ଏପ୍ରିଲ ୨୭ ବଡ଼ ଗୁରୁବାର : ଆଜି ନିଶ୍ଚିତ କରି ଦିଅନ୍ତୁ ଏହି ଗୋଟିଏ କାମ । ବଦଳି ଯିବ ଭାଗ୍ୟ । ସବୁ ମନସ୍କାମନା ହେବ ପୂର୍ଣ୍ଣ ।

ଗୁରୁବାର ଦିନଟି ଶ୍ରୀ ହରି ବିଷ୍ଣୁଙ୍କୁ ସମର୍ପିତ ଅଟେ । ତେଣୁ ଏହିଦିନ ବିଷ୍ଣୁଙ୍କ ପୂଜା ପାଠ କରିବା ସହିତ କିଛି ଉପାୟ କରିବା ଦ୍ୱାରା ମଧ୍ୟ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ପ୍ରଥମତଃ ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ କିନ୍ତୁ ଅତି ଜରୁରୀ ଥିଲେ ପୋଛା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ପୋଛା ଲଗାଇ ପାରିବେ । ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପାଇଁ ଥାଳିରେ ଅନ୍ୟ ପୂଜା ସରଞ୍ଜାମ ସହିତ ହଳଦୀ ନିଶ୍ଚୟ ରଖନ୍ତୁ ଏବଂ ଶଙ୍ଖ ରଖନ୍ତୁ ।

ଏହାସହିତ ଶଙ୍ଖ ବଜାଇବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହେବା ସହିତ ଘରୁ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ । ଗୁରୁବାର ଦିନ ତୁଳସୀ ଗଛରେ ଜଳ ଅର୍ପିତ କରିବା ସମୟରେ ଜଳରେ ତିନି ଚାରି ବୁନ୍ଦା କ୍ଷୀର , ଚାଉଳ ଏବଂ ମିଠା ବସ୍ତୁ ମିଶାଇ ଅର୍ପିତ କଲେ ଘରକୁ ଉନ୍ନତି ଆସିଥାଏ ।

ଏହାବ୍ୟତୀତ ଝାଡୁ କରିବା ସମୟରେ ଜିରା ପକାଇ ଝାଡୁ କରି ତାହାକୁ ବାହାର କରିଦେଲେ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଯଦି ଆପଣ ପ୍ରତ୍ୟେକ ଗୁରୁବାର ଦିନ ଘରର ମୁଖ୍ୟଦ୍ୱାରରେ ହଳଦୀ ମିଶା ପାଣି ସିଞ୍ଚି ଦିଅନ୍ତି ତେବେ ଘରକୁ ସୁଖ ସମୃଦ୍ଧି ଆସିବା ସହିତ ନକରାତ୍ମକ ଶକ୍ତି ମଧ୍ୟ ଦୂରେଇ ଯାଏ । ଯଦି ଆପଣ ଗୁରୁବାର ଦିନ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମରେ ବାହାରକୁ ଯାଉଛନ୍ତି ତେବେ ହାତରେ ହଳଦୀ ଲଗାଇ ଗଲେ ସେହି କାମରେ ନିଶ୍ଚୟ ସଫଳତା ମିଳିଥାଏ ।

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ସମେତ ତୁଳସୀ ମାତାଙ୍କ ପୂଜା କଲେ ମଧ୍ୟ ଉଭୟ ମାତା ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ଯଦି ଆପଣ ଭଗବାନ ବିଷ୍ଣୁଙ୍କ ଚରଣରେ ପୁଜା ସମୟରେ ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ତୁଳସୀ ପତ୍ର ଅର୍ପିତ କରନ୍ତି ତେବେ ଘର ଧନ ଧାନ୍ୟରେ ଭରିଯାଏ ଏବଂ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହୋଇଥାଏ ।

ଧନ ଧାନ୍ୟରେ ଉନ୍ନତି ପାଇଁ ଗୁରୁବାର ଦିନ ଏକ ନାଲି କପଡ଼ାରେ ପାଞ୍ଚଟି କଉଡ଼ି , କିଛି ଗୋଲାପ ଫୁଲ ପାଖୁଡ଼ା , ଗୋଟିଏ କୋଏନ ଏବଂ କିଛି ଚାଉଳ ରଖି ମାତା ଲକ୍ଷ୍ମୀଙ୍କ ଚରଣରେ ଅଳ୍ପ ସମୟ ରଖି ତାହାକୁ ଗୁଡ଼ାଇ ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା କେବେବି ଧନର ଅଭାବ ହୁଏନାହିଁ । ଭଗବାନ ବିଷ୍ଣୁଙ୍କ ଗୁରୁବାର ଦିନ ହଳଦିଆ ଫୁଲ ଏବଂ ଅତର ଅର୍ପିତ କରିବା ମଧ୍ୟ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।

ଏହାବ୍ୟତୀତ ହଳଦିଆ ମିଠା ଏବଂ ଲଡୁ ଭୋଗ ଲଗାଇ ପାରିବେ ମାତ୍ର ଏହିଦିନ ହଳଦିଆ କଦଳୀ ଖାଇବା ବର୍ଜିତ ଅଟେ । ଏହାଦ୍ବାରା ଜୀବନରେ ସମସ୍ୟା ଆସିବା ସହିତ ଦାମ୍ପତ୍ୟ ଜୀବନରେ ମଧ୍ୟ ସମସ୍ୟା ଆସିଥାଏ । ଯଦି ଆପଣ ଗୁରୁବାର ଦିନ ଘରର ମୁଖ୍ୟଦ୍ୱାରରେ ହଳଦୀ ଏବଂ ସିନ୍ଦୁର ଦ୍ୱାରା ସ୍ୱସ୍ତିକ ଚିହ୍ନ ବନାଇଲେ ଘରେ କେବେବି କୌଣସି ପ୍ରକାରର ଅଭାବ ଦେଖା ଦିଏ ନାହିଁ । ସେହି ସ୍ୱସ୍ତିକ ଜୀବନରେ ଆସୁଥିବା ନକରାତ୍ମକତାକୁ ଦୂର କରିଥାଏ ।

ଘର ଚାରିପାଖରେ ହଳଦୀ ରେଖା ଟାଣିଦେଲେ ଗୁରୁଗ୍ରହ ମଜବୁତ ହୋଇଥାଏ ଏବଂ ଘର ଉପରେ କାହାରି ତନ୍ତ୍ର ମନ୍ତ୍ର ପ୍ରଭାବ ପକାଇ ପାରେ ନାହିଁ । ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଗୁରୁବାର ଦିନ କୌଣସି ମନ୍ଦିରରେ ଚଣା ଏବଂ ହଳଦୀ ଦାନ କରି ଦିଅନ୍ତୁ । ଏହାଦ୍ବାରା ମୋଟାପଣ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ପୋଛା ପାଣିରେ ଏକ ଚିମୁଟା ହଳଦୀ ନିଶ୍ଚୟ ମିଶାଇ ଦିଅନ୍ତୁ ।

ସ୍ନାନ ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କଲେ ଛୋଟ ପିଲାଙ୍କ ନଜର ଦୋଷ ସହିତ ବଡ଼ ଲୋକଙ୍କ ବିବାହ ଯୋଗ ମଧ୍ୟ ଆସିଥାଏ । ଏହାବ୍ୟତୀତ ଗୁରୁ ଗ୍ରହ ମଜବୁତ ହେବାଦ୍ୱାରା ଧନ ସମ୍ପଦ ମାନ ସମ୍ମାନ ପ୍ରତିଷ୍ଠା ମଧ୍ୟ ପ୍ରାପ୍ତ ହୋଇଥାଏ । ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ଗୁରୁବାର ଦିନ କଦଳୀ ଗଛର ଚେରକୁ ହାତରେ ବାନ୍ଧିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *