ଏପ୍ରିଲ ୨୧ ବଡ଼ ଶୁକ୍ରବାର : ଘରର ମୁଖ୍ୟଦ୍ୱାରରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ଦେଖିବେ ଗରିବୀ ଭୁଲିଯିବ ଆପଣଙ୍କ ଘରକୁ ରାସ୍ତା

ପୃଥିବୀରେ ଏଭଳି କୌଣସି ଲୋକ ନାହିଁ ଯିଏକି ଅର୍ଥ ରୋଜଗାର ପାଇଁ କିଛି କରେନାହିଁ । ଅର୍ଥ ରୋଜଗାର ପାଇଁ ଲୋକେ କାହିଁ କେତେ ପ୍ରକାରର ବୃତ୍ତି ଆପଣେଇ ଥାଆନ୍ତି । କିନ୍ତୁ ଲୋକ ଅଳ୍ପ ସମୟ ମଧ୍ୟରେ ଅଧିକ ଅର୍ଥ ରୋଜଗାର ପାଇଁ ଅବାଟକୁ ମଧ୍ୟ ଚାଲିଯାଏ । ପୁଣି କିଛି ଲୋକ ବେଇମାନି ନକରି ଭଲ ରାସ୍ତାରେ ଯାଇ ପରିଶ୍ରମ କରି ଟଙ୍କା ରୋଜଗାର କରନ୍ତି । କିନ୍ତୁ ମନୁଷ୍ୟର ସମସ୍ୟା ଏତିକିରେ ଶେଷ ହୁଏନାହିଁ ।

କାରଣ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଖୁବ ପରିଶ୍ରମ କରିବା ସତ୍ତ୍ୱେବି ଟଙ୍କା ସ୍ଥାୟୀ ରହେନାହିଁ ଏବଂ ସଞ୍ଚୟ ହୋଇ ପାରେ ନାହିଁ । ଏହି ସମସ୍ୟା ପାଇଁ ଅନେକ କାରକ ରହିଥାଏ । କହି ରଖିବୁ ଯେ ଧନକୁ ସ୍ଥାୟୀ ରଖିବା ପାଇଁ ମାତା ଲକ୍ଷ୍ମୀ ପ୍ରସନ୍ନ ରହିବା ନିତାନ୍ତ ଜରୁରୀ ଅଟେ । ସମୁଦ୍ର ମନ୍ଥନ ସମୟରେ ହିଁ ମାତା ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା ଏବଂ ଶୁକ୍ର ଗ୍ରହ ସହିତ ମାତା ଲକ୍ଷ୍ମୀଙ୍କ ସମ୍ବନ୍ଧ ରହିଥାଏ ବୋଲି ମାନା ଯାଇଛି ।

ତେବେ କିଛି ଉପାୟ ରହିଛି ଯାହାକୁ ଯଦି ଆପଣ ଏହି ଶୁକ୍ରବାର ଦିନ କରି ଦିଅନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରେ ସ୍ଥାୟୀ ବାସ ହୋଇଥାଏ ଏବଂ ଧନ ହାନୀ ନହୋଇ ସଞ୍ଚିତ ମଧ୍ୟ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ଆପଣ ନିୟମ ଅନୁଯାୟୀ ଏକ ଉପାୟ କରି ପାରିବେ । ଯାହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ । ପ୍ରତ୍ୟେକ ଦିନ ସକାଳୁ ଶୀଘ୍ର ଉଠି ଘରକୁ ଝାଡୁ କରି ନିଜର ନିତ୍ୟକର୍ମ ସ୍ନାନ ସାରି ଦିଅନ୍ତୁ ।

ଏହାପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରି ଘର ମନ୍ଦିରକୁ ଭଲ ଭାବରେ ପରିଷ୍କାର କରି ଦିଅନ୍ତୁ । ଏହାପରେ ଏକ ଲୋଟାରେ ଜଳ ନେଇ ସେଥିରେ ପେଶା ଯାଇଥିବା ହଳଦୀ ମିଶାଇ ଘର ମନ୍ଦିରରେ ରଖି ଦିଅନ୍ତୁ । ପ୍ରଥମେ ମନ୍ଦିରରେ ଥିବା ସବୁ ଦେବଦେବୀଙ୍କ ବିଗ୍ରହକୁ ସ୍ନାନ କରାଇ ବସ୍ତ୍ର ଅର୍ପିତ କରନ୍ତୁ । ଏହାପରେ ଧୂପ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ । ଧ୍ୟାନ ଦେବେ ଯେପରି ଦୀପ ସିଧାସଳଖ ଭୂଇଁରେ ନରହେ ।

କାରଣ ଏହାଦ୍ବାରା ପୂଜା ପୂର୍ବରୁ ହୁଏନାହିଁ । ଦୀପ ତଳେ କୌଣସି କପଡ଼ା , ଫୁଲ ପାଖୁଡ଼ା କିମ୍ବା କିଛି ଚାଉଳ ରଖି ପାରିବେ । ଏହାପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ତିଳକ କରି ପୂଜା କରନ୍ତୁ ଏବଂ ଭୋଗ ଲଗାନ୍ତୁ । ତାପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରି ପୂଜା କରନ୍ତୁ । ମନେ ମନେ ସ୍ମରଣ କରି ମାତା ଲକ୍ଷ୍ମୀଙ୍କୁ ଘରକୁ ଆଗମନ ପାଇଁ ଆବାହନ କରନ୍ତୁ । ୨୧ ଥର ମାତା ଲକ୍ଷ୍ମୀଙ୍କ ମନ୍ତ୍ର ” ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ” ଜପ କରନ୍ତୁ ।

ମାତା ଲକ୍ଷ୍ମୀଙ୍କୁ ତିଳକ କରଥିବା ହଳଦୀରୁ ଟିକିଏ ନିଜ ମଥାରେ ତିଳକ କରି ହଳଦୀ ମିଶା ପାଣିରୁ ଅଳ୍ପ ନେଇ ଦୁଇ ଆଖିରେ ସ୍ପର୍ଶ କରାନ୍ତୁ । ସେହି ପାଣିକୁ ନେଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ଦିଅନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ଘରକୁ ଆଗମନ ପାଇଁ ପ୍ରାର୍ଥନା କରନ୍ତୁ । ପରେ ବଳକା ଜଳକୁ ସାରା ଘରେ ସିଞ୍ଚି ବଳକା ଜଳରୁ ଅଳ୍ପ ପ୍ରସାଦ ଆକାରରେ ଗ୍ରହଣ କରି ବଳକା ଜଳକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ ।

ଏହି ଉପାୟ ନାହିଁ ଦ୍ୱାରା ଘର ପବିତ୍ର ହେବା ସହିତ ଘରକୁ ନକରାତ୍ମକତା ମଧ୍ୟ ପ୍ରବେଶ କରି ନଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ଘରେ ସ୍ଥାୟୀ ବାସ କରନ୍ତି । ଯଦି ଆପଣ ହଳଦୀ ମିଶା ଜଳକୁ ପ୍ରତ୍ୟେକ ଦିନ ଘରେ ସିଞ୍ଚି ଦିଅନ୍ତି ତେବେ ସେହି ଘରେ କେବେ ନକରାତ୍ମକତା ସୃଷ୍ଟି ହୁଏନାହିଁ , କଳହ କ୍ଳେଶ ସୃଷ୍ଟି ହୁଏନାହିଁ ଏବଂ ଧନର ଅଭାବ ମଧ୍ୟ ଦେଖା ଦିଏନାହିଁ । ଯଦି ଆପଣ ଏହି ଉପାୟକୁ ପ୍ରତ୍ୟେକ ଦିନ କରିବା ସମ୍ଭବ ନୁହେଁ ତେବେ ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ କରନ୍ତୁ ।

ଏହି ଉପାୟ ଦ୍ୱାରା ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହିଭଳି ଘର ଦ୍ୱାରରେ ହଳଦୀ ମିଶା ଜଳ ସିଞ୍ଚିବା ସହିତ ଯଦି ଆପଣ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତି ତେବେ ମାତା ପ୍ରସନ୍ନ ହୁଅନ୍ତି । ଘରର ମନ୍ଦିରରେ ଶୁଦ୍ଧ ଘିଅ ରଖିବା ଉଚିତ ଯାହାଦ୍ୱାରା ମାତା ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *