ତାୱାରେ ଭୁଲରେବି ବନାଇବା ଉଚିତ ନୁହେଁ ଏହି ତିନୋଟି ଜିନିଷ । ନଚେତ ମାତା ଲକ୍ଷ୍ମୀ ହୋଇଯିବେ କ୍ରୋଧିତ ।

ଅନେକ ପୂର୍ବରୁ ମହାପୁରୁଷ ଏବଂ ଋଷି ବିଦ୍ୱାନ ମାନେ ଗ୍ରହ ମନାଙ୍କର ଚଳନକୁ ଆଧାର କରି ବାସ୍ତୁ ଶାସ୍ତ୍ରର ବର୍ଣ୍ଣନା କରିଥିଲେ । ଘରେ ରଖା ଯାଉଥିବା ପ୍ରତ୍ୟେକ ଜିନିଷ କୌଣସି ନା କୌଣସି ଗ୍ରହର ପ୍ରଭାବୀ ହୋଇଥାଏ । ମାତ୍ର କିଛି ଗ୍ରହ ଉଗ୍ର ହୋଇଥିବାରୁ ସେହି ଗ୍ରହ ସହିତ ଜଡ଼ିତ ଜିନିଷକୁ ଘରେ ରଖିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ । ରୋଷେଇ ଘର ସମଗ୍ର ଘରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଟେ । ଯେଉଁ ସ୍ଥାନକୁ ସବୁବେଳେ ପରିଷ୍କାର ଏବଂ ସେଠାରେ ଥିବା ସମସ୍ତ ଜିନିଷକୁ ଉପଯୁକ୍ତ ସ୍ଥାନରେ ରଖାଯିବା ଉଚିତ । ନଚେତ ଗ୍ରହ ଦୋଷ ଉତ୍ପନ୍ନ ହୋଇପାରେ । କିଛି ଏପରି ଜିନିଷ ଅଛି ଯାହାକୁ ରୋଷେଇ ଘରେ ଠିକ ଭାବରେ ବ୍ୟବହାର ନକଲେ କିମ୍ବା ନରଖିଲେ ତାହା ଜୀବନ ଉପରେ ଗଭୀର ପ୍ରଭାବ ପକାଇ ଥାଏ ।

ତେବେ ସେହି ଜିନିଷ ହେଉଛି ତାୱା ଏବଂ କରେଇ । ବ୍ୟକ୍ତି ଉପରେ ରାହୁ ଦୋଷ ପଡ଼ିଲେ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ଏଭଳି ବ୍ୟକ୍ତିଙ୍କୁ ଟଙ୍କା ପଇସା ନେଣଦେଣରେ ସମସ୍ୟା ହୋଇଥାଏ । ରାହୁ ଦୋଷ ଥିବା ବ୍ୟକ୍ତିଙ୍କ ଜୀବନରେ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ । ରାହୁ ଜାତକରର ପ୍ରଥମ କିମ୍ବା ଷଷ୍ଠ ସ୍ଥାନରେ ରହିଲେ ବ୍ୟକ୍ତିର ଶରୀର ଅତ୍ୟନ୍ତ ଅସୁସ୍ଥ ରହିଥାଏ । ଅନେକ ଥର ଏପରି ହୋଇଥାଏ ଯେ ରାହୁ ଦୋଷ କାରଣରୁ ବ୍ୟକ୍ତି ଅନ୍ୟାନ୍ୟ ଅନୀତି ପାପ କରିବା ଦିଗରେ ଆଗଭର ହୋଇଥାଏ । ପରିବାରରେ ମଧ୍ୟ ଝଗଡ଼ା ଏବଂ କଳହ କାରଣରୁ ମାନ ସମ୍ମାନ ହାନୀ ହୋଇଥାଏ ।

ତେଣୁ ବ୍ୟକ୍ତିକୁ ରୋଷେଇ ଘରେ ତାୱା ଏବଂ କରେଇ ରଖିବା ସମୟରେ ବାସ୍ତୁ ଶାସ୍ତ୍ରର ନିୟମ ନିଶ୍ଚୟ ମାନିବା ଉଚିତ । ଘରେ ରୋଷେଇ ଘର ଆଗ୍ନେୟ କୋଣରେ ହେବା ଉଚିତ । ରୋଷେଇ ଘର ସର୍ବଦା ସଫାସୁତୁରା ରହିବା ଉଚିତ । ରୋଷେଇ ଘରେ ଏଣେତେଣେ ଜିନିଷ , ଡଷ୍ଟବିନ ରଖିବା ଉଚିତ ନୁହେଁ । ରୋଷେଇ ଘରକୁ ଜୋତା ଚପଲ ନେଇ ପ୍ରବେଶ କରିବା ଉଚିତ ନୁହେଁ । ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ଫୋଟ ମଧ୍ୟ ଲଗାଇ ପାରିବେ । ରୋଷେଇ ଘରେ ବ୍ୟବହୃତ ହେଉଥିବା ଲୁହା କରେଇ କିମ୍ବା ତାୱା ରାହୁ ସହିତ ଜଡ଼ିତ ଅଟେ । ତେଣୁ ଏହାକୁ ରଖିବା ସମୟରେ ବାସ୍ତୁ ନିୟମ ମାନି ରଖିବା ଉଚିତ ତାୱାକୁ ଏପରି ରଖିବା ଉଚିତ , ଯାହାଦ୍ୱାରା ତାହା ଉପରେ କୌଣସି ବାହାର ବ୍ୟକ୍ତିର ନଜର ପଡ଼ିବ ନାହିଁ ।

ତାୱାରେ କରୁଥିବା ପ୍ରଥମ ରୋଟିକୁ ଗାଈକୁ ଖାଇବାକୁ ଦିଅନ୍ତୁ । ରୋଟି କରିବା ପୂର୍ବରୁ ପ୍ରଥମେ ସେଥିରେ ଜଳ ସିଞ୍ଚି ଦିଅନ୍ତୁ । ଗାଈକୁ ପ୍ରଥମ ରୋଟି ଖୁଆଇବା ଦ୍ୱାରା ଘର ଧନ ଧାନ୍ୟରେ ପୁରି ଯାଏ । ତାୱାକୁ ଭୁଲରେବି ଓଲଟା କରି ରଖନ୍ତୁ ନାହିଁ । ଘରେ କାହାରି ମୃତ୍ୟୁ ହେଲେ ସେତେବେଳେ କେବଳ ତାୱାକୁ ଓଲଟା ରଖାଯାଏ । ଅଇଁଠା ତାୱା ଦୀର୍ଘ ସମୟ ପର୍ଯ୍ୟନ୍ତ ନରଖି ତାହାକୁ ଧୋଇ ରଖିବା ଉଚିତ । ନଚେତ ଘରେ ନକରାତ୍ମକତା ଦେଖା ଦେଇଥାଏ । ତାୱାକୁ ଉପଯୁକ୍ତ କାର୍ଯ୍ୟ ପାଇଁ ବ୍ୟବହାର କରାଯିବା ଉଚିତ ଏବଂ ଏହା ଉପରେ କୌଣସି ଜିନିଷ ରଖି ସେବନ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ତାୱା ଏବଂ କରେଇକୁ ସର୍ବଦା ଚୁଲାର ଡାହାଣ ପାର୍ଶ୍ଵରେ ରଖିବା ଉଚିତ ।

ରୋଟି କରି ସାରିବା ପରେ ଖାଲି ତାୱାକୁ ଗ୍ୟାସ ଉପରେ ସେମିତି ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ଧନ ସମ୍ପତ୍ତିରେ ମଧ୍ୟ ଅଭାବ ଦେଖା ଦେଇଥାଏ । ଅତି ପୁରୁଣା କଳଙ୍କି ଲାଗିଥିବା ତାୱା ବ୍ୟବହାର ଜରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *