ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି ଯେଉଁ ମାନଙ୍କ ମଧ୍ୟରୁ କିଛି ଲୋକ ଟଙ୍କା ରୋଜଗାର ପାଇଁ ଭଲ ରାସ୍ତା ଆପଣାଉଥିବା ବେଳେ ଆଉ କିଛି ଲୋକ ଭୁଲ ରାସ୍ତାରେ ଯାଇ ଅଧିକ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଟଙ୍କା ରୋଜଗାର ତ କରନ୍ତି କିନ୍ତୁ ଟଙ୍କା ସ୍ଥାୟୀ ହୋଇ ରହେନାହିଁ ଏବଂ ବହୁତ ଜଲଦି ପର୍ସ ଖାଲି ହୋଇଯାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣକୁ କହିବୁ ଯେ ପର୍ସରେ ଏଭଳି କେଉଁ ଜିନିଷ ରଖିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।
ପର୍ସରେ ଯଦି ଆପଣ ମାତା ଲକ୍ଷ୍ମୀଙ୍କର ଏକ ଛୋଟ ଫୋଟ ରଖନ୍ତି ତେବେ ଆପଣଙ୍କୁ କେବେ ଧନର ଅଭାବ ହେବ ନାହିଁ । ମାତ୍ର ସେହି ଫୋଟରେ ମାତା ଲକ୍ଷ୍ମୀ ବସିଥିବା ମୁଦ୍ରାରେ ରହିବା ଆବଶ୍ୟକ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶ୍ୱତ୍ଥ ପତ୍ର ପୂଜନୀୟ ଅଟେ ଏବଂ ଏହାକୁ ଅଭିମନ୍ତ୍ରିତ କରି ପର୍ସରେ ରଖିଲେ ଆର୍ଥିକ ଲାଭ ହୋଇଥାଏ ।
ଏକ ନାଲି କାଗଜରେ ନିଜ ମନସ୍କାମନା ଲେଖି ତାହାକୁ ଏକ ରେଶମୀ ସୂତାରେ ବାନ୍ଧି ନିଜ ପର୍ସରେ ରଖିଲେ ଅର୍ଥ ପ୍ରାପ୍ତି ସମ୍ବନ୍ଧୀୟ ମନସ୍କାମନା ପୂରଣ ହୋଇଥାଏ ଏବଂ ପର୍ସ କେବେ ଖାଲି ମଧ୍ୟ ହୋଇ ନଥାଏ । ଅନ୍ନ ଏବଂ ଧନ ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ପର୍ସରେ ଏକ ଚିମୁଟା ଚାଉଳ ରଖିଲେ ଧନର ଅଭାବ ହୁଏନାହିଁ । ପର୍ସରେ ଆପଣ କାଚ ଟୁକୁଡ଼ା , ଛୋଟ ଛୁରୀ , ଗୋମତି ଚକ୍ର , କଉଡ଼ି କିମ୍ବା ରୂପାର ମୁଦ୍ରା ରଖିଲେ ମଧ୍ୟ ଧନପ୍ରାପ୍ତି ହୋଇଥାଏ ।
ପର୍ସରେ ରୁଦ୍ରାକ୍ଷ ରଖିଲେ ଦାରିଦ୍ର୍ୟତା ଦୂର ହୋଇଥାଏ । ଗୁରୁଜନଙ୍କ ଠାରୁ ମିଳିଥିବା ଟଙ୍କାକୁ ଆଶୀର୍ବାଦ ସ୍ୱରୂପ ହଳଦୀ ଲଗାଇ ରଖିଲେ ପର୍ସ କେବେବି ଖାଲି ହୋଇ ନଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ନହେଉ ତେବେ ପର୍ସରେ ଟଙ୍କା ରଖିବା ସମୟରେ ତାହାକୁ ମୋଡ଼ି ମକଚି ରଖନ୍ତୁ ନାହିଁ । ଏହାବ୍ୟତୀତ ପର୍ସରେ କେବେ ଏଣୁତେଣୁ ଜିନିଷ ରଖନ୍ତୁ ନାହିଁ ଏବଂ ପରିଷ୍କାର ରଖନ୍ତୁ ।
ପ୍ରତ୍ୟେକ ମନୁଷ୍ୟର ଦୁଇ ପ୍ରକାରର ସମୟ ରହିଥାଏ । ଗୋଟିଏ ସମୟ ଶୁଭ ହୋଇଥାଏ ଏବଂ ଆଉ ଗୋଟିଏ ସମୟ ଖରାପ ରହିଥାଏ । ମାତ୍ର ଶୁଭ ସମୟକୁ ଜାଣି ପାରିଲେ ତାହାର ଉପଯୋଗ କରି ମନୁଷ୍ୟ ରୋଡ଼ପତିରୁ କୋଟିପତି ହୋଇ ପାରିବ । ତେଣୁ ଶୁକ୍ର ଗ୍ରହ ମଜବୁତ ହେବା ନିତାନ୍ତ ଜରୁରୀ ଅଟେ । ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଶୁକ୍ରବାର ଦିନ ଅଳେଇଚକୁ ନେଇ କିଛି ପ୍ରୟୋଗ କରି ପାରିବେ ।
ଯଦି ଆପଣ ଏକ ଗ୍ଲାସ ପାଣିରେ ଅଳେଇଚ ଦୁଇ ତିନୋଟି ଅଳେଇଚ ପକାଇ ତାହାକୁ ଫୁଟାଇ ସ୍ନାନ ପାଣିରେ ମିଶାଇ ସ୍ନାନ କରନ୍ତି ତେବେ ଜାତକରେ ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ତାହାକୁ ଆପଣ କୌଣସି ବୋତଲରେ ରଖି ପ୍ରତ୍ୟେକ ଦିନ ସ୍ନାନ ପାଣିରେ ଅଳ୍ପ ଅଳ୍ପ ମିଶାଇ ସ୍ନାନ କରି ପାରିବେ । ଏହି ପାଣିରେ ସ୍ନାନ କଲେ ପବିତ୍ରତା ବଢ଼ିବା ସହିତ ଭାଗ୍ୟ ଉଦୟ ହୋଇଥାଏ । ଅନେକ ସମୟରେ ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ସମସ୍ୟା ଉପୁଜିଥାଏ ।
ଏହି ପରିସ୍ଥିତିରେ ଦୁଇ ଦାନା ଅଳେଇଚ ଏବଂ ମିଶ୍ରୀ ନେଇ କୌଣସି ଦିନ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । ଏହି ଉପାୟ କରି ସାରିବା ପରେ ପଛକୁ ନବୁଲି ଚାଲି ଆସନ୍ତୁ । ବିବାହ ଜନିତ ସମସ୍ୟା ଥିଲେ କୌଣସି ଶୁକ୍ରବାର ଦିନ ୨ଟି କଞ୍ଚା ଅଳେଇଚ କିଛି ମିଠା ବସ୍ତୁ ଏବଂ ଏକ ଘିଅ ଦୀପ ନେଇ ଜଳାଶୟ ନିକଟକୁ ଯାଇ ମିଠା ବସ୍ତୁ ଏବଂ ଅଳେଇଚ ଅର୍ପିତ କରି ଦୀପ ଜାଳି ଦିଅନ୍ତୁ । ଏବଂ ସେହିସବୁ ଜିନିଷକୁ ଜଳରେ ପ୍ରବାହିତ କରି ଦିଅନ୍ତୁ ।
ଏହି ଉପାୟ ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲେ ଭଗବାନ ବିଷ୍ଣୁଙ୍କ ନାମ ନେଇ କୌଣସି ଶୁକ୍ରବାର ଦିନ ତିନୋଟି କଞ୍ଚା ଅଳେଇଚ ଶରୀରରେ ସ୍ପର୍ଶ କରାଇ ଏକ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ପେଶୀ ଖାଦ୍ୟରେ ପକାଇ ନିଜ ସ୍ୱାମୀକୁ ଖାଇବାକୁ ଦିଅନ୍ତୁ । ଏହି ଉପାୟ ଦ୍ୱାରା ସ୍ଵାମୀ ସ୍ତ୍ରୀ ବିବାଦ ଦୂର ହେବା ସହିତ ସମ୍ପର୍କରେ ମଧୁରତା ଆସିଥାଏ ।