ବିବାହିତା ମହିଳା ସିନ୍ଦୁର ଲଗାଇବା ସମୟରେ ଜାଣି ନିଅନ୍ତୁ କିଛି ଖାସ ନିୟମ । ସ୍ମରଣ କରନ୍ତୁ ଏହି ଦେବୀଙ୍କୁ । ଦୂର ହେବ ଦାମ୍ପତ୍ୟ ଜୀବନର କଳହ ।

ବିବାହିତା ମହିଳା ପାଇଁ ସିନ୍ଦୁର ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ତାହାକୁ ଧାରଣ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଆଜିକା ସମୟରେ ଅନେକ ବିବାହିତା ମହିଳା ସିନ୍ଦୁର ନଲଗାଇ ଟିକିଲି ଲଗାଉଛନ୍ତି । ଅଚ୍ୟୁତାନନ୍ଦଙ୍କ ଅନୁଯାୟୀ ମଧ୍ୟ କଳିଯୁଗରେ ଅନେକ ବିବାହିତା ମହିଳା ସିନ୍ଦୁର ପରିବର୍ତ୍ତେ ଟିକିଲି ବ୍ୟବହାର କରିବେ ବୋଲି କହିଛନ୍ତି । ଯାହାକୁ ଅନେକ ସମୟରେ ମହିଳା ମାନେ ଏଣେତେଣେ ଲଗାଇ ତାହାର ଅପମାନ କରିଥାନ୍ତି । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ବିବାହିତା ମହିଳା କେଉଁ ଚାରୋଟି ସ୍ଥାନରେ ସିନ୍ଦୁର ଲଗାଇଲେ ଏବଂ ସିନ୍ଦୁର ଲଗାଇବା ସମୟରେ କେଉଁ ଚାରି ଦେବୀଙ୍କ ନାମ ନେଲେ ତାଙ୍କ ସ୍ୱାମୀର ମଙ୍ଗଳ ହୋଇଥାଏ ।

୧ . ଯେଉଁ ବିବାହିତା ମହିଳା ସିଂଥିରେ ସିନ୍ଦୁର ଲଗାଇବା ସମୟରେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରିଥାଏ ତାଙ୍କ ସ୍ୱାମୀଙ୍କୁ କେବେ ଆର୍ଥିକ ସମସ୍ୟା ହୁଏନାହିଁ । ତେଣୁ ବିବାହିତା ମହିଳା ସିଂଥିରେ ସିନ୍ଦୁର ନିଶ୍ଚୟ ଲଗାଇବା ଉଚିତ ଏବଂ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ସ୍ମରଣ କରିବା ଉଚିତ ।

୨ . ବିବାହିତା ମହିଳା କପାଳରେ ସିନ୍ଦୁର ଲଗାଇବା ସମୟରେ ମାତା ଚଣ୍ଡୀଙ୍କୁ ସ୍ମରଣ କରିବା ଉଚିତ ଏବଂ ନିଜ ସ୍ୱାମୀଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରାର୍ଥନା କରିବା ଉଚିତ ।

୩ . କଣ୍ଠରେ ସରସ୍ୱତୀ ବାସ କରନ୍ତି । ତେଣୁ ବିବାହିତା ମହିଳା କଣ୍ଠରେ ସିନ୍ଦୁର ଲଗାଇବା ସମୟରେ ମାତା ସରସ୍ୱତୀଙ୍କୁ ସ୍ମରଣ କରି ଏହି ପ୍ରାର୍ଥନା କରିବା ଉଚିତ ଯେ ଭୁଲରେବି କେମିତି ତାଙ୍କ କଣ୍ଠରୁ କିମ୍ବା ତାଙ୍କ ସ୍ୱାମୀଙ୍କ କଣ୍ଠରୁ କଟୁ କଥା ନବାହାରୁ । ତେଣୁ ବିବାହିତା ମହିଳା ସର୍ବଦା କଣ୍ଠରେ ସିନ୍ଦୁର ଲଗାଇବା ସମୟରେ ମାତା ସରସ୍ୱତୀଙ୍କୁ ସ୍ମରଣ କରିବା ଉଚିତ ।

୪ . ଶଙ୍ଖାରେ ମାତା ସାବିତ୍ରୀଙ୍କ ବାସ ହୋଇଥାଏ । ତେଣୁ ବିବାହିତା ମହିଳା ଶଙ୍ଖାରେ ସିନ୍ଦୁର ଲଗାଇବା ସମୟରେ ନିଜକୁ ମାତା ସାବିତ୍ରୀଙ୍କ ଭଳି ନିର୍ଭୀକ ଏବଂ କେଉଁଭଳି ସେ ନିଜ ସ୍ୱାମୀଙ୍କୁ ଯମପୁରରୁ ଫେରାଇ ଆଣିଥିଲେ ତାହା ପ୍ରାପ୍ତ କରିବାକୁ ପ୍ରାର୍ଥନା କରନ୍ତୁ ।

ତେଣୁ ଏହି ଚାରି ଦେବୀଙ୍କୁ ସିନ୍ଦୁର ଲଗାଇବା ସମୟରେ ସ୍ମରଣ କଲେ ଉତ୍ତମ ହୋଇଥାଏ । ଆଜିକାଲି ଅନେକ ବିବାହିତା ମହିଳା ସିଂଥିରେ ସିନ୍ଦୁର ଲଗାଉ ନାହାଁନ୍ତି । ନଚେତ ଏହାଦ୍ବାରା ନିଜ ସ୍ୱାମୀ ଏବଂ ପରିବାର ଉପରକୁ ଘୋର ବିପଦ ଆସିଥାଏ ।ଏହାବ୍ୟତୀତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉଚିତ ବୁଝାମଣା ରହିଲେ ଦାମ୍ପତ୍ୟ ଜୀବନରେ ମଧ୍ୟ କଳହ ରହିବ ନାହିଁ ।

Leave a Reply

Your email address will not be published. Required fields are marked *