ଘରର ମହିଳା ମାନେ କିଛି କଥା ପ୍ରତି ଦୃଷ୍ଟି ଦେବା ଉଚିତ ନଚେତ ଘର ଦାରିଦ୍ର୍ୟ ହୋଇଯାଏ । ସାଧରଣତଃ ମହିଳା ମାନେ ରୋଷେଇ ଘରେ ଏହି ଭୁଲ କରିବା ଉଚିତ ନୁହେଁ । ନଚେତ ପୁରା ଘର ବର୍ବାଦ ହୋଇଯାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ମାତା ଅନ୍ନପୂର୍ଣ୍ଣା ବାସ କରନ୍ତି ସେହି ଘରେ ଅନ୍ୟ ଦେବଦେବୀଙ୍କ ବାସ ମଧ୍ୟ ହୋଇଥାଏ । ମନୁଷ୍ୟ ନିଜ ଜୀବନରେ ସଫଳତା ପାଇବା ପାଇଁ ପ୍ରଥମ ଆବଶ୍ୟକତା ହେଉଛି ସୁସ୍ଥ ଶରୀର । ଯାହାଦ୍ୱାରା ମନୁଷ୍ୟ ସବୁ କ୍ଷେତ୍ରରେ ସଫଳତା ପାଇଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଭୁଲ କାମ ନକଲେ ଘର ପରିବାରରେ ସୁଖ ସମୃଦ୍ଧି ବଜାୟ ରହିଥାଏ ।
୧ . କିଛି ମହିଳା ଏପରି ଅଛନ୍ତି ଯେଉଁମାନେ ରୋଷେଇ ଘରକୁ ଯିବା ପୂର୍ବରୁ ହାତ ଗୋଡ଼ ନଧୋଇ ପ୍ରବେଶ କରନ୍ତି ଏବଂ ରୋଷେଇ ସମୟରେ ମୁଣ୍ଡରେ ହାତ ଲଗାଇ ପୁଣି ରୋଷେଇ କରିଥାନ୍ତି । ସେହି ଖାଦ୍ୟ ଖାଇବା ଦ୍ୱାରା ଘରର ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହାଦ୍ବାରା ଘରୁ ମାତା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇ ମଧ୍ୟ ଚାଲି ଯାଆନ୍ତି । ଏପରି ଘରେ ଦାରିଦ୍ର୍ୟତା ବାସ କରିବା ସହିତ ଘର ଲୋକ କୌଣସି କାମରେ ସଫଳତା ପାଇ ପାରନ୍ତି ନାହିଁ । ସର୍ବଦା ସ୍ୱଚ୍ଛ ହାତରେ ହିଁ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ।
୨ . ରୋଷେଇ ଘରକୁ ସଫାସୁତୁରା ରଖିବା ଉଚିତ । ନଚେତ ସେହି ଘରେ ରାହୁ କେତୁଙ୍କ ବାସ ହୋଇଥାଏ ଏବଂ ଘର ଧୀରେ ଧୀରେ ଦାରିଦ୍ର୍ୟତା ଦିଗରେ ଗତି କରିଥାଏ । ରୋଷେଇ ଘରକୁ ସଫାସୁତୁରା ରଖିଲେ ମାତା ଅନ୍ନପୂର୍ଣ୍ଣା ସର୍ବଦା ଘରକୁ ଆକର୍ଷିତ ହୋଇଥାନ୍ତି ।
୩ . ଘରେ ଧାରୁଆ ଜିନିଷ ଅଧିକ ରଖିଲେ ଅଶାନ୍ତି ବଢ଼ିଥାଏ । ତେଣୁ ରୋଷେଇ ଘରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ଛୁରୀ କିମ୍ବା ଧାରୁଆ ଅସ୍ତ୍ର ରଖନ୍ତୁ ନାହିଁ । ଯଦି କୌଣସି ଛୁରୀ ଦୀର୍ଘ ସମୟ ଧରି ବ୍ୟବହାର କରି ନାହାଁନ୍ତି ତେବେ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ ନଚେତ ଏଭଳି ଜିନିଷ ନକରାତ୍ମକତାକୁ ଆକର୍ଷିତ କରିଥାଏ । ଏହାଦ୍ବାରା ଘର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।
୪ . ରୋଷେଇ ଘର ସାମ୍ନାରେ ଜୋତା ଚପଲ ଝାଡୁ ପୋଛା କେବେ ରଖିବା ଉଚିତ ନୁହେଁ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି ଏବଂ ପୁରା ଘରକୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ ।
୫ . ରୋଷେଇ ଘରେ ଭୋଜନ ବନାଉ ଥିବା ସମୟରେ ମହିଳା ମାନେ ଭୋଜନ ଅଇଁଠା କରିବା ଉଚିତ ନୁହେଁ । ଏପରି କରିବାକୁ କରିବା ଦ୍ୱାରା ମାତା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ । ଏହାଦ୍ବାରା ଘରେ ଦାରିଦ୍ର୍ୟତାର ବାସ ହୋଇଥାଏ । ଏମିତିକି ଭୋଜନ ତିଆରି କରିବା ସମୟରେ ତାହାର ସ୍ୱାଦ ପରଖିବା ପାଇଁ ଚାଖିବା ମଧ୍ୟ ଉଚିତ ନୁହେଁ । କାରଣ ଏହାଦ୍ବାରା ଘରର ସୁଖ ଶାନ୍ତି ମଧ୍ୟ ଭଙ୍ଗ ହୋଇପାରେ ।
୬ . ଭୋଜନରେ କେଶ ବାହାରିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ଘର ଉପରେ ରାହୁ କେତୁର ପ୍ରଭାବ ପଡ଼ିଥାଏ । ଏଭଳି ଘର ସର୍ବଦା ନିର୍ଧନ ହିଁ ରହିଥାଏ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ । ଏହାଦ୍ୱାରା ଘରର ଶୁଦ୍ଧତା ନଷ୍ଟ ହେବା ସହିତ ସେହି ଭୋଜନକୁ ଗ୍ରହଣ କଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । କେଶ ଭଲ ଭାବରେ ବାନ୍ଧିବା ପରେ ହିଁ ଭୋଜନ ପ୍ରସ୍ତୁତ କରନ୍ତୁ ।
ରୋଷେଇ ଘରେ ଏହି ସବୁ ଜିନିଷ ରଖିବା ଦ୍ୱାରା ବାସ୍ତୁ ଦୋଷ ଲାଗିଥାଏ ।
୧ . ଆଇନା:-
ରୋଷେଇ ଘରେ ଆଇନା ରଖିବା ଉଚିତ ନୁହେଁ କାରଣ ଆଇନାରେ ଅଗ୍ନିର ପ୍ରତିବିମ୍ବ ଦେଖିବା ଅଶୁଭ ମାନା ଯାଇଥାଏ । ଯାହାଦ୍ୱାରା ଘରେ କଳହ କ୍ଳେଶ ଦେଖା ଦେଇଥାଏ । ଏହାଦ୍ବାରା ଘରର ଆର୍ଥିକ ସ୍ଥିତି ନଷ୍ଟ ହୋଇଥାଏ ।
୨ . ବଳକା ଚକଟା ଅଟା:-
ରୋଟି ତିଆରି ହେବା ପରେ ବଳକା ଚକଟା ଅଟା ଫ୍ରିଜରେ ରଖିବା ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ଲାଗିବା ସହିତ ଶନି ଏବଂ ରାହୁଙ୍କ ଅଶୁଭ ପ୍ରଭାବ ଘର ଉପରେ ପଡ଼ିଥାଏ । ତେଣୁ ଯେତିକି ପ୍ରଯୁଜ୍ୟ ସେତିକି ରୋଟି ପାଇଁ ଅଟା ଚକଟାନ୍ତୁ ।
୩ . ଭଙ୍ଗା ବାସନ:-
ରୋଷେଇ ଘରେ ଭଙ୍ଗା ବାସନ କୁସନ ରଖିବା ଉଚିତ ନୁହେଁ । ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥାଏ ।ବାସୀ ରୋଟି ପାଚନ ତନ୍ତ୍ର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବାସୀ ରୋଟିରେ ଫାଇବାରର ମାତ୍ରା ଅଧିକ ଥାଏ ଯାହାକି ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏହାଦ୍ବାରା ପେଟ ସମସ୍ୟା ଏବଂ ହଜମ ସମସ୍ୟାରୁ ମୁକ୍ତି ମିଳିଥାଏ । ମାତ୍ର ବାସୀ ରୋଟି ଖାଇବା ପୂର୍ବରୁ ତାହାକୁ ଭଲ ଭାବର ଚେକ କରି ଖାଆନ୍ତୁ ନଚେତ ତାହା ଶରୀର ପାଇଁ ଅସ୍ୱାସ୍ଥ୍ୟକର ହୋଇପାରେ ।