ତୁଳସୀ ଗଛ ପାଖରେ ଏହି ଗଛ ଲଗାଇଲେ ଦୂରେଇ ଯାଏ ଦାରିଦ୍ର୍ୟତା , ନିଶ୍ଚିତ ଜାଣି ରଖନ୍ତୁ :-

ଆମ ହିନ୍ଦୁ ଧର୍ମ ଅନୁସାରେ ପ୍ରାୟ ସବୁ ଘରେ ଅତିକମରେ ଗୋଟିଏ ତୁଳସୀ ଚଉରା ରହିବା ନିହାତି ଆବଶ୍ୟକ । ଏପରି କୁହାଯାଏ ଯେ ତୁଳସୀ ଗଛ ଅଖପାଖରେ ନକରାତ୍ମକ ଶକ୍ତି ରହେ ନାହିଁ । ଯେଉମ ଘରର ମହିଳା ମାନେ ପ୍ରତ୍ୟେକ ଦିନ ତୁଳସୀରେ ଜଳ ଅର୍ପଣ କରନ୍ତି ସେମାନଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ତୁଳସୀର ସବୁଠାରୁ ଅଧିକ ମହତ୍ତ୍ୱ ରହିଛି । ସେହିପରି ବିଜ୍ଞାନରେ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ତୁଳସୀ ଗଛର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ତୁଳସୀ ଗଛ ନକରାତ୍ମକତାକୁ ନାଶ କରିବା ସହିତ ସକାରାତ୍ମକ ଶକ୍ତିକୁ ମଧ୍ୟ ବଢ଼ାଇ ଥାଏ । କିନ୍ତୁ ବାସ୍ତୁ ଅନୁଯାୟୀ ତୁଳସୀ ଗଛକୁ ଠିକ ଦିଗ ଏବଂ ସ୍ଥାନରେ ଲଗାଇଲେ ହିଁ ଏହାର ଖୁବ ଭଲ ଉପକାର ପ୍ରାପ୍ତ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ତୁଳସୀ ଗଛ ଲଗାଇବାର ଠିକ ସ୍ଥାନ ଏବଂ ତୁଳସୀ ଗଛ ପାଖରେ କେଉଁ ଗଛ ଲଗାଇବା ଭଲ ଏବଂ କେଉଁ ଗଛ ଲଗାଇବା ଭଲ ନୁହେଁ ସେହି ବିଷୟରେ କହିବୁ ।

୧ . ତୁଳସୀ ଗଛକୁ ସବୁବେଳେ ଉତ୍ତର ଏବଂ ଉତ୍ତରପୂର୍ବ ଦିଗରେ ଲଗାଇବା ଉଚିତ । କାରଣ ଏହି ଦିଗ ଜଳର ଦିଗ ହୋଇଥାଏ । ତେଣୁ ତୁଳସୀ ଗଛ ସବୁବେଳେ ସବୁଜ ଏବଂ ସୁନ୍ଦର ଦେଖାଯାଏ । ଯାହାକି ଖୁବ ଶୁଭ ଅଟେ । ଏହି ଦିଗରେ ଗଛ ଲଗାଇଲେ ଘରକୁ ସୁଖ ସମୃଦ୍ଧି ଏବଂ ଖୁସି ଆସିଥାଏ ।

୨ . ତୁଳସୀ ଗଛର ଖାସ ଧ୍ୟାନ ରଖିବା ଉଚିତ । ଯଦି ତୁଳସୀ ଗଛ କୌଣସି କାରଣରୁ ଶୁଖିଯାଏ କିମ୍ବା ମରିଯାଏ ତେବେ ଘର ଉପରକୁ ବଡ଼ ବିପଦ ଆସିଥାଏ । ତେଣୁ ତୁଳସୀ ଗଛର ଖାସ ଧ୍ୟାନ ନେବା ଆବଶ୍ୟକ ।

୩ . ଭୁଲରେବି ଦକ୍ଷିଣ ପୂର୍ବ ଦିଗରେ ତୁଳସୀ ଗଛ ଲଗାନ୍ତୁ ନାହିଁ କାରଣ ଏହି ଦିଗ ଅଗ୍ନିଙ୍କ ଦିଗ ଅଟେ । ଏହି ଦିଗରେ ତୁଳସୀ ଗଛ ଲଗାଇଲେ ଗଛ ଶୁଖି ମରିଯାଏ ।

୪ . ତୁଳସୀ ଗଛକୁ ସିଧାସଳଖ ମାଟିରେ ଲଗାଇବା ଉଚିତ ନୁହେଁ । ବରଂ ଏହାକୁ ଚଉରା କରି କିମ୍ବା କୌଣସି ବଡ଼ ଗାମଲାରେ ଲଗାଇବା ଉଚିତ । ଏହାଦ୍ବାରା ତୁଳସୀ ଗଛର ଭଲଭାବରେ ଧ୍ୟାନ ନେଇହୁଏ ଏବଂ ପୂଜା ମଧ୍ୟ କରିହୁଏ

୫ . ଘରେ ତୁଳସୀ ଗଛ ରଖିଲେ ପ୍ରତ୍ୟେକ ଦିନ ସକାଳୁ ତୁଳସୀରେ ଜଳ ଅର୍ପଣ କରିବା ଉଚିତ ଏବଂ ତାସହିତ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଏକ ଦୀପ ଜଳାଇବା ଉଚିତ । ଯଦି ଆପଣ ଏପରି ନକରନ୍ତି ତେବେ ମାତା ତୁଳସୀ କ୍ରୋଧିତ ହେବେ । ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଘରୁ ଚାଲିଯିବେ ।

୬ .ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ପାଖରେ ଭୁଲରେ ବି ଆବର୍ଜନା କିମ୍ବା ଜୋତା ଚପଲ ରଖିବା ଉଚିତ ନୁହେଁ । ଏହାଦ୍ବାରା ନକରାତ୍ମକତା ବଢ଼ିଥାଏ । ଯେଉଁଠି ବାତାବରଣ ଏପରି ଅଶୁଦ୍ଧ ଥାଏ ସେଠାରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ । ତେଣୁ ତୁଳସୀ ଗଛ ପାଖରେ ସବୁବେଳେ ସ୍ୱଚ୍ଛତା ରଖନ୍ତୁ ।

୭ . ବାସ୍ତୁ ଅନୁସାରେ ଘରେ ଯଦି ତୁଳସୀ ଗଛ ଲଗାଉଛନ୍ତି ତେବେ ତାହା ବିଷମ ସଂଖ୍ୟାରେ ଲଗାନ୍ତୁ । ଏହାସହିତ ତୁଳସୀ ଗଛ ପାଖରେ କୌଣସି କଣ୍ଟାଜାତୀୟ ବୃକ୍ଷ ଯେପରିକି କାକଟସ ଲଗାଇବା ଆଦୌ ଉଚିତ ନୁହେଁ । ନଚେତ ଏହାର ନକରାତ୍ମକ ପ୍ରଭାବ ତୁଳସୀ ଗଛ ଉପରେ ପଡ଼ିଥାଏ ।

୮ . ତୁଳସୀ ଗଛ ପାଖରେ ନିଶ୍ଚିତ ଭାବରେ କଦଳୀ ଗଛ ଲଗାନ୍ତୁ । କାରଣ କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ ଏବଂ ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ଏହି ଦୁଇଟି ଗଛ ପାଖରେ ରହିବା ଦ୍ୱାରା ଘରକୁ ସକାରାତ୍ମକତା ପ୍ରବେଶ କରିଥାଏ ଏବଂ ଘରକୁ ଧନ ସମ୍ପତ୍ତି ଆସିବା ସହିତ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ଆର୍ଥିକ ସମସ୍ୟା ମଧ୍ୟ ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *