ପୃଥିବୀରେ ଏଭଳି ଅନେକ ଗଛ ଅଛି ଯାହାକୁ ଲୋକେ ମୁଲ୍ୟହୀନ ଭାବି ଉପାଡ଼ି ଫିଙ୍ଗି ଦେଇଥାନ୍ତି । କିନ୍ତୁ ଆମ ଚତୁଃପାର୍ଶ୍ୱରେ ଦେଖା ଯାଉଥିବା ଅପାମାର୍ଗ ଗଛ ବିଷୟରେ କହିବୁ ଯାହାକି ଆପଣଙ୍କ ଭାଗ୍ୟ ବଦଳାଇ ପାରିବ । କିନ୍ତୁ ଲୋକେ ସାଧରଣତଃ ଏହି ଗଛକୁ ନିରର୍ଥକ ଭାବି ଉପାଡ଼ି ଫିଙ୍ଗି ଦେଇଥାନ୍ତି । ଅପାମାର୍ଗ ଗଛରେ ମହାଦେବ , ଶନିଦେବ , ମାତା ଲକ୍ଷ୍ମୀ ଏବଂ ଏମିତିକି ମାତା ଗଙ୍ଗ ମଧ୍ୟ ବାସ କରନ୍ତି । ଏହାବ୍ୟତୀତ ଯଦି ଆପଣ ସେହି ଗଛକୁ କୌଣସି ଖାସ ପ୍ରୟୋଗରେ ଲଗାନ୍ତି ତେବେ ଆପଣଙ୍କ ଜୀବନର ଅଧିକାଂଶ ସମସ୍ୟା ଦୂରେଇ ଯିବାସହିତ ଧନ ପ୍ରାପ୍ତିର ରାସ୍ତା ମଧ୍ୟ ଖୋଲିଯିବ ।
ଏହାକୁ ଆୟୁର୍ବେଦିକ ଭାଷାରେ ଅପାମାର୍ଗ କୁହାଯାଏ । ମାନ୍ୟତା ଅନୁଯାୟୀ ଏହି ଗଛ ଶରୀରରେ ପ୍ରୋଟିନର ମାତ୍ରା ବୃଦ୍ଧି କରିପାରେ । ତେଣୁ ଏହାକୁ ସେବନ କରି ଆପଣ ଶରୀରରେ ପୋଷାକ ତତ୍ତ୍ୱ ବୃଦ୍ଧି କରି ପାରିବେ । ପୂର୍ବ କାଳରେ ସନ୍ଥ ମହାତ୍ମା ମାନେ ବର୍ଷ ବର୍ଷ ଧରି ଭଗବାନଙ୍କ ଧ୍ୟାନରେ ଲୀନ ରହୁଥିଲେ ସେହି ସମୟରେ ସେମାନେ ଏହି ଗଛର ଖିଚୁଡ଼ି ବନାଇ ଖାଉଥିଲେ । ଯାହାଦ୍ୱାରା ସେମାନଙ୍କୁ ଦଶ ଦିନ ପର୍ଯ୍ୟନ୍ତ ଖାଇବାକୁ ପଡ଼ୁ ନଥିଲା । ଶାସ୍ତ୍ର ଅନୁସାରେ ରହିଛି ଯେ ସମୁଦ୍ର ମନ୍ଥନ ସମୟରେ ଅମୃତର କିଛି ବୁନ୍ଦା ଏହି ଅପାମାର୍ଗ ଗଛ ଉପରେ ପଡ଼ିଥିଲା । ତେଣୁ ଏହା ଅମୃତ ସଦୃଶ୍ୟ ଅଟେ । ଦାନ୍ତ ସମସ୍ୟା ଥିଲେ ଏହି ଗଛର ଦାନ୍ତକାଠିକୁ ମାତ୍ର ୧୫ ଦିନ ବ୍ୟବହାର କଲେ ଦାନ୍ତରେ ବ୍ୟାକ୍ଟେରିଆ ସମସ୍ୟା ଏବଂ ପୋକ ସମସ୍ୟା ଦୂର ହୋଇଥାଏ ।
ଦାନ୍ତରେ ବ୍ୟଥା ଅନୁଭୂତ ହେଉଥାଏ ତେବେ ଏହି ଗଛର ମୂଳରେ ଦାନ୍ତ ଘଷିଲେ ଅଳ୍ପ ଦିନ ମଧ୍ୟରେ ସମସ୍ୟାର ଦୁରୀଭୂତ ହୋଇଥାଏ । ଦାନ୍ତ ହଳଦିଆ ପଡ଼ିଥିଲେ ଅପାମାର୍ଗ ଗଛ ମୂଳରେ ଦଣ୍ତ ଘଷିଲେ ତାହା ଦୂର ହୋଇଥାଏ । ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଥିଲେ ଅପାମାର୍ଗ ଗଛର ମୂଳକୁ ଆଣି ଖରାରେ ଶୁଖାଇ ତାହାର ପାଉଡର ବନାଇ ସୋରିଷ ତେଲରେ ମିଶାଇ ଆଣ୍ଠୁ ଗଣ୍ଠି ବ୍ୟଥା ଥିବା ସ୍ଥାନରେ ମାଲିସ କଲେ ସମସ୍ୟା ଦୂର ହୁଏ । ତାନ୍ତ୍ରିକ ଫାଇଦା ଅନୁଯାୟୀ ଯଦି ଆପଣ ଏଭଳି ଅନୁଭୂତ କରୁଛନ୍ତି ଯେ ଶତ୍ରୁ ଶକ୍ତି ଆପଣଙ୍କର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତେବେ ଶନିବାର ଦିନ ଏହାର ମଞ୍ଜିକୁ ଛିଡ଼ାଇ ଶନି ମନ୍ଦିରରେ ଶନିଙ୍କ ସାମ୍ନାରେ ବସି ଶନି ଚାଳିଶା ୫୧ ଥର ପାଠ କରିବା ପରେ ସେହି ମୂଳକୁ ଏକ ନାଲି କପଡ଼ାରେ ଗୁଡ଼ାଇ ଏପରି ଏକ ସ୍ଥାନରେ ରଖି ଦିଅନ୍ତୁ ଯେଉଁ ସ୍ଥାନକୁ କେହିବି ଯାଆସ କରୁ ନଥିବେ ।
ବ୍ୟାପାରରେ ଉନ୍ନତି ଚାହୁଁଥିଲେ ଶୁକ୍ରବାର ଦିନ ଏହି ଗଛର ମୂଳକୁ ଛିଡ଼ାଇ ଆଣି ଏକ ନାଲି କପଡ଼ା ଉପରେ ରଖି ତାହା ଉପରେ ଅଳ୍ପ ସିନ୍ଦୁର ପକାଇ ବାନ୍ଧି ଦିଅନ୍ତୁ ଏବଂ ବ୍ୟବସାୟ ସ୍ଥାନରେ ରଖି ଦିଅନ୍ତୁ । ଯଦି ଆପଣଙ୍କ ଉପରେ କୌଣସି ତନ୍ତ୍ର ମନ୍ତ୍ର କ୍ରିୟା ହୋଇଛି ତେବେ ସୋମବାର ଦିନ ଏହି ଗଛର ମୂଳକୁ ସମ୍ପୂର୍ଣ୍ଣ ଛିଡ଼ାଇ ଆଣି ଧୋଇ ମହାଦେବଙ୍କ ସାମ୍ନାରେ ବସି ୧୦୦୧ ଥର ଓଁ ନମଃ ଶିବାୟ ମନ୍ତ୍ରର ଜପ କର ସେହି ମୂଳକୁ ଏକ ତାବିଜରେ ପୁରାଇ ବାହୁରେ କିମ୍ବା ବେକରେ ଧାରଣ କରନ୍ତୁ ।ମଙ୍ଗଳବାର ଦିନଟି ହନୁମାନଙ୍କ ପ୍ରିୟ ତେଣୁ ଏହି ଦିନ ଏହି ଗଛକୁ ଉପାଡ଼ି ଆଣି ଏହାର ମୂଳକୁ ଧୋଇ ଶୁଖାଇବା ପରେ ପାଉଡ଼ର କରି ନିଜର ତିଳକ ଧାରଣ କରୁଥିବା ସିନ୍ଦୁରରେ ମିଶାଇ ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ମଙ୍ଗଳ ଦୃଢ଼ ହେବ । ଯେଉଁ କାରଣରୁ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳିବ ।