ଜୁନ ୪ ଜ୍ୟେଷ୍ଠ ପୂର୍ଣ୍ଣିମା , ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ।

ପୂର୍ଣ୍ଣିମା ତିଥିରେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେଣୁ ଏହି ପୂର୍ଣ୍ଣିମା ତିଥି ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଖାସ ହୋଇଥାଏ । ଯେହେତୁ ତୁଳସୀ ଗଛରେ ମଧ୍ୟ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ତେଣୁ ତୁଳସୀ ଗଛରେ ଚୁନି ବାନ୍ଧିବା ଦ୍ୱାରା ଅନେକ ଶୁଭ ଫଳ ଜୀବନରେ ପ୍ରାପ୍ତ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।

ଜାଣି ରଖନ୍ତୁ ଯେ ତୁଳସୀ ଗଛ ମୂଳରେ ଚୁନି ବାନ୍ଧିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।କେବଳ ଭାରତରେ ନୁହେଁ ବରଂ ଅଧିକାଂଶ ଦେଶରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ଧାର୍ମିକ , ଆଧ୍ୟାତ୍ମିକ ଏବଂ ଆୟୁର୍ବେଦ କ୍ଷେତ୍ରରେ ଏହାର ମହତ୍ତ୍ୱ ବେଶ ଅଧିକ ଅଟେ । ପୁରାଣ ଯୁଗରୁ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କ ଅର୍ଧଙ୍ଗିନୀ ମାନ୍ୟତା ମିଳିଛି ତେଣୁ ଭଗବାନ ମିଳିତ ଭାବରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହେଲେ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ ।

ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ତ୍ରିଦେବଙ୍କ ଉପସ୍ଥିତି ସହିତ ଘରର ଦୁଃଖ ଦୁର୍ଦଶା ସମସ୍ୟା ସବୁକିଛି ଦୂର ହୋଇଥାଏ । ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ତୁଳସୀ ପତ୍ର ରହିବା ନିତାନ୍ତ ଜରୁରୀ ଅଟେ । ନଚେତ ଏହାଦ୍ବାରା ପୂଜା ଅପୂର୍ଣ୍ଣ ରହିଥାଏ । ପ୍ରାୟ ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ନିଶ୍ଚୟ ଥାଏ କିନ୍ତୁ ତୁଳସୀ ଗଛରେ ଚୁନି ଚଢ଼ାଇବା ନିତାନ୍ତ ଜରୁରୀ ଅଟେ ।

ଭୁଲରେବି ତୁଳସୀ ଗଛରେ ନାଲି ଚୁନି ନଚଢ଼ାଇ ଧଳା , ଚମକିଲା କିମ୍ବା ନୀଳ ଚୁନି ଚଢ଼ାଇବା ଉଚିତ । ମାତ୍ର ଯେମିତି ଫଟା କିମ୍ବା ଅତ୍ୟନ୍ତ ପୁରାଣ ଚୁନି ତୁଳସୀ ଗଛରେ ରହିବା ଉଚିତ ନୁହେଁ । ତେଣୁ ସେପରି ହୋଇଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ତୁଳସୀ ବିବାହ କରାଇବା ମନୁଷ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ଯାହାଦ୍ୱାରା ମନୁଷ୍ୟ ଜୀବନରେ କେବେ କଷ୍ଟ ଆସେନାହିଁ ।

ତେଣୁ ତୁଳସୀ ଏବଂ ଶାଳୀଗ୍ରାମର ବିବାହ କରାଇବାର ମାନ୍ୟତା ରହିଛି । ତୁଳସୀ ଗଛ ପାଖରେ ସର୍ବଦା ପରିଷ୍କାର ରଖିବା ଉଚିତ । ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ନିଜ ମୁହଁରୁ ଅପଶବ୍ଦ ବାହାର କରିବା ଉଚିତ ନୁହେଁ । ତୁଳସୀ ଗଛ ପାଖରେ ସର୍ବଦା ସ୍ୱଚ୍ଛତା ରହିବା ଆବଶ୍ୟକ । ଏହା ପାଖରେ କୌଣସି ପ୍ରକାରର ଆବର୍ଜନା , ଜୋତା ଚପଲ ରଖିବା ଉଚିତ ନୁହେଁ ।

କାରଣ ଏହାଦ୍ବାରା ମାତା ତୁଳସୀଙ୍କର ଅପମାନ ହୋଇଥାଏ ଏବଂ ତୁଳସୀ ଗଛର ଆଖପାଖର ବାତାବରଣ ଅଶୁଦ୍ଧ ହୋଇଯାଏ । ରବିବାର ଦିନ ତୁଳସୀ ଗଛରୁ ପତ୍ର ଛିଡ଼ାଇବା ଉଚିତ ନୁହେଁ ଏବଂ ପୂଜା କରିବା ମଧ୍ୟ ଉଚିତ ନୁହେଁ । ମାତ୍ର ଅନ୍ୟ ଦିନ ମାନଙ୍କରେ ସକାଳ ସନ୍ଧ୍ୟା ତୁଳସୀ ଗଛର ପୂଜା କରି ଦୀପ ଜାଳିବା ନିତାନ୍ତ ଜରୁରୀ ଅଟେ ।

ଖରାପ ମାଟିରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ ଏବଂ ଶୁଖିଲା ତୁଳସୀ ଗଛ ଘରେ ରହିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ମାତା ତୁଳସୀ ଏବଂ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ମାସିକ ଧର୍ମ ସମୟରେ ତୁଳସୀରେ ଜଳ ଚଢ଼ାଇବା ଉଚିତ ନୁହେଁ । ଏହାବ୍ୟତୀତ ଜୋତା ପିନ୍ଧି ଜଳ ଚଢ଼ାଇବା ଉଚିତ ନୁହେଁ । ଘରେ ଏକାଧିକ ତୁଳସୀ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହାର ଅର୍ଥ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ , ଶିବଲିଙ୍ଗ , ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ନିୟମିତ ଭାବରେ ତୁଳସୀ ମୂଳରେ ଦୀପ ଜାଳିଲେ ମଣିଷକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ତୁଳସୀ ଗଛ ମୂଳରେ ନାଗଫେଣି ଗଛ ଆଦୋୖ ଲଗାଇବା ଉଚିତ ନୁହେଁ । କାରଣ କଣ୍ଟା ଜାତୀୟ ଗଛ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ ।

ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ । ଏହାକୁ ସର୍ବଶ୍ରେଷ୍ଠ ଏବଂ ମଙ୍ଗଳକାରୀ ମଣାଯାଏ । ଏହାଦ୍ବାରା ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ତୁଳସୀ ଗଛ ସହିତ ଶାଳୀଗ୍ରାମ ରଖିଲେ ଘରେ ସୁଖ ଶାନ୍ତି ସର୍ବଦା ବଜାୟ ରହିଥାଏ ।

Leave a Reply

Your email address will not be published. Required fields are marked *