ଘରେ ଏହି ସ୍ଥାନରେ ରଖି ଦିଅନ୍ତୁ ଚାବି । ଦେଖିବେ ବହୁତ ଜଲଦି ଖୋଲିଯିବ ଆପଣଙ୍କ ଭାଗ୍ୟ ଏବଂ ଘରକୁ ଆସିବ ଅପାର ଧନ ସମ୍ପତ୍ତି ।

ତାଲା ଚାବି ଦ୍ୱାରା ଆପଣ କିଛି ସହଜ ଉପାୟ କରି ନିଜ ଦାରିଦ୍ର୍ୟତାକୁ ମଧ୍ୟ ଦୂର କରି ପାରିବେ । ସେହିଭଳି ବାସ୍ତୁ ଶାସ୍ତ୍ରରେ ତାଲା ଏବଂ ଚାବିକୁ ନେଇ ଅନେକ ନିୟମ ବିଷୟରେ କୁହାଯାଇଛି । ଯାହାକୁ ସବୁ ବ୍ୟକ୍ତି ନିଶ୍ଚୟ ଜାଣି ରଖିବା ଉଚିତ । ଯେଉଁ ଲୋକ ମାନେ ଏହି ନିୟମକୁ ଆପଣାନ୍ତି ନାହିଁ , ସେମାନେ ନିର୍ଧନ ହୋଇ ଯାଆନ୍ତି । ଚାବିର ଅନେକ ମହତ୍ତ୍ୱ ରହିଛି । ଲକ୍ଷ୍ମୀ ପୂଜା ସମୟରେ ମାତା ଲକ୍ଷ୍ମୀଙ୍କୁ ଚାବି ଅର୍ପିତ କରିବା ଦ୍ୱାରା ମାତା ପ୍ରସନ୍ନ ହୁଅନ୍ତି ବୋଲି ମାନ୍ୟତା ରହିଛି । ହିନ୍ଦୁ ଧର୍ମ ପରମ୍ପରାରେ ମଧ୍ୟ ନୂଆ ବୋହୂକୁ ଚାବି ପେନ୍ଥା ଦିଆଯାଇଥାଏ । କାରଣ ବୋହୂ ଘରର ଲକ୍ଷ୍ମୀ ହୋଇଥାଏ ।

ତାଲା ସାଧରଣତଃ ରାହୁର କାରକ ହୋଇଥିବା ବେଳେ ଚାବି ବୁଧ ଗ୍ରହର ପ୍ରତୀକ ହୋଇଥାଏ । ବୁଧ ଗ୍ରହର ସ୍ୱାମୀ ଭଗବାନ ଶ୍ରୀ ଗଣେଶ । ସାଧରଣତଃ ରୁପାର ତାଲା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ସବୁ ବ୍ୟକ୍ତି ରୁପାର ତାଲା କିଣିବାକୁ ଅସମର୍ଥ ଅଟନ୍ତି । ତେଣୁ ଆପଣ କୌଣସିବି ତାଲା ଏବଂ ଚାବି ଆଣି ପାରିବେ । ଘରର ମୁଖ୍ୟ ଦ୍ବାର ଖୋଲା ଥିଲେ ମଧ୍ୟ କବାଟରେ ତାଲାକୁ ବନ୍ଦ କରି ତାହାର ଚାବିକୁ ପାଖରେ ରଖିବା ଉଚିତ । ଏହାଦ୍ବାରା ଘରକୁ ଦାରିଦ୍ର୍ୟତା , ନକରାତ୍ମକତା ଏବଂ କୌଣସି ସମସ୍ୟା ଘରକୁ ପ୍ରବେଶ କରି ନଥାଏ ।

ଘରର ମୁଖ୍ୟଦ୍ୱାର ପୂର୍ବ ଦିଗରେ ଥିଲେ ତମ୍ବାର ତାଲା ଲଗାଇବା ଶୁଭ ଅଟେ । ଜ୍ୟୋତିଷରେ ପଶ୍ଚିମ ଦିଗ ଶନିଙ୍କ ଦିଗ ହୋଇଥାଏ ତେଣୁ ଏହି ଦିଗରେ ଲୁହାର ତାଲା ବ୍ୟବହାର କରିବା ଉଚିତ । ଏହି ଦିଗରେ ଭୁଲରେ ତମ୍ବାର ତାଲା ଲଗାନ୍ତୁ ନାହିଁ । ଉତ୍ତର ଦିଗରେ ପିତ୍ତଳ ତାଲା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଧାତୁ ଉପରେ ରଙ୍ଗ ସୁନେଲି ରଖିବା ଉତ୍ତମ ହୋଇଥାଏ । ପଞ୍ଚଧାତୁରେ ତିଆରି ତାଲା ଦକ୍ଷିଣ ଦିଗରେ ଲଗାଇଲେ ଘର ସୁରକ୍ଷିତ ରହିଥାଏ । ଏହାଦ୍ବାରା ଘରର ସୁଖ ଶାନ୍ତି ମଧ୍ୟ ବଜାୟ ରହିଥାଏ । ତାଲା ଚାବି ଦ୍ୱାରା ଏକ ଖାସ ଉପାୟ ମଧ୍ୟ କରାଯାଇ ପାରିବ ଯାହା ଆପଣଙ୍କ ଭାଗ୍ୟ ମଧ୍ୟ ବଦଳାଇ ଦେବ ।

ଶୁକ୍ରବାର ଦିନ ଏକ ବନ୍ଦ ଥିବା ଷ୍ଟିଲ ତାଲା ଘରକୁ ନେଇ ଆସନ୍ତୁ । ଏହାକୁ ଶୋଇବା ରୁମରେ ରାତି ସାରା ରଖି ଆଗାମୀ ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ସେହି ତାଲା ଚାବିକୁ ନେଇ ପାଖ ମନ୍ଦିରରେ ପୂଜା କରନ୍ତୁ ଏବଂ ତାହାକୁ ସେହି ମନ୍ଦିରରେ ଚାବି ସହିତ ରଖି ଦେଇ ଆସନ୍ତୁ । ଯଦି ସେହି ତାଲାକୁ ମନ୍ଦିରର ପୂଜକ କିମ୍ବା ଅନ୍ୟ କେହି ଖୋଲନ୍ତି ତେବେ ବନ୍ଦ ଭାଗ୍ୟର ତାଲା ଖୋଲିଯାଏ ବୋଲି କୁହାଯାଏ । ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ମିଳୁ ନଥିଲେ ଏବଂ ରୁପାର ଚାବି ବନାଇ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରି ଦିଅନ୍ତୁ । ଏହାପରେ ମାତା ଲକ୍ଷ୍ମୀଙ୍କ ନିମନ୍ତେ ମନ୍ତ୍ର ଜପ କରି ସେହି ଚାବିକୁ ଏକ ନାଲି ସୂତାରେ ବେକରେ ଧାରଣ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବା ସହିତ ଆପଣ ସବୁ କାର୍ଯ୍ୟରେ ନିଶ୍ଚୟ ସଫଳ ହେବେ ।

Leave a Reply

Your email address will not be published. Required fields are marked *