ଘରେ ଝିଟିପିଟି ଭୂଇଁରେ ଚାଲୁଥିଲେ ମିଳିଥାଏ ଏହି ସଙ୍କେତ । ଶରୀରର ବିଶେଷ ଅଙ୍ଗରେ ପଡ଼ିଲେ କଣ ଦେଇଥାଏ ସଙ୍କେତ , ଜାଣି ରଖନ୍ତୁ ।

ହିନ୍ଦୁ ଧର୍ମରେ ଝିଟିପିଟିକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଥାଏ । ଏହାସହିତ ମନୁଷ୍ୟର ଜୀବନ ପାଇଁ ମଧ୍ୟ ଝିଟିପିଟି ଖୁବ ସ୍ୱତନ୍ତ୍ର ହୋଇଥାଏ । କାରଣ ଏହା ମନୁଷ୍ୟର ଖରାପ ଭଲ ସମୟ ଏବଂ ଧନ ଆସିବାର ସଙ୍କେତ ମଧ୍ୟ ଦେଇଥାଏ । ଯାହାକୁ ମନୁଷ୍ୟ ଜାଣି ପାରିବା ଉଚିତ । ଝିଟିପିଟି ଦେଖିଲେ କିଛି ଜିନିଷ ତାହା ଉପରେ ପକାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ପୁଣି ଶକୁନ ଶାସ୍ତ୍ର ଅନୁଯାୟୀ ଝିଟିପିଟି କୌଣସି ଖାସ ସ୍ଥାନ ଏବଂ ମନୁଷ୍ୟର କୌଣସି ଖାସ ଅଙ୍ଗ ଉପରେ ପଡ଼ିଲେ ତାହା ଖରାପ କିମ୍ବା ଭଲ ସଙ୍କେତ ଦେଇଥାଏ । ସେହିଭଳି ଦୀପାବଳି ଦିନ ଝିଟିପିଟି ଦେଖାଗଲେ ତାହା ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ ଏବଂ ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

ଝିଟିପିଟି ହିନ୍ଦୁ ଧର୍ମରେ ପୂଜନୀୟ ଅଟେ । ତେଣୁ ସନ୍ଧ୍ୟା ସମୟରେ ଯଦି ଆପଣ ଘରର କାନ୍ଥରେ ଝିଟିପିଟି ହଠାତ ଦେଖୁଛନ୍ତି ତେବେ ତୁରନ୍ତ ପୂଜା ଘରୁ ପୂଜାରେ ଲାଗୁଥିବା ଚାଉଳ ଏବଂ ସିନ୍ଦୁର ଆଣି ନିଜର ମନସ୍କାମନା ସ୍ମରଣ କରି ଝିଟିପିଟି ଉପରକୁ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ମନସ୍କାମନା ପୂରଣ ହୋଇଥାଏ । ଘର ସଫା କରିବା ସମୟରେ ହଠାତ ଆପଣଙ୍କ ଦ୍ୱାରା ଭୁଲରେ କୌଣସି ଝିଟିପିଟିର ମୃତ୍ୟୁ ହେଉଛି ତେବେ ତାହାକୁ ତୁରନ୍ତ ତାହାକୁ ଏକ ଗାତ ଖୋଳି ସତ୍କାର କଲେ ପାପରୁ ମୁକ୍ତି ମିଳିଥାଏ ଏବଂ ମାତା ଲକ୍ଷ୍ମୀଙ୍କ କ୍ରୋଧର ସାମ୍ନା କରିବାକୁ ମଧ୍ୟ ପଡ଼ି ନଥାଏ । ଖାଇବା ସମୟରେ ଝିଟିପିଟିର ଶବ୍ଦ ଶୁଣାଗଲେ ତାହା ଧନ ପ୍ରାପ୍ତିର ସଙ୍କେତ ଅଟେ ଏବଂ ଝିଟିପିଟିର ସଙ୍ଗମ ଦେଖିଲେ ତାହା ହଠାତ କୌଣସି ବନ୍ଧୁଙ୍କ ସାକ୍ଷାତ ହେବାର ସଙ୍କେତ ଅଟେ ।

ସ୍ୱପ୍ନରେ ମୃତ ଝିଟିପିଟି ଦେଖିଲେ ତାହା ଆପଣଙ୍କ ଜୀବନରେ ଆଗାମୀ ସମୟରେ ଆସିବାକୁ ଯାଉଥିବା ଅଶୁଭ ଘଟଣା ବିଷୟରେ ସଙ୍କେତ ଦେଇଥାଏ । ମୁଣ୍ଡ କିମ୍ବା ହାତରେ ଝିଟିପିଟି ହଠାତ ପଡ଼ିଗଲେ ଭବିଷ୍ୟତରେ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ । ଭୋଜନ କରିବା ସମୟରେ ଝିଟିପିଟି ନଜର ଆସିଲେ ତାହା ଭଲ ସମୟର ସଙ୍କେତ ଅଟେ । ଭୋଜନ କରିବା ସମୟରେ ଗୋଡ଼ ଉପରେ ଝିଟିପିଟି ପଡ଼ିଗଲେ ତାହା କୌଣସି ଗମ୍ଭୀର ରୋଗର ଆଗମନର ସଙ୍କେତ ଅଟେ । କୌଣସି ଆଲୋଚନା ଚାଲିଥିବା ସମୟରେ ଝିଟିପିଟି ଶବ୍ଦ କଲେ ସେହି କଥା ସତ ହୋଇଥାଏ ବୋଲି ମାନ୍ୟତା ରହିଛି । ମଥାରେ ଝିଟିପିଟି ଧନପ୍ରାପ୍ତି ହୋଇଥାଏ । ଯଦି କୌଣସି ଝିଟିପିଟି ନିଜ ଆହାରକୁ ଧରୁଥିବାର ଦେଖନ୍ତି ତେବେ ଏହା ଉଭଟ ଧନ ପ୍ରାପ୍ତି ଏବଂ ଧନ କ୍ଷତିର ସଙ୍କେତ ଦେଇଥାଏ ।

ଆପଣ ଯଦି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରୁକୁ ଯିବା ସମୟରେ ଦୁଇଟି ଝିଟିପିଟିକୁ ଯଦି ଝଗଡ଼ା କରୁଥିବାରୁ ଦେଖନ୍ତି ତେବେ ଆପଣଙ୍କ ସେହି କାମରେ ଆପଣଙ୍କୁ ସଫଳତା ବହୁତ କଷ୍ଟରେ ମିଳିବ କିମ୍ବା ବିଳମ୍ବ ହେବ । ଝିଟିପିଟି ମଥାରେ ପଡ଼ିଲେ ଧନ ଲାଭ , ଡାହାଣ କାନରେ ପଡ଼ିଲେ ଆଭୂଷଣ ପ୍ରାପ୍ତି , ବାମ କାନରେ ପଡ଼ିଲେ ଆୟୁଷ ଦୀର୍ଘ ହୋଇଥାଏ , ମହିଳାଙ୍କ ଲମ୍ବା କେଶ ଉପରେ ପଡ଼ିଲେ କୌଣସି ଖରାପ ସମାଚାର ମିଳିବାର ସଙ୍କେତ ମିଳିଥାଏ । ଯଦି ନିଜ ପୂଜାଘରେ ହଠାତ ଝିଟିପିଟି ଦେଖୁଛନ୍ତି ତେବେ ତୁରନ୍ତ ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଦୀପ ନିଶ୍ଚିତ ଜାଳି ଦିଅନ୍ତୁ । ଏହି ସମୟରେ ପ୍ରାର୍ଥନା କଲେ ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ । ଯଦି ଆପଣ ସ୍ୱପ୍ନରେ ବାରମ୍ବାର ଝିଟିପିଟି ଝଗଡ଼ା କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣ କୌଣସି ବଡ଼ ବିବାଦର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *