ଗୁଡ଼କୁ ନେଇ କେବଳ ଗୋଟିଏ ପ୍ରୟୋଗ , କରିଥାଏ ସବୁ ସମସ୍ୟାର ସମାଧାନ , ହୋଇଥାଏ ଅଗଣିତ ଧନ ପ୍ରାପ୍ତି :-

ସାଧରଣତଃ ମଣିଷ ଜୀବନରେ ଅନେକ ସମସ୍ୟା ଆସିଥାଏ । ମାତ୍ର ଆଜି ଆମେ ଆପଣଙ୍କୁ ଗୁଡ଼ ପ୍ରୟୋଗ କରି ଏସବୁ ସମସ୍ୟାକୁ କିପରି ଜିତି ହେବ ସେହି ସମ୍ବନ୍ଧରେ କହିବୁ ।

୧ . ଯଦି ଆପଣଙ୍କୁ କୌଣସି ଦୁର୍ଘ-ଟଣାର ଭ-ୟ କିମ୍ବା ସମୟ ସମୟରେ ଛୋଟ ଛୋଟ ଦୁର୍ଘ-ଟଣା କାରଣରୁ ଶରୀରରେ ସାମାନ୍ୟ କ୍ଷ-ତ ହେବା ଭଳି ସମସ୍ୟା ରହୁଛି ତେବେ ଆଖପାଖ କୌଣସି ହନୁମାନ ମନ୍ଦିରରେ ଗୁଡ଼ ଭୋଗ ଭାବରେ ଚଢ଼ାନ୍ତୁ ଏବଂ ହନୁମାନ ଚାଲିଶା ପାଠ କରନ୍ତୁ । ଏହା ସହିତ ହନୁମାନଙ୍କୁ ଆପଣଙ୍କ ଦୋ-ଷ କ୍ଷମା କରିବାକୁ ପ୍ରାର୍ଥନା କରନ୍ତୁ । କାରଣ ଏପରି ଛୋଟ ଛୋଟ ଦୁର୍ଘଟଣା ମଙ୍ଗଳ ଭାରି ଥିବା କାରଣରୁ ହୋଇଥାଏ । ଏପରି ଉପାୟ କରିଲେ ସମସ୍ୟା ଦୂର ହୋଇଯିବ ।

୨ . ସମୟ ସମୟରେ ଏପରି ହୋଇଥାଏ ଯେ ଆପଣଙ୍କ ଜାତକରେ ଶନି ନିଚ୍ଚ ସ୍ଥାନକୁ ଚାଲିଯାଏ । ତେଣୁ ଏପରି ସ୍ଥିତିରେ ପ୍ରତିଦିନ ସକାଳ ସମୟରେ ଗୁଡ଼ ସେବନ କରନ୍ତୁ କିମ୍ବା ଗହମ ସହିତ ଗୁଡ଼ ନେଇ ପାଖ କୌଣସି ମନ୍ଦିର କିମ୍ବା ଅଶ୍ୱତ୍ଥ ଗଛ ମୂଳରେ ରଖିଦିଅନ୍ତୁ । ଏପରି କଲେ ଶନିଙ୍କ ସ୍ଥିତି ଠିକ ହୋଇଯିବ ।

୩ . ଯଦି ଆପଣଙ୍କୁ ଗର ତିଆରି କରିବାରେ କୌଣସି ସମସ୍ୟା ଆସୁଛି ତେବେ ରବିବାର ଦିନ ଗାଈକୁ ଗୁଡ଼ ଖୁଆନ୍ତୁ । ଆଉ ଯଦି ଗାଈ ଆପଣଙ୍କ ହାତ ଚାଟି ଦେଉଛି ତେବେ ଏହାର ଅର୍ଥ ଖୁବଶୀଘ୍ର ଆପଣଙ୍କ ମନସ୍କାମନା ପୂରଣ ହେବ । ଏହାବ୍ୟତୀତ ଯଦି ଆପଣ ଶନିବାର ଦିନ ଶନି ମନ୍ଦିରରେ ଛାୟା ଦାନ କରନ୍ତି ତେବେ ସବୁ ସମସ୍ୟା ଦୂର ହୋଇଯିବ ।

୪ . ଯଦି ଆପଣ ସପ୍ତାହରେ କୌଣସି ଦିନ ନିଜ ଘର ସଫା କରୁଛନ୍ତି ତେବେ ପାଣିରେ ଲୁଣ କିମ୍ବା ଫିଟକିରି ମିଶାଇ ପୋଛନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।ଏହାବ୍ୟତୀତ କୌଣସି ଗୁରିବାର କିମ୍ବା ଶନିବାରରେ ଗୁଡ଼ର ସାତୋଟି ଛୋଟ ଛୋଟ ଗୁଳା କରି ହଳଦୀ ଗଣ୍ଠି ସହିତ ଏକ ହଳଦିଆ କପଡ଼ାରେ ବାନ୍ଧି କୌଣସି ରେଲୱେ ଲାଇନ କିମ୍ବା ରୋଡ଼ରେ ନିଜ ମନସ୍କାମନା କହି ଫୋପାଡ଼ି ଦିଅନ୍ତୁ । ଏହାଦ୍ବାରା ମଧ୍ୟ ଆପଣଙ୍କ ମନସ୍କାମନା ପୂରଣ ହେବ ।

୫ . ଯଦି ଆପଣଙ୍କର ନିଜ ଭାଇ ଭଉଣୀଙ୍କ ସହିତ ଭଲ ପଡ଼ୁନାହିଁ କିମ୍ବା ଚାକିରୀ ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ ରବିବାର ଏବଂ ମଙ୍ଗଳବାର ଦିନ ଅଳ୍ପ ଗୁଡ଼ ନେଇ ଏକ ଅଶ୍ୱତ୍ଥ ବୃକ୍ଷ ତଳେ ଦବାଇ ଦିଅନ୍ତୁ । ନଚେତ ପ୍ରତିଦିନ ପିମ୍ପୁଡ଼ିକୁ ଗୁଡ଼ ଖୁଆଇଲେ ଏହି ସମସ୍ୟା ଦୂର ହୋଇଯିବ ।

୬ . ଯଦି ଆପଣଙ୍କ ମନରେ କୌଣସି ଦୁର୍ଘଟଣା କିମ୍ବା ସର୍ଜରିର ଭୟ ଅଛି ତେବେ ତମ୍ବା ପାତ୍ରରେ ଗୁଡ଼ ରଖି ହନୁମାନଙ୍କ ମନ୍ଦିରରେ ଦାନ ଦିଅନ୍ତୁ । ସେହିଠାରେ ବସି ହନୁମାନ ଚାଲିଶାର ପାଠ କରନ୍ତୁ । ଏହି ଉପାୟ କିଛି ଦିନ ପର୍ଯ୍ୟନ୍ତ ଲଗାତାର କଲେ ସବୁ ସମସ୍ୟା କଟି ଯିବ । ଯଦି ଆପଣ ସବୁ କ୍ଷେତ୍ରରେ ମାନ ସମ୍ମାନ ଏବଂ ଚାକିରୀରେ କୌଣସି ସମସ୍ୟା ନହେଉ ବୋଲି ଚାହୁଁଛନ୍ତି ତେବେ ରବିବାର ଦିନ ଅଦା ଏବଂ ସୋରିଷ ତେଲର ସେବନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *