ସ୍ନାନ କରିବା ସମୟରେ ଭୁଲରେବି କରନ୍ତୁ ନାହିଁ ଏହି ତିନୋଟି କାମ ନଚେତ ହୋଇଯିବେ ବର୍ବାଦ :-

ଯଦି ଆପଣ ଧନହାନୀ ସମସ୍ୟାର ସାମ୍ନା କରୁଛନ୍ତି କିମ୍ବା ପାରିବାରିକ କଳହ ବିବାଦର ସାମ୍ନା କରୁଛନ୍ତି ତେବେ ତାହାର ଏକମାତ୍ର କାରଣ ହେଉଛି ଭୁଲ ଉପାୟରେ କରାଯାଉଥିବା ସ୍ନାନ । ମନୁଷ୍ୟ ସ୍ନାନ କରିବା ପରେ କିଛି ଏପରି କାମ କରିଥାଏ ଯାହାକୁ କରିବା ଆଦୋୖ ଉଚିତ ନୁହେଁ ।ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହିସବୁ ଭୁଲ ବିଷୟରେ କହିବୁ । ହିନ୍ଦୁ ଧର୍ମ ଅନୁସାରେ ମନୁଷ୍ୟର ସମ୍ପୂର୍ଣ୍ଣ ଦିନଚର୍ଯାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ହେଉଛି ସ୍ନାନ । ମନୁଷ୍ୟ ପ୍ରତ୍ୟେକ ଦିନ ଥରେ ନିଶ୍ଚିତ ସ୍ନାନ କରିବା ଉଚିତ । ଏହି ସ୍ନାନ କରିବା ସମୟରେ ହିଁ ଲୋକେ ଅନେକ ଭୁଲ କରିଥାନ୍ତି ।

୧ . ସାଧରଣତଃ ଲୋକେ ସ୍ନାନ କରିବା ପାଇଁ ବାଲ୍ଟିରେ ପାଣି ଭର୍ତ୍ତି କରିଥାନ୍ତି । ମାତ୍ର ସ୍ନାନ ପରେ ବାଲ୍ଟି ଏବଂ ମଗକୁ ସେମିତି ଛାଡ଼ି ଦିଅନ୍ତି । ବାଲ୍ଟିରେ ଅଧା ପାଣି ଭର୍ତ୍ତି ହୋଇ ସେମିତି ରହିଥାଏ । ଯାହାଦ୍ୱାରା ଅନ୍ୟ କେହି ବ୍ୟକ୍ତି ସ୍ନାନ କରିବାକୁ ଯାଇ ସେହି ପାଣିକୁ ବ୍ୟବହାର କରିଥାଏ । ଯାହାକି ଆଦୋୖ ଭଲ ହୋଇ ନଥାଏ । ତେଣୁ ସ୍ନାନ ପରେ ବାଲ୍ଟିରୁ ପାଣି ନିଗାଡ଼ି ତାହାକୁ ସମ୍ପୂର୍ଣ୍ଣ ଓଲଟା କରି ରଖିବା ଉଚିତ ।

କିନ୍ତୁ ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ସମେତ ଆପଣଙ୍କ ପରିବାର ଲୋକଙ୍କୁ ମଧ୍ୟ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ । ଏହାଦ୍ବାରା ପାଣି ମଧ୍ୟ ନଷ୍ଟ ହୋଇଥାଏ । ତେଣୁ ଏପରି ଆଦୋୖ କରନ୍ତୁ ନାହିଁ । କିମ୍ବା ଆପଣ ସ୍ନାନ ପାଇଁ ସାୱାର ମଧ୍ୟ ବ୍ୟବହାର କରିପାରିବେ । ଏହାଦ୍ବାରା ପାଣି କମ ଖର୍ଚ୍ଚ ହୋଇଥାଏ ଏବଂ ପରିବାର ସଦସ୍ୟଙ୍କୁ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡେନାହିଁ ।

୨ . ପୁରୁଷ କିମ୍ବା ମହିଳା ସ୍ନାନ କରି ସାରିବା ପରେ ନିଜ ଅନ୍ତବସ୍ତ୍ରକୁ ସେମିତି ବାଥରୁମରେ ଛାଡ଼ିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରକୁ ନକରାତ୍ମକତା ଆସିଥାଏ । ଏପରି କାମ ବିଶେଷ କରିଆ ରାତିରେ କରନ୍ତୁ ନାହିଁ । ଏହାବ୍ୟତୀତ ପୁରୁଷ କିମ୍ବା ମହିଳା ନିଜ ଅନ୍ତବସ୍ତ୍ର ନିଜେ ହିଁ ସଫା କରିବା ଉଚିତ । ଏହାକୁ ଯେମିତି ଅନ୍ୟ କେହି ସଫା ନକରନ୍ତି । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ ।

୩ . ସ୍ନାନ ସରିବା ପରେ ଅନେକ ବ୍ୟକ୍ତି ପୁଣିଥରେ ଗୋଡ଼ ଧୋଇଥାନ୍ତି । ଯାହା କରିବା ଆଦୋୖ ଉଚିତ ନୁହେଁ । ସ୍ନାନ ପରେ ମନ ଏବଂ ଶରୀର ପବିତ୍ର ହୋଇଯାଏ । ତେଣୁ ସ୍ନାନ ପରେ ଭଗବାନଙ୍କ ଆରାଧନା କରିବା ଉଚିତ । କିନ୍ତୁ ସ୍ନାନ ପରେ ପୁଣିଥରେ ଗୋଡ଼ ଧୋଇଲେ ଶରୀର ପୁଣିଥରେ ଅଶୁଦ୍ଧ ହୋଇଯାଏ । ଆମ ହିନ୍ଦୁ ଧର୍ମ ଅନୁଯାୟୀ ସ୍ନାନ ସମୟରେ ଗୋଡ଼ ଠାରୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ ସ୍ନାନ କରିବା ଉଚିତ । ତେଣୁ ସ୍ନାନ ପରେ ଆଃ ଭୁଲ କରନ୍ତୁ ନାହିଁ ।

୪ . ହିନ୍ଦୁ ଧର୍ମ ଅନୁଯାୟୀ ସ୍ନାନ ସମୟରେ ଭଗବାନଙ୍କ ମନ୍ତ୍ର ଉଚ୍ଚାରଣ କରିବା ଉଚିତ । ତେଣୁ ସ୍ନାନ ସମୟରେ ନିରବ ହୋଇ ସ୍ନାନ କରିବା ଉଚିତ ନୁହେଁ । କୌଣସି ନା କୌଣସି ଗାଇବା କିଂବା ଉଚ୍ଚାରଣ କରିବା ଉଚିତ ।

୫ . ସାଧରଣତଃ ମହିଳା ମାନେ ସ୍ନାନ କରି ସାରିବା ପରେ ସିନ୍ଦୁର ଲଗାଇଥାନ୍ତି । ମାତ୍ର କେଶ ଓଦା ଥିଲେ ସିନ୍ଦୁର ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ସ୍ୱାମୀଙ୍କ ଆୟୁଷ ଉପରେ ପ୍ରଭାବ ପଡ଼ିଥାଏ ଏବଂ ମହିଳାଙ୍କ ମନରେ ନକରାତ୍ମକ ଭାବନା ଜାଗ୍ରତ ହୋଇଥାଏ । ତେଣୁ ସ୍ନାନ କରିବାର କିଛି ସମୟ ପରେ ହିଁ ସିନ୍ଦୁର ଲଗାଇବା ଉଚିତ ।

୬ . ସ୍ନାନ କରିବା ପରେ ଦାଢ଼ି କାଟିବା କିମ୍ବା ନଖ କାଟିବା କାମ କରିବା ଉଚିତ ନୁହେଁ । କାରଣ ଏହି ସବୁ କାମ ଗାଧୋଇବା ପୂର୍ବରୁ କରାଯାଇଥାଏ । ନଚେତ ଏହାଦ୍ୱାରା ଶରୀର ଅଶୁଦ୍ଧ ହୋଇଯାଏ ।

୭ . ସ୍ନାନ କରିବା ପରେ ଅଗ୍ନିକୁ ଛୁଇଁବା ଉଚିତ ନୁହେଁ । ଖାଲି ପେଟରେ ଅଗ୍ନିକୁ ଛୁଇଁଲେ ତାହା ଅଶୁଭ ହୋଇଥାଏ । ତେଣୁ ସର୍ବପ୍ରଥମେ ସ୍ନାନ ପରେ କିଛି ଖାଇବା ପରେ ଅଗ୍ନି ଦେବଙ୍କୁ ପ୍ରଣାମ କରନ୍ତୁ ଏବଂ ତାପରେ ମାତା ଅନ୍ନପୂର୍ଣ୍ଣାଙ୍କୁ ପ୍ରଣାମ କରିବା ପରେ ହିଁ ଚୁଲିକୁ ଛୁଅନ୍ତୁ । ଏହାଦ୍ବାରା ଘର ପରିବାରରେ ସବୁକିଛି ମଙ୍ଗଳ ହେବ ।

୮ . ସ୍ନାନ ପରେ ତୁରନ୍ତ ଶୃଙ୍ଗାର କରିବା ଉଚିତ ନୁହେଁ । ତେଣୁ ପ୍ରଥମେ କେଶକୁ ଶୁଖାଇବା ପରେ ହିଁ ଶୃଙ୍ଗାର କରନ୍ତୁ । ଯାହାଦ୍ୱାରା ଆପଣଙ୍କୁ ଏହାର ଭଲ ଫଳ ମିଳିପାରିବ ।

୯ . କୌଣସି ନଦୀକୁ ସ୍ନାନ କରିବାକୁ ପ୍ରବେଶ କରିବା ସମୟରେ ପ୍ରଥମେ ନଦୀ ମାତାଙ୍କୁ ପ୍ରଣାମ କରିବା ଉଚିତ ଏବଂ ସ୍ନାନ ପରେ କିଛି ବୁନ୍ଦା ଜଳ ନିଶ୍ଚିତ ରୂପରେ ସୂର୍ଯ୍ୟଦେବଙ୍କୁ ଅର୍ପିତ କରିବା ଉଚିତ । ଏପରି ନକଲେ ଆପଣଙ୍କୁ ନଦୀ ସ୍ନାନର ପୁଣ୍ୟ ପାପ୍ତ ହେବ ନାହିଁ ।

୧୦ . ନଦୀ ସ୍ନାନ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ମାତ୍ର ଘରେ ସ୍ନାନ କରୁଥିଲେ ଦୁଇ ବୟସ୍କ ବ୍ୟକ୍ତି କେବେ ସାଥିରେ ସ୍ନାନ କରିବା ଉଚିତ ନୁହେଁ । ଏଥିପ୍ରତି ବିଶେଷ କରି ମହିଳା ମାନେ ଧ୍ୟାନ ଦେବା ଉଚିତ । ନଚେତ ସେମାନଙ୍କ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ଏହାଦ୍ବାରା ସେମାନଙ୍କ ଜୀବନରେ ନକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥାଏ ।

୧୧ . ନଦୀରେ ସ୍ନାନ କରିବା ସମୟରେ ବ୍ୟକ୍ତିକୁ ନିଜର ମୁଖ କେବେବି ଦକ୍ଷିଣ ଦିଗକୁ କରିବା ଉଚିତ ନୁହେଁ । କାରଣ ଏହା ପିତୃଙ୍କ ଦିଗ ଅଟେ । ଏପରି କଲେ ପିତୃ ଦୋଷର ପ୍ରଭାବ ପଡ଼ିଥାଏ । ତେଣୁ ଏପରି କରିବା ଉଚିତ ନୁହେଁ ।

୧୨ . ସୂର୍ଯ୍ୟାସ୍ତ ସମୟରେ କେବେବି ସ୍ନାନ କରିବା ଉଚିତ ନୁହେଁ । ନଚେତ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *