ଘରର କାନ୍ଥରେ ଭୁଲରେବି ଲଗାନ୍ତୁ ନାହିଁ ଏହି ରଙ୍ଗ ନଚେତ ମସ୍ତିଷ୍କ ଉପରେ ପଡ଼ିଥାଏ ଏପରି ପ୍ରଭାବ

ଭିନ୍ନ ଭିନ୍ନ ରଙ୍ଗର ମନୁଷ୍ୟ ଜୀବନରେ ଅନେକ ଅର୍ଥ ଥାଏ ଏବଂ ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ଥାଏ । ଏହି ରଙ୍ଗ ଦ୍ୱାରା ହିଁ ମଣିଷ ଠିକ ଭୁଲ ଜାଣିପାରେ । ରଙ୍ଗ ଠାରୁ ମଧ୍ୟ ସକାରାତ୍ମକ ଏବଂ ନକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ତେଣୁ ଆମ ଘରର କାନ୍ଥରେ ରଙ୍ଗ ଲଗାଇବା ସମୟରେ ଏହା ନିହାତି ଜାଣିନେବା ଉଚିତ ଯେ କେଉଁଠି କେଉଁ କାନ୍ଥରେ କେଉଁ ରଙ୍ଗ ଲଗାଇଲେ ଭଲ ହେବ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମ ଘରର ଯେଉଁ ରୁମକୁ ଯାଉ ସେଠାରେ ଥିବା ସବୁ ଜିନିଷକୁ ଦେଖି ଅନେକ କିଛି ବିଚାର କରୁ । ଯେମିତି ରୋଷେଇ ଘରକୁ ଗଲେ ଖାଇବା ସମ୍ବନ୍ଧୀୟ ବିଚାର ଆସିବ । ବେଡ଼ରୁମକୁ ଗଲେ ଶୟନ କରିବାକୁ ଏବଂ ଅଧ୍ୟୟନ କକ୍ଷକୁ ଗଲେ ଅଧ୍ୟୟନ କରିବାକୁ ଇଚ୍ଛା ହୋଇଥାଏ ।

ପୂଜା ଘରକୁ ଗଲେ ଈଶ୍ୱରଙ୍କ ଭାବନା ଆସିଥାଏ । କିନ୍ତୁ ଏସବୁ ବିଚାର ଭାବନା ସେତେବେଳେ ଆସିଥାଏ ଯେତେବେଳେ ସେଠାକାର ବାତାବରଣ ଉପଯୁକ୍ତ ହୋଇଥାଏ । ଯଦି ସେହି ସ୍ଥାନରେ ଉପଯୁକ୍ତ ରଙ୍ଗରେ ରଙ୍ଗ କରାଯାଏ ତେବେ ନିଶ୍ଚିତ ଭାବରେ ଏହାର ଶୁଭ ପରିଣାମ ପ୍ରାପ୍ତ ହେବ । ବାସ୍ତୁ ଶାସ୍ତ୍ର ଅନୁସାରେ ଅଲଗା ଅଲଗା ରଙ୍ଗ ଆମ ମନରେ ଭିନ୍ନ ଭିନ୍ନ ପ୍ରଭାବ ପକାଇ ଥାଏ । ଯେମିତିକି ଗାଢ଼ ରଙ୍ଗ ଦ୍ୱାରା ଆମ ସ୍ୱଭାବ କ୍ରୋଧିତ ହୋଇଯାଏ । ପୁଣି କିଛି ଫିକା ରଙ୍ଗ ଦ୍ୱାରା ଘରର ବାତାବରଣ ଶୋକ ପୂର୍ଣ୍ଣ ହୋଇଯାଏ । ରଙ୍ଗ ନା କେବଳ ଆମ ମନକୁ ଶାନ୍ତି ଦେଇଥାଏ ବରଂ ମନ ବିଚାର ଉପରେ ଖୁବ ଭଲ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଘରର କାନ୍ଥରେ ଦିଗ ଅନୁଯାୟୀ ରଙ୍ଗ ଲଗାନ୍ତି ତେବେ ଆପଣଙ୍କୁ ଜୀବନରେ ଖୁବ କମ କଠିନତାର ସାମ୍ନା କରିବାକୁ ପଡିଥାଏ । ତେଣୁ ବାସ୍ତୁ ଅନୁଯାୟୀ କେଉଁ ଦିଗରେ କେଉଁ ରଙ୍ଗ ଲଗାଇବା ଉତ୍ତମ ହୋଇଥାଏ ଚାଲନ୍ତୁ ଜାଣିନେବା ।

୧ . ଉତ୍ତର ପଶ୍ଚିମ ଦିଗରେ ଘରର ସବୁଠାରୁ ବଡ଼ ରୁମ ରହିବା ଆବଶ୍ୟକ । ଯାହାକୁ ଆମେ ମାଷ୍ଟର ବେଡ଼ରୁମ କହିଥାଉ । ଏହାଘରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ରୁମ ଅଟେ । କୌଣସି ଘରର ବଡ଼ ରୁମ ଘରର ମୁଖ୍ୟଙ୍କୁ କିମ୍ବା ବୟସ୍କଙ୍କୁ ଦିଆଯାଏ । ଏବଂ ଏହିଠାରୁ ଦାମ୍ପତ୍ୟ ଜୀବନର ମଧ୍ୟ ଆରମ୍ଭ ହୋଇଥାଏ । ଏହି ରୁମରେ ସର୍ବଦା ମାଟି ସହିତ ଜଡ଼ିତ ରଙ୍ଗ ଲଗାଇବା ଉଚିତ । ଯେମିତିକି ହାଲୁକା ନାଲି , ହାଲୁକା ଗେରୁଆ ରଙ୍ଗ ଆଦି । ଏପରି ରଙ୍ଗ ଲଗାଇବା ଦ୍ୱାରା ବୃହଷ୍ପତି ମଜବୁତ ହୋଇଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢ଼ିଥାଏ । ମନେ ରଖନ୍ତୁ ଏହି ରୁମରେ କେବେବି ନୀଳ , ହଳଦିଆ କିମ୍ବା ଗାଢ଼ ରଙ୍ଗ ଆଦୌ ଲଗାଇବା ଉଚିତ ନୁହେଁ । ଏପରି ରଙ୍ଗ ଆପଣଙ୍କ ମନକୁ ବିଚଳିତ କରିପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବାଦ ବିବାଦ ହୋଇପାରେ ।

୨ . ପିଲାଙ୍କ ପାଇଁ ରୁମ ପଶ୍ଚିମ ଦିଗରେ ହେବା ଉଚିତ । ପିଲାଙ୍କ ଉନ୍ନତି ପାଇଁ ଆମକୁ ସେହି ରୁମରେ ଏପରି ରଙ୍ଗ ଲଗାଇବା ଉଚିତ ଯାହାକି ପିଲାଙ୍କ ମନକୁ ଶାନ୍ତ ରଖିବ ଏବଂ ସ୍ମରଣ ଶକ୍ତି ବଢ଼ାଇବ । ପିଲାଙ୍କ ରୁମରେ ହାଲୁକା ହଳଦିଆ , ପରପଲ କିମ୍ବା ହାଲୁକା ନୀଳ ରଙ୍ଗ ଲଗାଇବା ଉଚିତ । ଏହାଦ୍ବାରା ପାଠ ପଢ଼ିବା ସମୟରେ ବିଦ୍ୟାର୍ଥୀଙ୍କ ମନ ଶାନ୍ତ ରହେ । ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ ।

୩ . ଯଦି ଆପଣଙ୍କ ଘରର ବାହାର କାନ୍ଥ ଦକ୍ଷିଣ ଦିଗରେ ଅଛି ତେବେ ଘରର ସୁଖ ଶାନ୍ତି ପାଇଁ ଘରର ବାହାରର କାନ୍ଥରେ ନୀଳ ରଙ୍ଗ ଲଗାଇବା ଉଚିତ । ଏହି ରଙ୍ଗ ସମୃଦ୍ଧିର ରଙ୍ଗ ହୋଇଥାଏ । ଘର ବାହାର କାନ୍ଥରେ ନୀଳ , ହଳଦିଆ ଏବଂ ପିଚ ରଙ୍ଗ କିମ୍ବା ବାଇଗଣୀ ରଙ୍ଗମଧ୍ୟ ଲଗାଇ ପାରିବେ । ଏହି ରଙ୍ଗ ଅତି ଶୁଭ ରଙ୍ଗ ହୋଇଥାଏ ।

୪ . ଆମେ ଶୋଇବା ବେଳେ ମୁଣ୍ଡ ଘରର ସିଲିଂ ଦିଗରେ ରହିଥାଏ । ତେଣୁ ସିଲିଂଙ୍ଗର ରଂଗ ଖୁବ ମହତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଏହାକୁ ଭାବି ଚିନ୍ତା ଲଗାଇବା ଉଚିତ । ବାସ୍ତୁ ଅନୁଯାୟୀ ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇଥାଏ । ଏହାର ଅଧିକ ପ୍ରଭାବ ଆମ ମନ ଉପରେ ପଡ଼ିଥାଏ । ତେଣୁ ଘରର ସିଲିଂରେ ସବୁବେଳେ ଧଳା ରଙ୍ଗ ଲଗାଇବା ଉଚିତ ।

Leave a Reply

Your email address will not be published. Required fields are marked *