ଗରୁଡ଼ ସ୍ତମ୍ଭ କେଉଁଥିରେ ନିର୍ମିତ ଓ ଏହାକୁ ଆଲିଙ୍ଗନ କଲେ କଣ ମିଳେ ?

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଗରୁଡ଼ ସ୍ତମ୍ଭ କେଉଁଥିରେ ନିର୍ମିତ ଏବଂ ତାହାକୁ ଆଲିଙ୍ଗନ କଲେ କଣ ଲାଭ ହୋଇଥାଏ । ତେବେ ଆପଣ ମାନେ ଜାଣିଛନ୍ତି ଯେ ଭକ୍ତ ଯେତେବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥାଏ ସେତେବେଳେ ମନ୍ଦିର ସାମ୍ନାରେ ଥିବା ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରିଥାଏ । ଏପରି ମାନ୍ୟତା ରହିଛି ଯେ ଗରୁଡ଼ ସ୍ତମ୍ଭକୁ କୁଣ୍ଢାଇଲେ ତାହା ମହାପ୍ରଭୁଙ୍କୁ କୁଣ୍ଢେଇବା ସହିତ ସମାନ ଅଟେ । ପୁଣି ମହାପ୍ରଭୁ ରତ୍ନ ସିଂହାସନରେ ବିରାଜମାନ ରହନ୍ତି । ତେଣୁ ଯେକୌଣସି ଭକ୍ତ ଭଗବାନଙ୍କୁ ହାତ ବଢ଼େଇ ଛୁଇଁବାକୁ ଚେଷ୍ଟା କରିବ କିନ୍ତୁ ସ୍ପର୍ଶ କରିବା ସମ୍ଭବ ନୁହେଁ ।

ତେଣୁ ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବାକୁ ଭକ୍ତ ମାନେ ଚିନ୍ତା କରିଥାନ୍ତି । ତେବେ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ଦ୍ଵନ୍ଦରେ ଅଛନ୍ତି ଯେ ଏହି ଗରୁଡ଼ ସ୍ତମ୍ଭ କାଠରେ ନିର୍ମିତ ନା ପଥରରେ ନିର୍ମିତ ନା ଆଉ କୌଣସି ଧାତୁରେ ନିର୍ମିତ । ଏହାକୁ ଏକ ଜୀବାଶ୍ମ ବୋଲି କୁହାଯାଏ । ତେଣୁ ତାହା ଗରୁଡ଼ ଉଦ୍ଗାର ମଣି କିମ୍ବା ଜୀବଶ୍ମରେ ନିର୍ମିତ ହୋଇଛି ବୋଲି କୁହାଯାଏ । ଯେଉଁଠି ମଝିରେ ଏକ ଫାଟ ସୃଷ୍ଟି ହୋଇଛି ।

ଭକ୍ତ ଯେତେବେଳେ ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରି ସେତେବେଳେ ଅନେକ ପୁଣ୍ୟ ପ୍ରାପ୍ତ କରିଥାଏ । ଯେତେବେଳେ କନ୍ଦର୍ପ ରଥରେ ବିଜେକରି ମହାପ୍ରଭୁ ମୁରଲୀ ବାଜାଉଥିଲେ ସେତେବେଳେ ନିଶାର୍ଦ୍ଧରେ ଗୋପାଳୁଣୀ ମାନେ ତାଙ୍କ କନ୍ଦର୍ପିୟ ରଥରେ ସାମିଲ ହେବାପାଇଁ ନିଜ ସ୍ୱାମୀ ଏବଂ ଶାଶୁକୁ ନଜଣାଇ ବୃନ୍ଦାବନରେ ଥିବା ନିମ ଗଛ ମୂଳକୁ ଯାଉଥିଲେ । ସେମିତି ଜଣେ ଗୋପାଳୁଣିଙ୍କ ସ୍ୱାମୀ ଯେତେବେଳେ ତାକୁ ନେଇ ଯାଇଥିଲା ଏବଂ ଖରାପ ଭାଷାରେ ଗାଳି କରିଥିଲେ ସେତେବେଳେ ସେ କନ୍ଦର୍ପ ରଥରେ ଭାଗ ନେଇପାରି ନଥିଲେ ।

ତେଣୁ ସେ ଦୁଃଖରେ ଆତ୍ମହୁତି ଦେଇଥିଲେ । ତେଣୁ ସେ ଯେଉଁ ପଥରରେ ମଥା ପିଟି ଆତ୍ମହୁତି ଦେଇଥିଲେ ସେହି ପଥରରେ ହିଁ ମହାପ୍ରଭୁଙ୍କ ଗରୁଡ଼ ସ୍ତମ୍ଭ କରାଯାଇ ଶ୍ରୀମନ୍ଦିରରେ ରଖାଯାଇଛି । ଯାହାକୁ ଭକ୍ତ ମାନେ ଆଲିଙ୍ଗନ କରି ପରମ ସୁଖ ଲାଭ କରୁଛନ୍ତି । ସେହିପରି ମହାପ୍ରଭୁଙ୍କ ସ୍ନାନକୁ ଅବକାଶ କୁହାଯାଇଥାଏ । ଏହି ସ୍ନାନ ସରିବା ପରେ ହିଁ ଗରୁଡ଼ଙ୍କ ସ୍ନାନ ହୋଇଥାଏ । ସେହି ସ୍ନାନ ଜଳ ପାଇବା ପାଇଁ ଭକ୍ତ ମାନେ ଚାରିପଟେ ଜମା ହୋଇଥାନ୍ତି । ତାପରେ ଯାଇ ମହାପ୍ରଭୁ ନିଜର ଦୈନନ୍ଦିନ ବେଶ ଧାରଣ କରିଥାନ୍ତି । ତାପରେ ଯାଇ ମହାପ୍ରଭୁଙ୍କ ପୂଜା ହୋଇଥାଏ ।

Leave a Reply

Your email address will not be published. Required fields are marked *