ଘର ଭିତରେ ଭୁଲରେ ବି ଏହି ଦେବୀଙ୍କ ନାମ ନିଅନ୍ତୁ ନାହିଁ । ନଚେତ ହୋଇଯିବେ ଦରିଦ୍ର

ମନୁଷ୍ୟ ପାଇଁ ନିଜ ଘର ମନ୍ଦିର ତୁଲ୍ୟ ହୋଇଥାଏ । ଯେକୌଣସି ଇଟା ପଥରରେ ତିଆରି ସ୍ଥାନକୁ କେବେବି ଘରର ଆଖ୍ୟା ଦିଆଯାଇ ପାରିବ ନାହିଁ । ଘରକୁ ପବିତ୍ର କରିବା ପାଇଁ ମନୁଷ୍ୟ ତିଆରି ଆରମ୍ଭ ପାଖରୁ ଶେଷ ପର୍ଯ୍ୟନ୍ତ ବାସ୍ତୁ ଉପରେ ନିର୍ଭର କରିଥାଏ । ଅତି ଛୋଟରୁ ଛୋଟ କାମ ବାସ୍ତୁ ସମୟ ଏବଂ କାଳ ଦେଖି କରିଥାଏ । ଘରେ ଯେପରି ସବୁ ଦେବଦେବୀ ବାସ କରିବେ ଏବଂ ଆଶୀର୍ବାଦ କରିବେ ସେଥିପାଇଁ ନାନା ପ୍ରକାରର ଉପାୟ ମଧ୍ୟ କରନ୍ତି । କିନ୍ତୁ ଯଦି ଘରେ ନକରାତ୍ମକତା ବଢ଼ିଯାଏ ତେବେ ମାତା ଲକ୍ଷ୍ମୀ ତୁରନ୍ତ ସେହି ଘର ଛାଡ଼ି ଚାଲି ଯାଆନ୍ତି । କାରଣ ଶାସ୍ତ୍ରରେ ମଧ୍ୟ ମାତା ଲକ୍ଷ୍ମୀଙ୍କୁ ଚଞ୍ଚଳା କୁହାଯାଇଛି ।

ଘରର ମନ୍ଦିରରେ ଭିନ୍ନ ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଥାଏ ।

୧ . ଗଣେଶ ମୂର୍ତ୍ତି :-

ଘର ମନ୍ଦିରରେ ଗଣେଶଙ୍କ ମୂର୍ତ୍ତି ରହିବା ନିତାନ୍ତ ଆବଶ୍ୟକ ଅଟେ । ସବୁ ଦେବୀଙ୍କ ମଧ୍ୟରେ ପ୍ରଥମେ ଗଣେଶଙ୍କୁ ପୂଜା କରିବାର ନିୟମ ରହିଛି । ଗଣେଶଙ୍କୁ ବର ମିଳିଥିଲା ଯେ ତାଙ୍କ ପୂଜା ନହେବା ପର୍ଯ୍ୟନ୍ତ ଆଉ କୌଣସି ଦେବଦେବୀ ପୂଜା ପାଇପାରିବେ ନାହିଁ । ତେଣୁ ଘରର ମନ୍ଦିରରେ ଗଣେଶ ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ ।

୨ . ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି :-

ମାତା ଲକ୍ଷ୍ମୀ ଧନର ଦେବୀ ହୋଇଥାନ୍ତି । ଘରେ ସୁଖ ସମୃଦ୍ଧି ଏବଂ ପ୍ରଗତି ପାଇଁ ଘର ମନ୍ଦିରରେ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖି ପୂଜା କରିବା ନିତାନ୍ତ ଜରୁରୀ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସବୁବେଳେ ଘର ଉପରେ ଘରେ ତାଙ୍କର ସ୍ଥାୟୀ ବାସ ହୋଇଥାଏ।

୩ . ଘରର ମନ୍ଦିରରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କ ମୂର୍ତ୍ତି ରଖିବା ଉଚିତ । ଘରେ ଶିବଲିଙ୍ଗ ରଖି ତାହାକୁ ପ୍ରତ୍ୟେକ ଦିନ କ୍ଷୀର ରେ ଅଭିଷେକ କରିବା ଉଚିତ । ଏହାଦ୍ବାରା ଭଗବାନ ବିଷ୍ଣୁଙ୍କର କରୁଣା ଘର ଉପରେ ନିଶ୍ଚୟ ରହିଥାଏ ।

୪ . ଘରେ ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ରଖି ପୂଜା କରିବା ଖୁବ ଶୁଭ ଅଟେ । ବିଦ୍ୟାର୍ଥୀ ମାନେ ଏପରି କରିବା ଦ୍ୱାରା ମାତା ସରସ୍ୱତୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ ଏବଂ ବିଦ୍ୟା କ୍ଷେତ୍ରରେ ସେମାନେ କେବେବି ଅସଫଳ ହୁଅନ୍ତି ନାହିଁ ।

୫ . ଘରକୁ କୌଣସି ନକରାତ୍ମକ କିମ୍ବା ଖରାପ ଶକ୍ତି ଠାରୁ ମୁକ୍ତ କରିବା ପାଇଁ ଘରେ ହନୁମାନଙ୍କ ମୂର୍ତ୍ତି ରଖିବା ଉଚିତ । ଏହାଦ୍ବାରା ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତିର ପ୍ରବେଶ ହୁଏନାହିଁ । ଏହାବ୍ୟତୀତ ଘରର କୂଳଦେବତାଙ୍କ ମୂର୍ତ୍ତି ମଧ୍ୟ ରଖିବା ଉଚିତ ।

ଘରେ ଭୁଲରେବି ଏପରି କାମ କରନ୍ତୁ ନାହିଁ ।

ଘରକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ । ଏଥିପାଇଁ ଘରକୁ ଝାଡ଼ୁ ମାରିବା ଏବଂ ସମୟ ସମୟରେ ପୋଛା ମଧ୍ୟ ଲଗାଇବା ଉଚିତ । ଘର ମଧ୍ୟରେ ଛେପ ପକାଇବା ବର୍ଜିତ ଅଟେ । ନଚେତ ଘରୁ ମାତା ଲକ୍ଷ୍ମୀ ପଳାଇ ଯାଆନ୍ତି । ଘର ମଧ୍ୟକୁ ପ୍ରବେଶ କରିବା ସମୟରେ ନିଶ୍ଚିତ ଭାବରେ ଗୋଡ଼ ହାତ ଧୋଇ ପ୍ରବେଶ କରନ୍ତୁ ନଚେତ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଘରେ କୌଣସି ଅନୁଚିତ କାର୍ଯ୍ୟ ଯେପରି ଆମିଷ ଭକ୍ଷଣ ଏବଂ ମଦ ସେବନ କରିବା ଉଚିତ ନୁହେଁ । ଘରେ ବୁଢିଆଣି ଜାଲ ଥିଲେ ତାହାକୁ ମଧ୍ୟ ତୁରନ୍ତ ହଟାଇ ଦିଅନ୍ତୁ । ନଚେତ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଘର ଛାଡ଼ି ଚାଲିଯିବେ ।

ଘରେ ଭଙ୍ଗା ଆଇନା ଆଦୋୖ ରଖିବା ଉଚିତ ନୁହେଁ । ଯାହା ଅଶୁଭ ହୋଇଥାଏ । ଏହାବ୍ୟତୀତ ଘରେ ଦେବଦେବୀଙ୍କ ମୂର୍ତ୍ତି କିମ୍ବା ଫୋଟ ଉପରେ ଘରର ମୃତ ପରିଜନଙ୍କ ଫୋଟ ଲଗାଇବା ଉଚିତ ନୁହେଁ । ତାହାକୁ ଦକ୍ଷିଣ ଦିଗରେ ହିଁ ରଖନ୍ତୁ ।

ଘରେ ଭୁଲରେବି ଏହି ଦେବୀଙ୍କ ନାମ ନିଅନ୍ତୁ ନାହିଁ :-

୧ . ଘରର ସୁଖ ସମୃଦ୍ଧିର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ମାତ୍ର ଅଲକ୍ଷ୍ମୀ ଘରକୁ ନକରାତ୍ମକ ଏବଂ ଦୁର୍ଭାଗ୍ୟ ନେଇ ଆସନ୍ତି । ତେଣୁ ଘରକୁ କୌଣସି ଜିନିଷର ପ୍ରବେଶ ଅଲକ୍ଷ୍ମୀ ନାମ ନେଇ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥ୍ୟଏ । ତେଣୁ ଘରକୁ ଯେପରି ଅଲକ୍ଷ୍ମୀର ପ୍ରବେଶ ନହେବ ସେଥିପାଇଁ ଘରର ମୁଖ୍ୟଦ୍ୱାରରେ ଲେମ୍ବୁ ନିଶ୍ଚୟ ଲଗାନ୍ତୁ ।

୨ . ଘରର ସଦସ୍ୟଙ୍କୁ କେବେବି ପରସ୍ପରକୁ ଏଣୁତେଣୁ କହିବା ଉଚିତ ନୁହେଁ । କୌଣସି ବ୍ୟକ୍ତିଙ୍କ ମୃତ୍ୟୁର କାମନା ମଧ୍ୟ କରିବା ଉଚିତ ନୁହେଁ ।ଯେଉଁଘରର ସଦସ୍ୟ ସର୍ବଦା ଅନ୍ୟକୁ ଖରାପ କହିବା କିମ୍ବା ପରସ୍ପର ମଧ୍ୟରେ କଳହ କରନ୍ତି ସେହି ଘରେ ଦେବୀ ଲକ୍ଷ୍ମୀ ରହନ୍ତି ନାହିଁ । ଘରେ ଦେବଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଧୂପ ଜଳାଇବା , ମଧୁର ସଙ୍ଗୀତ ବଜାଇବା ଏବଂ ଗୁରୁଜନଙ୍କ ସେବା କରିବା ଉଚିତ ।

୩ . ଅନେକ ଘରେ ଦେବଦେବୀଙ୍କ ପୂଜା ସତ୍ତ୍ୱେ ବି ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇପାରେ ନାହିଁ । ଏପରି ନହେବାର ମୂଳ କାରଣ ହେଉଛି ଠିକ ଭାବରେ ପୂଜା କରିବା । ଆମ ଶାସ୍ତ୍ରରେ ବର୍ଣ୍ଣିତ ନିୟମ ଅନୁଯାୟୀ ପୂଜା ନକଲେ ଦେବଦେବୀ ପ୍ରସନ୍ନ ହୁଅନ୍ତି ନାହିଁ । ପ୍ରଥମ ନିୟମ ଅନୁଯାୟୀ ଘରର ପୂଜା ଘରକୁ ସବୁବେଳେ ପରିଷ୍କାର ରଖିବା ଉଚିତ କାରଣ ଏହା ସବୁବେଳେ ସକାରାତ୍ମକତା ଆଣିଥାଏ । ପୂଜା କରିବା ସମୟରେ ଏକ ସ୍ୱତନ୍ତ୍ର ଆସନରେ ବସି ପୂଜା କରିବା ଉଚିତ । ଏହାବ୍ୟତୀତ ଜପ କରିବା ପାଇଁ ନିଜର ହିଁ ମାଳା ବ୍ୟବହାର କରନ୍ତୁ । ଅନ୍ୟ କାହାରି ମାଳା ବ୍ୟବହାର କଲେ ଜପର ଫଳ ପ୍ରାପ୍ତି ହୁଏନାହିଁ ।

୪ . ପ୍ରତ୍ୟେକ ଦିନ ସମାନ ସମୟରେ ପୂଜା କରନ୍ତୁ । ପୂଜା ସମୟରେ କପଡ଼ାରେ ମୁଣ୍ଡକୁ ଘୋଡ଼ାଇ ରଖନ୍ତୁ । ଏହାଦ୍ବାରା କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ ଏବଂ ପୂଜା ବିନା କୌଣସି ବିଘ୍ନରେ ସମ୍ପନ୍ନ ହେବ । ପୂଜାପରେ ଦେବଦେବୀଙ୍କ ପାଦକୁ ଦୁଇ ହାତରେ ଛୁଇଁବା ଉଚିତ । କେବଳ ପୁରୁଷ ମାନେ ହିଁ ସାଷ୍ଟାଙ୍ଗ ପ୍ରଣାମ କରିବା ଉଚିତ । କିନ୍ତୁ ମହିଳା ମାନେ ଏପରି କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *