ରୋଟି କରିବା ସମୟରେ ଅଟା ପ୍ରତି ଦିଅନ୍ତୁ ଧ୍ୟାନ । ନଚେତ ନଷ୍ଟ ହୋଇପାରେ ଆପଣଙ୍କ ଭାଗ୍ୟ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ଜିନିଷ ସଠିକ ସ୍ଥାନରେ ରଖିଲେ କେବେବି ବାସ୍ତୁ ଦୋଷ ଉତ୍ପନ୍ନ ହୁଏନାହିଁ । ସେହିଭଳି ରୋଷେଇ ଘରେ ତାୱାର ମହତ୍ତ୍ୱ ମଧ୍ୟ ଅନେକ ରହିଛି । ତାୱା ଏବଂ କରେଇ ରାହୁର ପ୍ରତୀକ ହୋଇଥାନ୍ତି । ତେଣୁ ଏହି ଦୁଇଟିକୁ ରଖିବା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ନଚେତ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ତାୱା ଏବଂ କରେଇକୁ ସର୍ବଦା ପରିଷ୍କାର ରଖନ୍ତୁ । ନଚେତ ଘରର ସଦସ୍ୟଙ୍କ ଜୀବନ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ । ତାୱାରେ ରୋଟି ବ୍ୟତୀତ ଅନ୍ୟ କୌଣସି ଜିନିଷ ବନାନ୍ତୁ ନାହିଁ ।

ରୋଟି କରିବା ପୂର୍ବରୁ ତାୱାକୁ ସଫା କରିବାକୁ ଚାହୁଁଥିଲେ ଲୁଣର ସଫା କରି ପାରିବେ । ରୋଷେଇ ସମୟରେ ସେଥିରେ ଲାଖି ରହୁଥିଲେ ତେଲ ବ୍ୟବହାର କରି ପାରିବେ । ତାୱାରେ ହେଉଥିବା ପ୍ରଥମ ରୋଟିକୁ ଛୋଟ ଆକାରର ବନାନ୍ତୁ ଯାହାକି ଗାଈ ପାଇଁ ହୋଇଥାଏ । ସେହିଭଳି ଶେଷ ରୋଟିକୁ ମଧ୍ୟ ଛୋଟ ଆକାରର ବନାଇ ନିଅନ୍ତୁ ଯାହାକୁ କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ । ତାୱା ରୋଟି କରି ସାରିବା ପରେ ତାହାକୁ ଚୁଲା ଉପରେ ରଖନ୍ତୁ ନାହିଁ ଏବଂ ସର୍ବଦା ତାହାକୁ ଡାହାଣ ପାର୍ଶ୍ଵରେ ରଖିବା ଉଚିତ । ସେହିଭଳି କରେଇରେ ଖାଦ୍ୟ ବନାଇବା ସମୟରେ ମଧ୍ୟ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ।

ନଚେତ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ରୋଷେଇ ପରେ କରେଇକୁ ସଫା କରି ରଖନ୍ତୁ ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ । ତାୱାକୁ ଯେତେ ଆପଣ ପରିଷ୍କାର ରଖିବେ ଭାଗ୍ୟ ସେତେ ଆପଣଙ୍କ ସାଥିରେ ରହିବ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ରହିବେ । ରୋଷେଇ ଘରକୁ ପ୍ରବେଶ କରିବା ପୂର୍ବରୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ହୋଇ ଖାଦ୍ୟ ପ୍ରସ୍ତୁତ କରନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ଦୃଢ଼ ହୋଇଥାଏ । ତାୱାକୁ ଓଲଟା କରି ରଖନ୍ତୁ ନାହିଁ । ଯେଉଁ ବ୍ୟକ୍ତି ଚୁଲାରେ ତାୱା ଚଢ଼ାଉଛନ୍ତି , ସେ ହିଁ ରୋଷେଇ ପରେ ତାୱାକୁ ଓହ୍ଲାଇବା ଉଚିତ । କିନ୍ତୁ ଗରମ ତାୱାରେ ପାଣି ଢ଼ାଳନ୍ତୁ ନାହିଁ ।

କାରଣ ଏହି ସମୟରେ ଯେଉଁ ଶବ୍ଦ ସୃଷ୍ଟି ହୋଇଥାଏ ତାହା ଘରର ବର୍ବାଦି ଆଣିଥାଏ । ରୋଟିରେ ହାଲୁକା ସୋରିଷ ତେଲ ଲଗାଇଲେ ଜୀବନର ଆକସ୍ମିକ ସମସ୍ୟାରୁ ମୁକ୍ତି ମିଳିଥାଏ । ଅପରିଷ୍କାର କରେଇରେ ଖାଦ୍ୟ ବନାଇ ଘରର ଲୋକଙ୍କୁ ଖାଇବାକୁ ଦେଲେ ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଅଟା ରଖିବା ସମୟରେ ସେଥିରେ ଏକ ଚିମୁଟା ହଳଦୀ , କେଶର କିମ୍ବା ତୁଳସୀ ପତ୍ର ପକାଇ ରଖନ୍ତୁ ଏବଂ ତାହାକୁ ଚକଟିବା ସମୟରେ ଏକ ଚାମଚ କ୍ଷୀର ଦେଇ ଚକଟାନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହାବ୍ୟତୀତ ରୋଟି କରିବା ସମୟରେ ଯେଉଁ ସୁଗନ୍ଧ ସୃଷ୍ଟି ହୋଇଥାଏ ତାହା ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ ।

Leave a Reply

Your email address will not be published. Required fields are marked *