ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ , ନଚେତ ଆସିଥାଏ ଭୟଙ୍କର ଦାରିଦ୍ର୍ୟତା :-

ସୌରଜଗତରେ ସବୁ ଗ୍ରହ ସୂର୍ଯ୍ୟଙ୍କ ଠାରୁ ଶକ୍ତି ଗ୍ରହଣ କରୁ ହିଁ ଚଳନ କରିଥାନ୍ତି । ପୁଣି ମନୁଷ୍ୟ ଜୀବନର ସୁଖ ଦୁଃଖ ଭାଗ୍ୟ ସେହି ଗ୍ରହ ମାନଙ୍କର ଚଳନ ଉପରେ ହିଁ ନିର୍ଭର କରିଥାଏ । ଗ୍ରହ ଚଳନରେ କିଛି ସମସ୍ୟା ହେଲେ ଅନେକ ବାଧା ଆସିଥାଏ । ସେହି ଗ୍ରହ ଦୋଷରୁ ମୁକ୍ତି ପାଇଁ ବୁଧବାର ଦିନ ବୁଧ ଗ୍ରହଙ୍ର , ଗୁରୁବାର ଦିନ ବୃହସ୍ପତି , ଶୁକ୍ରବାର ଦିନ ଶୁକ୍ରଗ୍ରହଙ୍କର ଏବଂ ଶନିବାର ଦିନ ଶନିଦେବଙ୍କର ଉପାସନା କରାଯାଏ । ଏହାବ୍ୟତୀତ ରବିବାରକୁ ସମସ୍ତେ ଛୁଟି ଦିନ ଭାବି ତାହାକୁ ଅବହେଳା କରିଥାନ୍ତି ଏବଂ ଏପରି କିଛି କାମ କରିଥାନ୍ତି ଯାହା ଆଦୋୖ କରିବା ଉଚିତ ନଥାଏ ।

ରବିବାର ସୂର୍ଯ୍ୟଦେବଙ୍କ ଦିନ ଅଟେ । ତେଣୁ ଏହିଦିନ କିଛି କାମକୁ ଆଦୋୖ କରିବା ଉଚିତ ନୁହେଁ । ଅନେକ ସମୟରେ ଲୋକଙ୍କ ଜୀବନରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ବଦଳିଯାଏ । ଯାହାଦ୍ୱାରା ଜୀବନରେ ଅନେକ କିଛି ସମସ୍ୟା ଆସିଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି କାମ ବିଷୟରେ କହିବୁ ଯାହାକୁ ରବିବାର ଦିନ ଆଦୋୖ କରିବା ଉଚିତ ନୁହେଁ । ନଚେତ ସୂର୍ଯ୍ୟଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିପାରେ ।

୧ . ଶାସ୍ତ୍ର ଅନୁସାରେ ଘର ଭିତରକୁ ସୂର୍ଯ୍ୟ ରଶ୍ମି ପ୍ରବେଶ କରିବା ନିତାନ୍ତ ଜରୁରୀ ଅଟେ । ନଚେତ ଘରେ କେବଳ ନକରାତ୍ମକତାର ବାସ ହୋଇଥାଏ । ଘର ମଧ୍ୟକୁ ସୂର୍ଯ୍ୟ ରଶ୍ମି ପ୍ରବେଶ କଲେ ଘରେ ସକାରାତ୍ମକତା ଉଜ୍ଜୀବିତ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରକୁ ନିର୍ମାଣ କରିବା ସମୟରେ ଏହି ଧ୍ୟାନ ଦେବା ଉଚିତ ଏବଂ ଏଭଳି ଭାବରେ ନିର୍ମାଣ କରିବା ଉଚିତ ଯେପରି ପ୍ରତ୍ୟେକ ଦିନ ସୂର୍ଯ୍ୟ ରଶ୍ମି ଘର ମଧ୍ୟକୁ ପ୍ରବେଶ କରିବ । ସୂର୍ଯ୍ୟ ରଶ୍ମି ଶରୀର ଉପରେ ପଡ଼ିଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ହାଡ଼ ମଜବୁତ ହୋଇଥାଏ । ତେଣୁ ବିଶେଷ କରି ରବିବାର ଦିନ ଘର ଭିତରକୁ ସୂର୍ଯ୍ୟ ରଶ୍ମି ପଡ଼ିବା ଆବଶ୍ୟକ

୨ . ଏହିଦିନ ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପିତ କରିବା ଉଚିତ ନୁହେଁ । ନଚେତ ଅନର୍ଥ ହୋଇଥାଏ । ଆପଣ ଚାହିଁଲେ ଅଶ୍ୱତ୍ଥ ବୃକ୍ଷ ତଳେ ଘିଅ ଦୀପ ପ୍ରଜ୍ଜ୍ୱଳନ କରିପାରିବେ ।

୩ . ରବିବାର ଦିନ ଛୁଟି ଭାବି ଅନେକ ଲୋକ ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇ ରାହନ୍ତି । କିନ୍ତୁ ଯଦି ଆପଣ ସୂର୍ଯ୍ୟ ଦେବଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ସକାଳୁ ଜଲଦି ଉଠି ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ଏକ ତମ୍ବା ଲୋଟାରେ ପାଣିରେ ଚାଉଳ ଏବଂ ସିନ୍ଦୁର ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ଭଗବାନ ସୂର୍ଯ୍ୟଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ବୈଜ୍ଞାନିକ ମାନଙ୍କ ଅନୁଯାୟୀ ରବିବାର ଦିନ ଯଦି ଆପଣଙ୍କୁ ସ୍ନାନ କରିବାକୁ ସମୟ ନାହିଁ ତେବେ ଆପଣ କେବଳ ଶନିବାର ଦିନ ସୂର୍ଯ୍ୟଙ୍କୁ ତିନି ଥର ଜଳ ଅର୍ପଣ କରନ୍ତୁ ।

୪ . ରବିବାର ଦିନ କେଶରେ ତେଲ ଲଗାନ୍ତୁ ନାହଁ କିମ୍ବା କେଶକୁ କାଟନ୍ତୁ ନାହିଁ । ଏହାବ୍ୟତୀତ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ତିଳ ତେଲର ପ୍ରୟୋଗ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଭବିଷ୍ୟତ ସମସ୍ୟାରୁ ମୁକ୍ତି ମିଳିଯିବ ।

୫ . ରବିବାର ଦିନ କୌଣସି ଦେବଦେବୀଙ୍କୁ ମସୁରି ଡାଲି ଅର୍ପିତ କରିବା ଉଚିତ ନୁହେଁ । କାରଣ ଏହା ନକରାତ୍ମକ ଖାଦ୍ୟ ହୋଇଥାଏ । ରବିବାର ଦିନ ପିଆଜ ରସୁଣ ଏବଂ ଅଦା ମଧ୍ୟ ସେବନ କରିବା ଉଚିତ ନୁହେଁ । ଯଦି ଆପଣଙ୍କର ସନ୍ତାନ ପ୍ରାପ୍ତି ଇଚ୍ଛା ଥାଏ ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ରତ ପାଳନ କରନ୍ତୁ ଏବଂ ସନ୍ଧ୍ୟାରେ ବିନା ଲୁଣରେ ଭୋଜନର ସେବନ କରନ୍ତୁ । ରବିବାର ଦିନ ମାଛ କିମ୍ୱା ମାଂସର ଭୋଜନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *