ଏହି କାରଣରୁ ଭଲ ଲୋକଙ୍କ ମୃତ୍ୟୁ ହୋଇଥାଏ ବହୁତ ଶୀଘ୍ର । ସ୍ୱୟଂ ଶ୍ରୀକୃଷ୍ଣ , ଅର୍ଜୁନଙ୍କୁ କହିଛନ୍ତି ଜନ୍ମ ମୃତ୍ୟୁର ଏହି ରହସ୍ୟ ।

କାହିଁକି ଭଲ ଲୋକଙ୍କ ମୃତ୍ୟୁ ଶୀଘ୍ର ହୋଇଯାଏ ? ଏହି ବିଷୟରେ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଅର୍ଜୁନଙ୍କୁ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ରଥ କେବେବି ଗୋଟିଏ ଚକରେ ଚାଲି ନଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ଜୀବନର ଏକ ଦୃଢ଼ ଉଦ୍ଦେଶ୍ୟ ଥାଏ । ଯାହା ପୂରଣ ହୋଇଯିବା ପରେ ଆଉ ବଞ୍ଚିବାର କୌଣସି ମାନେ ନଥାଏ । ତେଣୁ ମନୁଷ୍ୟର ଉଦ୍ଦେଶ୍ୟ ପୂରଣ ହେବା ପରେ ମୃତ୍ୟୁ ହୋଇଯାଏ । କିନ୍ତୁ ଚାଲନ୍ତୁ ଜାଣିବା ଯେ ଭଲ ମଣିଷଙ୍କର ମୃତ୍ୟୁ କାହିଁକି ବହୁତ ଜଲଦି ହୋଇଯାଏ । ଗରୁଡ଼ ପୁରାଣରେ ବର୍ଣ୍ଣିତ ହୋଇଛି ଯେ କଳିଯୁଗର ୫୦୦୦ ବର୍ଷ ବିତିଯିବା ପରେ ମାତା ଗଙ୍ଗା ଏବଂ ଲକ୍ଷ୍ମୀ ପୃଥିବୀ ଛାଡ଼ି ବୈକୁଣ୍ଠ ଚାଲିଯିବେ ।

ଏହାପରେ ଧର୍ମ ରହିବନି ଏବଂ ସେତେବେଳେ ଖୁବ କମ ବୟସର ମନୁଷ୍ୟ ମଧ୍ୟ ବୃଦ୍ଧ ଭଳି ନଜର ଆସିବ । କଳିଯୁଗରେ ମନୁଷ୍ୟର ଆୟୁଷ ସେତେ ଅଧିକ ନୁହେଁ । କିନ୍ତୁ ଦ୍ଵାପର କିମ୍ବା ତ୍ରେତୟାରେ ଭୀଷ୍ମ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଆୟୁଷ ୧୦୦ ବର୍ଷରୁ ଅଧିକ ଥିଲା । ଏକ ପିଲା ଜନ୍ମ ହେବା ପରେ ଷଷ୍ଠ ରାତିରେ ହିଁ ଭଗବାନ ବ୍ରହ୍ମା ତାର ଭାଗ୍ୟ ଲେଖି ଦିଅନ୍ତି । କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟର ଆୟୁଷ ତାର କର୍ମ ଅନୁଯାୟୀ ହିଁ ନିଶ୍ଚିତ ହୋଇଥାଏ । କିନ୍ତୁ ଜନ୍ମ ମୃତ୍ୟୁ ଚକ୍ରରେ ଭଲ କର୍ମ କରିଥିବା ବ୍ୟକ୍ତିକୁ ସ୍ୱର୍ଗ ପ୍ରାପ୍ତ ହେଉଥିବା ବେଳେ ପାପ କଲେ ଯମରାଜକୁ ସବୁ ହିସାବ ଦେବାକୁ ପଡ଼ିଥାଏ ।

ଯେତେ ପର୍ଯ୍ୟନ୍ତ ଗୋଟିଏ ଆତ୍ମାର କୌଣସି ଜନ୍ମ ସାର୍ଥକ ହୋଇନାହିଁ , ସେତେ ପର୍ଯ୍ୟନ୍ତ ସେ ବାରମ୍ବାର ମର୍ତ୍ତରେ ଜନ୍ମ ନେଉଥାଏ । ଆଉ ଯଦି ସେ ମନୁଷ୍ୟ ଜନ୍ମ ପାଏ ତେବେ ପାପ ପୁଣ୍ୟର ବୁନିଆଦରେ ତାର ଭାଗ୍ୟ ସୃଷ୍ଟି ହୋଇଥାଏ । କିଛି ମନୁଷ୍ୟ ନିଜ ଜୀବନର ସାର୍ଥକତା ବୁଝି କାମ କରନ୍ତି ।

ମନୁଷ୍ୟ ମୃତ୍ୟୁ ପରେ ନିଜର ପାପ , ପୁଣ୍ୟ , ଦାନ , ରଣ , ଦାନ ଏବଂ ମହତ୍ତ୍ୱକୁ ସାଥିରେ ନେଇ ଯାଇଥାଏ । ମହାଭାରତ ସମୟରେ ଯୁଧିଷ୍ଠିର ମଧ୍ୟ ପିତାମହ ଭୀଷ୍ମଙ୍କୁ ଏହି ବିଷୟରେ ପଚାରି ଥିଲେ । ଭୀଷ୍ମ କହିଥିଲେ ଯେ ମନୁଷ୍ୟ ଜୀବନ ଠାରୁ ଶ୍ରେଷ୍ଠ ଜୀବନ ଅନ୍ୟ କୌଣସି ନାହିଁ । କାରଣ ମନୁଷ୍ୟ ଜୀବନ ୮୪ ଲକ୍ଷ ୟୁନି ପରେ ମିଳିଥାଏ । ତେଣୁ ମନୁଷ୍ୟ ଜୀବନକୁ ବ୍ୟର୍ଥ ନକରି ସର୍ବଦା ଭଲ କର୍ମ କରିବା ଉଚିତ ।

ଆପଣଙ୍କ କର୍ମ ଅନୁଯାୟୀ ହିଁ ଆପଣଙ୍କୁ ଆଗାମୀ ଜନ୍ମ ପ୍ରାପ୍ତ ହୋଇଥାଏ । ମନୁଷ୍ୟକୁ ନିଜ ଜୀବନରେ ପାପ କର୍ମର ପ୍ରାୟଶ୍ଚିତ କରିବାର ସୁଯୋଗ ମିଳିଥାଏ । ଏଭଳି କରିଥିବା ମନୁଷ୍ୟକୁ ଭଗବାନ ନିଜ ପାଖକୁ ନେଇ ଯାଆନ୍ତି । କିନ୍ତୁ ଯେଉଁ ମନୁଷ୍ୟ ପୁଣିଥରେ ପାପ କରିଥାଏ ସେ ବାରମ୍ବାର ମର୍ତ୍ତରେ ଜନ୍ମ ନେଇ କଷ୍ଟ ପାଇଥାଏ ।

ଯେତେବେଳେ ମନୁଷ୍ୟ ନିଜର ପୂର୍ବ ଜନ୍ମର ପାପକୁ ପ୍ରାୟଶ୍ଚିତ କରିବାକୁ କାମ କରିଥାଏ ସେତେବେଳେ ଭଗବାନ ତାକୁ ମୋକ୍ଷ ଦାନ କରନ୍ତି । କିନ୍ତୁ ଯେଉଁ ମନୁଷ୍ୟ ସଂସାରର ମୋହ ମାୟାରେ ଛନ୍ଦି ହୋଇଯାଏ ଏବଂ ନିଜର କର୍ତ୍ତବ୍ୟ ଏବଂ ବାସ୍ତବ କର୍ମକୁ ଜାଣିପାରେ ନାହିଁ ସେ ଏଭଳି ଜନ୍ମ ନେଇ ବାରମ୍ବାର ଜନ୍ମ ମୃତ୍ୟୁ ମଧ୍ୟରେ ଘାଣ୍ଟି ହୋଇଥାଏ । ତେଣୁ ମନୁଷ୍ୟକୁ ସବୁବେଳେ ଭଲ କର୍ମ ହିଁ କରିବା ଉଚିତ ।

Leave a Reply

Your email address will not be published. Required fields are marked *