ବେଳେବେଳେ ଜୀବନରେ ଏତେ ବଡ଼ ସମସ୍ୟା ଦେଖା ଦେଇଥାଏ ଯେ ଯାହାକୁ ଦୂର କରିବା ପାଇଁ ମନୁଷ୍ୟ ଗ୍ରହ ଦୋଷକୁ ଦୂର କରିବାକୁ ଅନେକ ଉପାୟ ଆପଣେଇଥାନ୍ତି । ଯେଉଁଭଳି ଭାବରେ ତୁଳସୀ ଗଛ ଦୁର୍ଭାଗ୍ୟ ଦୂର କରିଥାଏ ସେହିଭଳି ହଳଦୀ ଗଛ ମଧ୍ୟ ଖୁବ ଶୁଭ ହୋଇଥାଏ । ଏହାର ଔଷଧୀୟ ଗୁଣ ରହିଛି । ମାତ୍ର କୌଣସିବି ଜିନିଷ ଅତି ଅଧିକ ଶରୀର ପାଇଁ ଭଲ ହୋଇ ନଥାଏ । ହଳଦୀ ଗଛ ଘରେ ଗାଉଁଲାରେ ଲଗାଇଲେ ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ । ସେହି ଗଛ ବଢ଼ିଲେ ଏବଂ ସେଥିରେ ଫୁଲ ହେଲେ ତାହା ଜୀବନରେ ସମସ୍ୟାକୁ ଦୂର କରିଥାଏ । ଘରେ ପିଲାଙ୍କର ବିବାହ ସମସ୍ୟା ହେଉଥିଲେ ଘରେ ହଳଦୀ ଗଛ ଲଗାନ୍ତୁ ।
ସେଥିରେ ଫୁଲ ହେବା ସହିତ ପିଲାଙ୍କର ବିବାହ ସମସ୍ୟା ମଧ୍ୟ ଦୂର ହୋଇଯିବ । ହଳଦୀ ଗଛ ଯେଉଁ ସ୍ଥାନରେ ରହିଥାଏ ସେଠାରେ ନକରାତ୍ମକ ଶକ୍ତି ରହେନାହିଁ । ଯଦି ଆପଣ କଞ୍ଚା ହଳଦୀ ଭଗବାନ ବିଷ୍ଣୁଙ୍କୁ ଲଗାଇ ନିଜ କଣ୍ଠରେ ଲଗାନ୍ତି ତେବେ ଭାଗ୍ୟ ପ୍ରବଳ ହୋଇଥାଏ । ଏହାଦ୍ବାରା ବାଣୀ ସତ୍ୟ ହୁଏ ଏବଂ ହଳଦୀ ଶ୍ରୀଗଣେଶଙ୍କୁ ଅର୍ପିତ କଲେ ବାଣୀ ସିଦ୍ଧ ହୋଇଥାଏ । ସେହିଭଳି କଳା ହଳଦୀ ତନ୍ତ୍ର କ୍ରିୟାରେ ବ୍ୟବହୃତ ହୋଇଥାଏ । ଏକ ଡବାରେ କଳା ହଳଦୀ ଏବଂ ନାଗକେଶର ଏକ ଚିମୁଟା ନେଇ ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ବୃଥା ଖର୍ଚ୍ଚ ହୁଏନାହିଁ ଏବଂ ଧନରେ ବୃଦ୍ଧି ହୋଇଥାଏ । ଏହାଦ୍ବାରା ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ହୁଏନାହିଁ ।
ସେହିଭଳି ହଳଦିଆ କପଡ଼ାରେ କଳା ହଳଦୀ ଏବଂ ଏକ କୋଏନ ବାନ୍ଧି ଶୁକ୍ରବାର ଦିନ ସିନ୍ଧୁକରେ ରଖିଲେ ଧନର ଅଭାବ ହୁଏନାହିଁ । କଳା ହଳଦୀ ଯେଉଁ ସ୍ଥାନରେ ରଖାଯାଏ ସେହି ସ୍ଥାନରେ ଅନେକ ସକାରାତ୍ମକ ଶକ୍ତି କାମ କରିଥାଏ । କଳା ହଳଦୀର ପ୍ରୟୋଗ ତନ୍ତ୍ର କ୍ରିୟାରେ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ପୂଜାରେ ମଧ୍ୟ ହୋଇଥାଏ । ଯଦି ଘରେ କୌଣସି ବ୍ୟକ୍ତି ଦୀର୍ଘ ଦିନ ହେବ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ କଳା ହଳଦୀକୁ ପେଶୀ ଦୁଇଟି ଅଟା ଗୋଲି କରି ସେଥିରେ ବତୁରା ଚଣା ଡାଲି ଏବଂ ହଳଦୀ ଲଗାଇ ଅସୁସ୍ଥ ବ୍ୟକ୍ତି ଉପରେ ସାତ ଥର ଓଲଟା ବୁଲାଇ ଗାଈକୁ ଖୁଆଇ ଦିଅନ୍ତୁ । ଗାଈ ନଥିଲେ କୌଣସି ପରିଷ୍କାର ସ୍ଥାନରେ ପକାଇ ଦିଅନ୍ତୁ ।
ଏହାପରେ ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଏହି ଉପାୟ ତିନୋଟି ଗୁରୁବାର ପର୍ଯ୍ୟନ୍ତ କରନ୍ତୁ । ଅନେକ ସମୟରେ ଲୋକଙ୍କ ଉପରେ ତନ୍ତ୍ର କ୍ରିୟାର ଗଭୀର ପ୍ରଭାବ ପଡ଼ିଥାଏ । ତେଣୁ ଏମିତିରେ ଏକ ଛୋଟ ରୁମାଲ ନେଇ କଳା ହଳଦୀ ଗଣ୍ଠି ରଖନ୍ତୁ ଏବଂ ତନ୍ତ୍ର କ୍ରିୟା ହୋଇଥିବା ବ୍ୟକ୍ତି ଉପର ଦେଇ ସାତ ଥର ବୁଲାଇ ପ୍ରବାହିତ ଜଳରେ ତାହାକୁ ଫିଙ୍ଗି ଦିଅନ୍ତୁ । ପଛକୁ ବୁଲି ଆଉ ତାହାକୁ ଦେଖନ୍ତୁ ନାହିଁ ଏବଂ ଘରକୁ ଚାଲି ଆସନ୍ତୁ । ଏହାଦ୍ବାରା ସବୁ ପ୍ରକାରର ନଜର ଦୋଷ ମଧ୍ୟ ଦୂର ହୋଇଥାଏ । ଧନ ସମ୍ବନ୍ଧୀୟ ସମସ୍ୟା ଥିଲେ ଗୁରୁବାର ଦିନ କଳା ହଳଦୀ ଆଣି ତାହାକୁ ଘୋରି ତିଳକ କରନ୍ତୁ । ଏହାଦ୍ବାରା ଧନ ସ୍ଥିର ରହିବ ଏବଂ ମାତା ଲକ୍ଷ୍ମୀ ମଧ୍ୟ ସ୍ଥିର ରହିବେ ।