ପିତୃପକ୍ଷରେ ୧୫ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଘରର ଏହି କୋଣରେ ଜଳାଇ ଦିଅନ୍ତୁ ଗୋଟିଏ ଦୀପ ଏବଂ କହି ଦିଅନ୍ତୁ ଏହି ମନ୍ତ୍ର । ପିତୃ ଦୋଷ ହୋଇଯିବ ପିତୃ ଆଶୀର୍ବାଦ ।

ଭାଦ୍ରବ ମାସ ପୂର୍ଣ୍ଣିମାରୁ ଶ୍ରାଦ୍ଧ ପକ୍ଷ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟାରେ ସମାପ୍ତ ହୋଇଥାଏ । ଏହି ଦିନ ପିତୃଙ୍କୁ ସମର୍ପିତ ହୋଇଥାଏ । ତେଣୁ ଏହି ଦିନ ପିତୃଙ୍କୁ ଶ୍ରାଦ୍ଧ , ତର୍ପଣ କରିବାର ପରମ୍ପରା ରହିଛି । ଏହିଦିନ ପିତୃଙ୍କୁ ଶ୍ରଦ୍ଧାରେ କିଛି ଅର୍ପଣ କଲେ ପିତୃ ପ୍ରସନ୍ନ ହୁଅନ୍ତି ଏବଂ ଏହାଦ୍ବାରା ପିତୃ ନିଜ ପରିବାର ଉପରେ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି ।

ଏଭଳି କୁହାଯାଏ ଯେ ପିତୃ ପୁରୁଷ ପ୍ରସନ୍ନ ହେଲେ ଘର ଉପରକୁ କୌଣସି ସମସ୍ୟା ଆସେ ନାହିଁ ଏବଂ ଘରେ ସବୁବେଳେ ଉନ୍ନତି ମଧ୍ୟ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ପିତୃଙ୍କ ଆଶୀର୍ବାଦ ରହିଥାଏ ସେହି ବ୍ୟକ୍ତିକୁ ସମସ୍ତ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଜାତକରେ ଅନ୍ୟ ସମସ୍ତ ଦୋଷ ଅପେକ୍ଷା ପିତୃ ଦୋଷ ସବୁଠାରୁ ସାଙ୍ଘାତିକ ଦୋଷ ହୋଇଥାଏ । ଯାହାର ଖୁବ ଖରାପ ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡ଼ିଥାଏ । ଏହାଦ୍ବାରା ପରିବାରର କେହିବି ଖୁସିରେ ରହନ୍ତି ନାହିଁ । ପିତୃ ପକ୍ଷରେ ଆପଣ ଚାହିଁଲେ ଏକ ଖାସ ଉପାୟ କରି ପାରିବେ ।

ଯାହାକୁ କେବଳ ସନ୍ଧ୍ୟା ସମୟରେ ହିଁ କରିବା ଉଚିତ । ତେବେ ଏହି ଉପାୟକୁ କରିବା ପାଇଁ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ସମୟରେ ହାତ , ମୁହଁ ଏବଂ ଗୋଡ଼ ଧୋଇ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରି କୌଣସି ଧାତୁ କିମ୍ବା ଅଟାର ଦୀପ ନେଇ ବତୀ ଲଗାଇ ଘିଅ ଢାଳି ଦିଅନ୍ତୁ । ଏହାରେ ଘରର କୌଣସି ରୁମ କିମ୍ବା ଠାକୁର ଘରେ ଦକ୍ଷିଣ ଦିଗକୁ ପରିଷ୍କାର କରି ଦୀପକୁ ଏପରି ରଖନ୍ତୁ ଯେପରି ଦୀପର ଜ୍ୟୋତି ଦକ୍ଷିଣ ଦିଗ ଆଡ଼କୁ ରହିବ ।

ଦୀପକୁ ସିଧାସଳଖ ଭୁଇଁରେ ରଖନ୍ତୁ ନାହିଁ । ଏହାପରେ ସର୍ବପ୍ରଥମେ ଭଗବାନ ଗଣେଶ , ଏହାପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଏବଂ ତାପରେ ପିତୃଙ୍କୁ ପ୍ରଣାମ କରନ୍ତୁ । ଏହାପରେ ଦେବଦେବୀଙ୍କୁ ପିତୃଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିବା ସହିତ ପିତୃଙ୍କୁ ପିତୃ ଦୋଷରୁ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ ।

ଏହାପରେ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ” ଓଁ ନମଃ ଭଗବତେ ବାସୁଦେବାୟ ” ୧୧ ଥର ଜପ କରନ୍ତୁ । ଏହାପରେ ଦକ୍ଷିଣ ଦିଗକୁ ମୁଖ କରି ” ଓଁ ପିତୃ ଦେବତାୟ ନମଃ ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଦକ୍ଷିଣ ଦିଗ ପିତୃଙ୍କ ଦିଗ ହୋଇଥାଏ ଏବଂ ଏହି ଦିଗରେ ପ୍ରଣାମ କରିବା ଦ୍ୱାରା ପିତୃ ଦୋଷ ଆଶୀର୍ବାଦରେ ପରିଣତ ହୋଇଯାଏ । କିନ୍ତୁ ଧ୍ୟାନ ଦେବେ ଯେ ଏହି ସମୟରେ ପରିଷ୍କାର ପରିଚ୍ଛନ୍ନତାର ଆବଶ୍ୟକତା ରହିଛି ଏବଂ ମହିଳା ମାନେ ମାସିକ ଧର୍ମ ସମୟରେ ଏହା କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *