ଶନିବାର ଦିନ ଯଦି ଏହି ଗଛ ଦେଖୁଛନ୍ତି ତେବେ ଭୁଲରେବି ଛାଡ଼ନ୍ତୁ ନାହିଁ ଏବଂ ତୋଳି ନିଅନ୍ତୁ , ମାତ୍ର ୨୪ ଘଣ୍ଟା ମଧ୍ୟରେ ବଦଳିବ ଭାଗ୍ୟ

ଦୁନିଆରେ ଏପରି ଅନେକ ଗଛ ଅଛି ଯାହା ତାନ୍ତ୍ରିକ କାମରେ ଲାଗିଥାଏ । ଆଜି ଆମେ ଆପଣଙ୍କୁ କିଛି ଗଛ ବିଷୟରେ କହିବୁ ଯାହାକି ମନସ୍କାମନା ପୂର୍ତ୍ତି କରିଥାଏ । ସେହି ଗଛ ଗଣେଶଙ୍କର କିମ୍ୱା ମହାଦେବ ଶିବଙ୍କର ସବୁଠାରୁ ପସନ୍ଦର ଗଛ ଅଟେ । ଅରଖ ଗଛ ମଧ୍ୟ ଶିବଙ୍କର ଖୁବ ପ୍ରିୟ । ତେଣୁ ଅରଖ ପତ୍ର , ଅରଖ ଫୁଲ ଏବଂ ମୂଳ ଏବଂ ଅରଖ କ୍ଷୀରରୁ ମଧ୍ୟ ବଶିକରଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ୩ ଟି ପ୍ରୟୋଗ ବିଷୟରେ କହିବୁ ଯାହାକୁ ଆପଣ ନିଜ ଶତ୍ରୁ ଉପରେ ପ୍ରୟୋଗ କରି ପାରିବେ । ଯଦି ପ୍ରେମିକ ଏବଂ ପ୍ରେମିକାଙ୍କ ମଧ୍ୟରେ ରିଲେଶନରେ ସମସ୍ୟା ଥାଏ ତେବେ ତାହାର ସମାଧାନ ମଧ୍ୟ ହୋଇଯିବ । ଏହାବ୍ୟତୀତ ଚାକିରୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ ।

୧ . ଗୋଟିଏ ସୁପାରି , ଗୋଟିଏ ମୁଦ୍ରା ଏବଂ ଜଳ ନେଇ ଧଳା ଅରଖ ଗଛ ମୂଳରେ ଜଳ ଅର୍ପଣ କରି ନିଜ ପରିଚୟ ଦେଇ ନିମନ୍ତ୍ରଣ ଦିଅନ୍ତୁ ଯେ ଆପଣ କେଉଁ ସମସ୍ୟା କାରଣରୁ ପ୍ରୟୋଗ କରିବାକୁ ଯାଉଛନ୍ତି । ସାଧରଣତଃ ଶନିବାର ଦିନ ହିଁ କୌଣସି ପ୍ରୟୋଗ କରିବା ଭଲ ହୋଇଥାଏ । ତେଣୁ ଶୁକ୍ରବାର ଦିନ ନିମନ୍ତ୍ରଣ କରନ୍ତୁ । ଘର ସାମ୍ନାରେ ଅରଖ ଗଛ ରହିଲେ ତାହା ଅତ୍ୟନ୍ତ ଭଲ ହୋଇଥାଏ । କୌଣସି ତନ୍ତ୍ର ମନ୍ତ୍ର କାମ କରି ନଥାଏ । ତେଣୁ ଘର ସାମନାରେ ଏକ ଅରଖ ଗଛ ନିଶ୍ଚୟ ଲଗାନ୍ତୁ । ତେଣୁ ନିମନ୍ତ୍ରଣ କରିବାର ଆଗାମୀ ଦିନ ଯାଇ ଫୁଲ ସହିତ ଲାଗିଥିବା ପତ୍ରକୁ ଛିଡ଼ାଇ ଆଣନ୍ତୁ । ତାପରେ ପାଖରେ କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ଥିବା ସିନ୍ଦୁର ନେଇ ପତ୍ରରେ ବଶିକରଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ନାମ ଲେଖନ୍ତୁ । ପତ୍ର ମଧ୍ୟରେ ଫୁଲକୁ ରଖି ଏକ ମୋୖଲି ସୂତାରେ ବାନ୍ଧି ଦିଅନ୍ତୁ । ଏହାପରେ କୌଣସି ଏକ ସ୍ଥାନରେ ମାଟିରେ ପୋତି ଦିଅନ୍ତୁ । ଏହା ପ୍ରଚଣ୍ଡ ବଶିକରଣ ଅଟେ ।

୨ . ଯଦି କୌଣସି ଶତ୍ରୁ ଆପଣଙ୍କୁ ବହୁତ ହଇରାଣ କରୁଛି ତେବେ ପ୍ରଥମେ ବଶିକରଣ ଉପାୟ କରିବାର ପୂର୍ବ ଦିନ ଅରଖ ଗଛରେ ନିମନ୍ତ୍ରଣ ଦେଇ ଆସନ୍ତୁ । ତାପରେ ଆଗାମୀ ଦିନ ଯାଇ ଅରଖ ପତ୍ର ଉପରେ ଅରଖ କ୍ଷୀରରେ ଉକ୍ତ ଶତ୍ରୁର ନାମ ଲେଖନ୍ତୁ ଏବଂ ମାଟି ତଳେ ପୋତି ଦିଅନ୍ତୁ । ଏହାଦ୍ବାରା ଶତ୍ରୁ ବଶ ହୋଇଯିବ । ସାଧରଣତଃ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ତିଥିରେ ଏହି ପ୍ରୟୋଗ କଲେ ଏହାର ଫଳ ନିଶ୍ଚୟ ମିଳିଥାଏ ।

୩ . ଯଦି ଆପଣ ଅରଖ ଗଛର ମୂଳକୁ ତାବିଜରେ ପୁରାଇ କଳା ସୂତାରେ ବେକରେ କିମ୍ବା ବାହୁରେ ଧାରଣ କରନ୍ତି ତେବେ କୌଣସି ତାନ୍ତ୍ରିକ ପ୍ରୟୋଗ ଆପଣଙ୍କ ଉପରେ କାମ କରିବ ନାହିଁ ।

୪ . ଯଦି ଚାକିରୀ କିମ୍ବା ବ୍ୟବସାୟରେ କେହି ବ୍ୟକ୍ତି ଆପଣଙ୍କୁ ହଇରାଣ କରୁଛନ୍ତି ତେବେ ଟିକିଏ ଅରଖ ମୂଳ ଆଣି ପେଶୀ ଦିଅନ୍ତୁ ଏବଂ ତାହାକୁ ଏକ ଅରଖ ପତ୍ରରେ ରଖି ଘିଅ ମିଶାଇ ତିଳକ କରନ୍ତୁ । ଏହି ତିଳକ କରି ଆପଣ ଯାହା ସାମ୍ନାକୁ ଯିବେ ସେହି ବ୍ୟକ୍ତିକୁ ବଶ କରି ପାରିବେ ।

Leave a Reply

Your email address will not be published. Required fields are marked *