ଜାଣି ରଖନ୍ତୁ ଘରେ କେଉଁ ଗଛ ଲଗାଇବା ଶୁଭ ଏବଂ କେଉଁ ଗଛ ଲଗାଇବା ହୋଇଥାଏ ଅଶୁଭ । ନଚେତ ହୋଇପାରେ ଆର୍ଥିକ ସମସ୍ୟା ।

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଏଭଳି କେଉଁ ସବୁ ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ଆପଣ ବହୁତ ଜଲଦି କୋଟିପତି ହୋଇଯିବେ ଏବଂ କେଉଁ ଗଛ ଘରେ ଲଗାଇବା ଦ୍ୱାରା ଘରକୁ ଦାରିଦ୍ର୍ୟତାର ଆମନ୍ତ୍ରଣ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଗଛଲତା ସାଧରଣତଃ ଆମର ବାସ୍ତୁ ଦୋଷ ଦୂର କରିବା ସହିତ ଜୀବନରେ ଆସୁଥିବା କୌଣସି ପ୍ରକାରର ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଗଛଲତାରେ ଅନେକ ଦିବ୍ୟଶକ୍ତିର ବାସ ହୋଇଥାଏ । ଖାସକରି ଅଶ୍ୱତ୍ଥ ବୃକ୍ଷରେ ସବୁ ଦେବଦେବୀଙ୍କ ବାସ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ରହିଥାଏ । ଆଜି ଆମେ ଆପଣଙ୍କୁ ଏପରି ଚାରୋଟି ଗଛ ବିଷୟରେ କହିବୁ ଯାହାକୁ ଘରେ ଲଗାଇବା ଦ୍ୱାରା ନିର୍ଧନତା , ଦାରିଦ୍ର୍ୟତା ଏବଂ ନଜର ଦୋଷ ଭଳି ସମସ୍ୟା ଦୂର ହୋଇଯିବ ।

୧ . ଶିବଲିଙ୍ଗୀ ଗଛ:-

ଏହି ଗଛ ମିଳିବା ଅତ୍ୟନ୍ତ ଦୁର୍ଲଭ ହୋଇଥାଏ । ଅନେକ ସମୟରେ ଏହା ଖୁବ ସହଜରେ ମିଳିଯାଏ । ସ୍ବୟଂ ଭଗବାନ ମହାଦେବ ଏହାକୁ ପ୍ରାଚୀନ ଗ୍ରନ୍ଥରେ ନିଜର ସ୍ୱରୂପ ବୋଲି କହିଛନ୍ତି । ଏହି ଗଛର ମଞ୍ଜି ଶିବଲିଙ୍ଗ ଆକୃତିର ହୋଇଥାଏ । ଯେଉଁ ଘର ସାମ୍ନାରେ କିମ୍ବା ଆଖପାଖରେ ଏହି ଗଛ ଲାଗିଥାଏ ସେହି ଘରକୁ ଏହି ଗଛ ଅନ୍ନ ଧନରେ ଭରି ଦେଇଥାଏ । ଏହି ଗଛରେ ଶକ୍ତି ଏବଂ ସିଦ୍ଧିର ବାସ ହୋଇଥାଏ । ଯେଉଁ ଘରେ ଏହି ଗଛ ରହିଥାଏ ଭଗବାନ ଶିବ ସେହି ଘରର ନକରାତ୍ମକତା ଏବଂ ଦାରିଦ୍ର୍ୟତା ଦୂର କରିଥାନ୍ତି । ସେହି ଘର ଉପରେ ମହାଦେବଙ୍କ କୃପା ବର୍ଷା ହୋଇଥାଏ ।

୨ . ମଧୁ ମାଳତୀ:-

ଏହି ଫୁଲର ବାସ୍ନା ସବୁ ଦେବଦେବୀଙ୍କୁ ପସନ୍ଦ ଅଟେ । ସବୁ ଦେବଦେବୀ ଏହି ଫୁଲର ମାଳା ମଧ୍ୟ ଧାରଣ କରିଥାନ୍ତି । ଏହି ଗଛର ସୁଗନ୍ଧ କାରଣରୁ ଯେଉଁ ଘରେ ଏହି ଗଛ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ । ଏଭଳି ଘର ଧନ ଧାନ୍ୟରେ ଭରିଯାଏ ।

୩ . କନିଅର ଗଛ:-

ଭଗବାନଙ୍କୁ ହଜାରେ ଫୁଲ ଅର୍ପିତ କରିବା ପରିବର୍ତ୍ତେ ଗୋଟିଏ କନିଅର ଫୁଲ ଅର୍ପିତ କରିବା ସହିତ ସମାନ ହୋଇଥାଏ । ଯଦି କନିଅର ମାଳା ତିଆରି କରି ଭଗବାନ ଗଣେଶଙ୍କୁ ଅର୍ପିତ କରିବା ଦ୍ୱାରା ତେବେ ସେହି ବ୍ୟକ୍ତିର ଦାରିଦ୍ର୍ୟତା ଏବଂ ପୂର୍ବରୁ ଜନ୍ମର ପାପ ମଧ୍ୟ ଦୂର ହୋଇଥାଏ । କନିଅର ଗଛକୁ ମହାଦେବଙ୍କ ପ୍ରତୀକ ମାନା ଯାଏ ଏବଂ ଏହି ଗଛରେ ସବୁ ଦେବଦେବୀଙ୍କ ବାସ ହୋଇଥାଏ ।

୪ . ଭୁର୍ସୁଙ୍ଗା ଗଛ:-

ଏହି ଗଛକୁ ଘରେ ଲଗାଇଲେ ଘରେ ସୁଖ ସମୃଦ୍ଧି ଆସିଥାଏ । ଏହି ଗଛକୁ ଘରେ ଲଗାଇଲେ ସକାରାତ୍ମକ ଶକ୍ତି ବଜାୟ ରହିବା ସହିତ ଘରେ ଶନି ରାହୁ କେତୁଙ୍କ ପ୍ରଭାବ ପଡ଼େ ନାହିଁ ଏବଂ ତିନି ଜଣ ପ୍ରସନ୍ନ ମଧ୍ୟ ରହନ୍ତି ।ଏହି ସବୁ ଗଛ ଲଗାଇବା ଉଚିତ ନୁହେଁ ।

୧ . ଅରଖ:-

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଅରଖ ଗଛ ଲଗାଇବା ଅଶୁଭ ହୋଇଥାଏ । ଯେଉଁ ଗଛରୁ କ୍ଷୀର ଭଳି ତରଳ ପଦାର୍ଥ ବାହାରିଥାଏ ତାହା ନକରାତ୍ମକତା ସୃଷ୍ଟି କରିଥାଏ ।

୨ . ଖଜୁରୀ ଗଛ:-

ଖଜୁରୀ ଗଛକୁ କେବେବି ଘରେ ଲଗାଇବା ଉଚିତ ନୁହେଁ । ଏଭଳି ମାନ୍ୟତା ରହିଛି ଯେ ଏହାକୁ ଘରେ ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ପରିବାରର ସଦସ୍ୟଙ୍କ ଉନ୍ନତି ମଧ୍ୟ ଅଟକି ଯାଏ ।

୩ . ଅଶ୍ୱତ୍ଥ ଗଛ:-

ଘରେ ଅଶ୍ୱତ୍ଥ ଗଛ ଭୁଲରେ ବି ହୋଇଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଗଛକୁ ଘରେ ଲଗାଇଲେ ଘରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କ ଘରେ ଭୁଲରେ ଅଶ୍ୱତ୍ଥ ଗଛ ହୋଇଛି ତେବେ ତାହାକୁ ତୁରନ୍ତ ଉପାଡ଼ି ନଫିଙ୍ଗି କୌଣସି ମନ୍ଦିର ପାଖରେ ଲଗାଇ ଦିଅନ୍ତୁ । ପୂଜାପାଠ କରିବା ପରେ ହିଁ ଏହି ଗଛକୁ ନିଜ ଘରୁ ହଟାନ୍ତୁ ।

୪ . କଣ୍ଟା ଜାତୀୟ ଗଛ:-

ଘରେ କେବେବି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । କିନ୍ତୁ ଆପଣ ଗୋଲାପ ଗଛକୁ ଘରେ ଲଗାଇ ପାରିବେ ।

Leave a Reply

Your email address will not be published. Required fields are marked *