ଭାଇ ଭଉଣୀ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ଅଟେ । ଆଉ ବର୍ଷରେ ଗୋଟିଏ ଏପରି ଦିନ ରହିଛି ଯେଉଁ ଦିନ ସମ୍ପୂର୍ଣ୍ଣ ଭାଇ ଭଉଣୀ ସମ୍ପର୍କକୁ ସ୍ୱତନ୍ତ୍ର କରିବା ପାଇଁ ଲୋକେ ଲାଗି ପଡ଼ନ୍ତି । ଆଉ ସେହିଦିନ ଜଣେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇକୁ ଜୀବନ ସାରା ନିଜ ଭଉଣୀର ରକ୍ଷା କରିବାକୁ ପ୍ରତିଜ୍ଞା କରାଇଥାଏ । ଏହିଦିନ ଉଭୟ ଭାଇ ଏବଂ ଭଉଣୀ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଚଳିତ ବର୍ଷ ଅଗଷ୍ଟ ମାସ ଅର୍ଥାତ ଚଳିତ ମାସ ମଧ୍ୟ ରକ୍ଷାବନ୍ଧନ ପର୍ବ ପାଳିତ ହେବାକୁ ଯାଉଛି । ଯାହାକି ଅଗଷ୍ଟ ୩୦ ଏବଂ ୩୧ ବୋଲି କୁହାଯାଉଛି । କିନ୍ତୁ ଲୋକେ ଦ୍ଵନ୍ଦରେ ଅଛନ୍ତି ଯେ ବାସ୍ତବରେ ୩୦ ନା ୩୧ କେଉଁ ଦିନ ରକ୍ଷା ବନ୍ଧନ ପାଳିତ ହେବ ।
କହିରଖିବୁ ଯେ ଭଦ୍ରା ହେଉଛନ୍ତି ଶନିଙ୍କର ଭଉଣୀ ଯିଏକି ନିଜର ଅହଂକାର କାରଣରୁ ବ୍ରହ୍ମାଙ୍କ ଦ୍ଵାରା ଅଭିଶାପ ପ୍ରାପ୍ତ ହୋଇଥିଲେ ଏବଂ ବ୍ରହ୍ମା କହିଥିଲେ ଯେ ଭଦ୍ରା କାଳରେ କୌଣସି ଶୁଭ କାର୍ଯ୍ୟ ହୋଇ ପାରିବ ନାହିଁ । ଏଭଳି ମାନ୍ୟତା ରହିଛି ଯେ ଭଦ୍ରା କାଳରେ ଭଉଣୀ ନିଜ ଭାଇକୁ ରାକ୍ଷୀ ବାନ୍ଧିଲେ ଭାଇର ଅକାଳ ମୃତ୍ୟୁ ହୋଇଥାଏ । ତ୍ରେତୟା ଯୁଗରେ ସୂର୍ପଣଖା ନିଜ ଭାଇ ରାବଣକୁ ମଧ୍ୟ ଏହି ଭଦ୍ରା କାଳରେ ରାକ୍ଷୀ ବାନ୍ଧିଥିଲା । ଯେଉଁ କାରଣରୁ ରାବଣର ଅନର୍ଥ ହୋଇଥିଲା । କିନ୍ତୁ କହିରଖିବୁ ଯେ ଚଳିତ ମାସ ଅଗଷ୍ଟ ୩୦ ପୂର୍ଣ୍ଣିମା ସହିତ ଭଦ୍ରା କାଳ ମଧ୍ୟ ରହିଛି । କିନ୍ତୁ ତାହା ମର୍ତ୍ତରେ ନୁହେଁ ବରଂ ପାତାଳରେ । ତେଣୁ ଭଦ୍ରା କାଳ ଏଠାରେ ପାଳିତ ହେବ ନାହିଁ ।
ପୂର୍ଣ୍ଣିମା ଅଗଷ୍ଟ ୧୦.୫୪ ରୁ ଅଗଷ୍ଟ ୩୧ , ୭.୩୦ ପର୍ଯ୍ୟନ୍ତ ରହିବ । ତେଣୁ ୧୦.୫୪ ପରେ ରାକ୍ଷୀ ବାନ୍ଧିବା ପାଇଁ ଉପଯୁକ୍ତ ସମୟ ଅଟେ । ରକ୍ଷା ବନ୍ଧନ ସମୟରେ ଅନେକ ନିୟମ ରହିଛି ଯାହାକୁ ଉଭୟ ଭାଇ ଏବଂ ଭଉଣୀକୁ ପାଳନ କରିବା ଉଚିତ । ଏହିଦିନ ଭାଇ ମାନେ ଭୁଲରେବି କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ନଚେତ ଏହା ଅଶୁଭ ହୋଇଥାଏ । ରାକ୍ଷୀ ବାନ୍ଧିବା ସମୟରେ ଭାଇ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସିବା ଉଚିତ ଏବଂ ଭଉଣୀ ପଶ୍ଚିମ କିମ୍ବା ଦକ୍ଷିଣକୁ ମୁହଁ କରି ବସିବା ଉଚିତ । ଏଭଳି ମାନ୍ୟତା ରହିଛି ଯେ ରାକ୍ଷୀ ବାନ୍ଧିବା ପୂର୍ବରୁ କୌଣସି ଦେବତା ମନ୍ଦିରରେ କିମ୍ବା ଗୋମାତାଙ୍କୁ ରାକ୍ଷୀ ଅର୍ପିତ କରିବା ପରେ ଭାଇକୁ ରାକ୍ଷୀ ବାନ୍ଧିବା ଉଚିତ ।
ଚଳିତ ମାସ ବୁଧବାର ରକ୍ଷା ବନ୍ଧନ ପଡୁଛି ତେଣୁ ଏହିଦିନ ଶ୍ରୀଗଣେଶଙ୍କୁ ରାକ୍ଷୀ ଅର୍ପିତ କରି ଦୁବ ଅର୍ପିତ କରନ୍ତୁ । ଏହାଦ୍ବାରା ଭଉଣୀ ମାନଙ୍କୁ ଅନେକ ଲାଭ ମିଳିଥାଏ । ଛିଡ଼ି ଯାଇଥିବା ରାକ୍ଷୀ ଭାଇକୁ ଭୁଲରେବି ବାନ୍ଧନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ବରଂ ଏକ ନୂଆ ରାକ୍ଷୀ କିଣି ବାନ୍ଧି ପାରିବେ । ରକ୍ଷା ବନ୍ଧନ ଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ ଏବଂ ଭାଇ ମାନେ କିଛି ନିର୍ଦିଷ୍ଟ ଉପହାର ଭଉଣୀକୁ ଦେବା ଉଚିତ ନୁହେଁ । ଯେମିତିକି ଚପଲ , ଦର୍ପଣ ଏବଂ ରୁମାଲ । ଏହିଦିନ ବୃନ୍ଦାବତୀଙ୍କୁ ନାଲି ଚୁନି ସହିତ ନାଲି ଶଙ୍ଖା ଅର୍ପିତ କଲେ ଗୃହରେ ସୁଖଶାନ୍ତି ବଜାୟ ରହିଥାଏ ।