୍ତି ତେବେ ଏହାର ଅର୍ଥ ପୂର୍ବଜ ଏବେ ସୁଦ୍ଧା ନିଜ ପରିବାର ପ୍ରତି ମୋହ ମାୟା ଛାଡ଼ି ପାରି ନାହାଁନ୍ତି । ତେଣୁ ଏପରି ପରିସ୍ଥିତିରେ ଗାଈକୁ ପ୍ରତ୍ୟେକ ଦିନ ଗୋଟିଏ ରୋଟି ନିଶ୍ଚିତ ଖୁଆନ୍ତୁ । ଏହାଦ୍ବାରା ପିତୃଙ୍କ ଆଶୀର୍ବାଦ ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୮ .ସ୍ୱପ୍ନରେ ପିତୃ ଭୋକିଲା ନଜର ଆସିଲେ ତୁରନ୍ତ ଦାନ ଧର୍ମ କରିବା ଉଚିତ ।

୯ . ସ୍ୱପ୍ନରେ ଏକାଧିକ ପୂର୍ବଜ ଏକା ସାଥିରେ ଦେଖା ଦେଲେ ଘରେ କୌଣସି ବ୍ୟକ୍ତି ଅସୁସ୍ଥ ହେବାର ସଙ୍କେତ ମିଳିଥାଏ ।

୧୦ . ସ୍ୱପ୍ନରେ କୌଣସି ପୂର୍ବଜଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଦେଖୁଥିଲେ ଏହାର ଅର୍ଥ ଆପଣଙ୍କ ଘରକୁ ଆସିବାକୁ ଯାଉଥିବା ସମସ୍ୟାଙ୍କୁ ପୂର୍ବଜ ନିଜ ଉପରକୁ ନେଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *