ମହାଦେବଙ୍କ ପାଖରେ ଏହି ପାଞ୍ଚଟି ଜିନିଷ ଭୁଲରେବି ରଖନ୍ତୁ ନାହିଁ । ନଚେତ ସମ୍ପୂର୍ଣ୍ଣ ପରିବାର ହୋଇଯିବ ନଷ୍ଟ ।

ଅନେକ ସମୟରେ ଲୋକେ ଘରେ ଶିବଲିଙ୍ଗ ସ୍ଥାପନ କରିଥାନ୍ତି ସତ । କିନ୍ତୁ ତାହାକୁ ସଠିକ ଭାବରେ ପୂଜା କରିବା ଏବଂ କିଛି ନିୟମ ମାନିବାରେ ସେମାନେ ଅବହେଳା କରିଥାନ୍ତି । ଏମିତିକି ମହାଦେବଙ୍କ ପାଖରେ ଏପରି ପାଞ୍ଚଟି ଜିନିଷ ଯାହାକୁ ଆଦୋୖ ରଖିବା ଉଚିତ ନୁହେଁ । ନଚେତ ମହାଦେବ କ୍ରୋଧିତ ହୁଅନ୍ତି । ନଚେତ ଆପଣଙ୍କ ବ୍ରତ ଖଣ୍ଡିତ ହୋଇପାରେ ।

୧ . ମହାଦେବଙ୍କ ପ୍ରତିମା କିମ୍ବା ଶିବଲିଙ୍ଗ ଥିବା ସ୍ଥାନକୁ ଭୁଲରେବି ଜୋତା ଚପଲ ନେଇ ଯିବା ଉଚିତ ନୁହେଁ । ଏହି କାରଣରୁ ମହାଦେବ ମଧ୍ୟ କ୍ରୋଧିତ ହୁଅନ୍ତି ଏବଂ ଆପଣଙ୍କ ବ୍ରତ କାରଣରୁ ମିଳିବାକୁ ଥିବା ଫଳ ମଧ୍ୟ ନଷ୍ଟ ହୋଇଯାଏ । ତେଣୁ ଏମିତିରେ ମନ୍ଦିରରେ ଜୋତା ଚପଲ ନନେଇ ଖାଲି ପାଦରେ ଯିବା ଉତ୍ତମ ଅଟେ ।

୨ . ମାସିକ ଧର୍ମ ସମୟରେ ମହିଳା ବାହାର ମନ୍ଦିର କିମ୍ବା ଘର ମନ୍ଦିରକୁ ପ୍ରବେଶ କରିବା ଉଚିତ ନୁହେଁ । ଏହି ସମୟରେ ଶିବଲିଙ୍ଗକୁ ସ୍ପର୍ଶ କରିବା ମଧ୍ୟ ପାପ ହୋଇଥାଏ । ଏହାଦ୍ବାରା ଅନ୍ୟ ଦେବ ଶକ୍ତି ମଧ୍ୟ କ୍ରୋଧିତ ହୁଅନ୍ତି । ତେଣୁ ଏପରି ସମୟରେ ମହିଳା ମାନେ ପୂଜା ପାଠ କିମ୍ବା ତୁଳସୀରେ ପାଣି ଦେବା ଭଳି କାମ ଠାରୁ ଦୂରେଇ ରହିବା ଉଚିତ । ଆଉ ଯେତେବେଳେ ଦେବଦେବୀ କ୍ରୋଧିତ ହୁଅନ୍ତି ସେତେବେଳେ ଘରକୁ ଦାରିଦ୍ର୍ୟତା ଆସିଥାଏ ।

୩ . ଶିବଲିଙ୍ଗରୁ ସବୁବେଳେ ଶକ୍ତି ସଞ୍ଚାର ବଜାୟ ରହିଥାଏ । ତେଣୁ ସର୍ବଦା ଶିବଲିଙ୍ଗରେ ଜଳ ଧାରା ରହିବା ଉଚିତ । ଅନେକ ଲୋକ ଏହି ଭୁଲ କରିଥାନ୍ତି । ଯଦି ଆପଣ ପ୍ରତ୍ୟେକ ଦିନ ଜଳ ଅର୍ପିତ କରିବାରେ ସକ୍ଷମ ନୁହନ୍ତି ତେବେ ଘରେ ଶିବଲିଙ୍ଗ ରଖନ୍ତୁ ନାହିଁ ।

୪ . ତୁଳସୀ ଗଛ ପାଖରେ ମହାଦେବ କିମ୍ବା ଗଣେଶଙ୍କ ପ୍ରତିମା ରଖାଯାଏ ନାହିଁ । ଏହାବ୍ୟତୀତ ମହାଦେବଙ୍କୁ ତୁଳସୀ ପତ୍ର ଅର୍ପିତ କରିବା ମଧ୍ୟ ବର୍ଜିତ ଅଟେ । ଏହାଦ୍ବାରା ମହାଶକ୍ତି କ୍ରୋଧିତ ହୁଅନ୍ତି ଏବଂ ଘରକୁ ସମସ୍ୟା ଆସିଥାଏ ।

୫ . ଘରର ମନ୍ଦିର କିମ୍ବା ବାହାର ମନ୍ଦିରକୁ ଏଭଳି ମଣିଷ ଆଦୋୖ ପ୍ରବେଶ କରିବା ଉଚିତ ନୁହେଁ , ଯିଏ ସଂଭୋଗ କରିଥିବେ । ଏହାବ୍ୟତୀତ ତାମସିକ ଭୋଜନ କରିଥିବା ବ୍ୟକ୍ତି ମଧ୍ୟ ମନ୍ଦିରକୁ ପ୍ରବେଶ କରିବା ଉଚିତ ନୁହେଁ । ଶାରୀରିକ ରୂପରେ ଅଶୁଦ୍ଧ ଥିଲେ ମଧ୍ୟ ମନ୍ଦିରକୁ ପ୍ରବେଶ କରିବା ଅନୁଚିତ । ଶାସ୍ତ୍ରରେ ଏହାକୁ ଘୋର ପାପ ମାନା ଯାଇଛି ଏବଂ ଏହାଦ୍ବାରା ବ୍ୟକ୍ତିକୁ ନର୍କକୁ ଯିବାକୁ ପଡ଼ିଥାଏ । ଈଶ୍ୱରଙ୍କ ସମ୍ମୁଖକୁ ସର୍ବଦା ସ୍ନାନ କରି ଏବଂ ପବିତ୍ର ମନ ନେଇ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *